କରୋନା ପାଇଁ ବିଏମ୍‌ସି ଗଠନ କଲା ୩ଟି ଟିମ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ବାହାଘର କିମ୍ବା ରିସେପସନ ବନ୍ଦ ପାଇଁ କୌଣସି ନିର୍ଦ୍ଦେଶ ନାହିଁ। ତେବେ ଉତ୍ସବରେ ଅଧିକ ଜନସମାଗମକୁ ବାରଣ କରାଯାଇଛି। ଆଜି ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ରାଜଧାନୀରେ କରୋନା ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗଠିତ ହୋଇଛି ୩ଟି ସ୍ୱତନ୍ତ୍ର ଟିମ୍‌। ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଲାଗି ବିଏମ୍‌ସି ପକ୍ଷରୁ ୩ଟି ଟିମ୍‌ ଗଠନ କରାଯାଇ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ […]

bmc

Manoranjan Sial
  • Published: Saturday, 14 March 2020
  • , Updated: 14 March 2020, 05:23 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀରେ ବାହାଘର କିମ୍ବା ରିସେପସନ ବନ୍ଦ ପାଇଁ କୌଣସି ନିର୍ଦ୍ଦେଶ ନାହିଁ। ତେବେ ଉତ୍ସବରେ ଅଧିକ ଜନସମାଗମକୁ ବାରଣ କରାଯାଇଛି। ଆଜି ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ରାଜଧାନୀରେ କରୋନା ମୁକାବିଲା ପାଇଁ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଗଠିତ ହୋଇଛି ୩ଟି ସ୍ୱତନ୍ତ୍ର ଟିମ୍‌। ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ଲାଗି ବିଏମ୍‌ସି ପକ୍ଷରୁ ୩ଟି ଟିମ୍‌ ଗଠନ କରାଯାଇ ଦୁଇ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ୩ ଜଣିଆ ଟିମ୍‌ରେ ୩ ଜଣ ଆଡ଼ିସିନାଲ କମିଶନର ଓ ୨ ଜଣ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ଅଛନ୍ତି। ଏହି ଟିମ ମାସ୍କ ଓ ସାନିଟାଇଜର୍ସର କଳାବଜାରୀର ତଦାରଖ କରିବେ। ଏହାସହ ସକାଳୁ ୨ ଘଣ୍ଟା ଧରି ବିଭିନ୍ନ ସ୍ଥାନ ବୁଲି ସଫେଇ କାର୍ଯ୍ୟର ମଧ୍ୟ ତଦାରଖ କରିବେ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ‘କରୋନା’କୁ ମହାମାରୀ ରୂପେ ଘୋଷଣା ପରେ ଭୟର ବାତାବରଣ ଖେଳି ଯାଇଛି। ଓଡ଼ିଶାରେ ବର୍ତ୍ତମାନ ସୁଦ୍ଧା ବହୁ ସନ୍ଦିଗ୍ଧଙ୍କୁ ଆଇସୋଲେସନ୍‌ରେ ରଖାଯାଇ ଚିକିତ୍ସା କରାଯାଉଛି। ‘କରୋନା’ ଯେପରି ନବ୍ୟାପିବ, ସେଥିପାଇଁ ସତର୍କତା ମୂଳକ ନେବାକୁ ପରାମର୍ଶ ଦିଆଯାଇଛି। ଆଜିଠାରୁ ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ, କଲେଜ, ଫିଲ୍ମହଲ୍‌ ଓ ୱାଟରପାର୍କ ବନ୍ଦ କରିଦିଆଯାଇଛି। ଏହାଛଡ଼ା କୌଣସି ଗୋଟିଏ ସ୍ଥାନରେ ରୁଣ୍ଡ ନହେବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି। ତେବେ ରାଜ୍ୟ ସରକାର ଘୋଷଣା କରିଥିବା ଗାଇଡ୍‌ଲାଇନ୍‌ ଠିକ ଭାବେ ପାଳନ ହେଉଛି କି ନାହିଁ, ତାହାର ତଦାରଖ କରିବା ପାଇଁ ଏହି ଟିମ୍‌ ଗଠନ କରିଛନ୍ତି ବିଏମ୍‌ସି କମିଶନର।

Related story