ଆକ୍ସନ ମୁଡ୍‌ରେ ବିଏମ୍‌ସି, ରାସ୍ତାରେ ଅଳିଆ ପକାଇଲେ ରଦ୍ଦ ହେବ ଟ୍ରେଡ୍ ଲାଇସେନ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଫୁଲ୍‌ ଆକ୍ସନ ମୁଡ୍‌ରେ ବିଏମ୍‌ସି। ଅଳିଆ ଆବର୍ଜନା ପକାଇ ରାସ୍ତାକୁ ଅପରିଷ୍କାର କରୁଥିବା ଦୋକାନୀଙ୍କୁ ଆଉ ବରଦାସ୍ତ କରାଯିବନି। ଏପରି ଦୋକାନୀ ନଜରକୁ ଆସିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ଭୁବନେଶ୍ୱର ମହାନଗରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଲାଗି ମହାନଗର ନିଗମ କର୍ତ୍ତୃପକ୍ଷ ଗ୍ରହଣ କରିଛନ୍ତି କଡ଼ା ଆଭିମୁଖ୍ୟ। ଆଜିଠାରୁ ରାସ୍ତାରେ  ଅଳିଆ ଆବର୍ଜନା ପକାଉଥିବା ଦୋକାନୀଙ୍କ ଉପରେ ଆର୍ଥିକ ଜରିମାନା ସାଙ୍ଗକୁ ନିୟମ ଉଲ୍ଲଂଘନ ଅଭିଯୋଗରେ ନିଆଯିବ କାର୍ଯ୍ୟାନୁଷ୍ଠାନ । […]

dustbin

Niharika Rout
  • Published: Monday, 28 December 2020
  • , Updated: 28 December 2020, 10:31 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଫୁଲ୍‌ ଆକ୍ସନ ମୁଡ୍‌ରେ ବିଏମ୍‌ସି। ଅଳିଆ ଆବର୍ଜନା ପକାଇ ରାସ୍ତାକୁ ଅପରିଷ୍କାର କରୁଥିବା ଦୋକାନୀଙ୍କୁ ଆଉ ବରଦାସ୍ତ କରାଯିବନି। ଏପରି ଦୋକାନୀ ନଜରକୁ ଆସିଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ ।

ଭୁବନେଶ୍ୱର ମହାନଗରକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ଲାଗି ମହାନଗର ନିଗମ କର୍ତ୍ତୃପକ୍ଷ ଗ୍ରହଣ କରିଛନ୍ତି କଡ଼ା ଆଭିମୁଖ୍ୟ। ଆଜିଠାରୁ ରାସ୍ତାରେ  ଅଳିଆ ଆବର୍ଜନା ପକାଉଥିବା ଦୋକାନୀଙ୍କ ଉପରେ ଆର୍ଥିକ ଜରିମାନା ସାଙ୍ଗକୁ ନିୟମ ଉଲ୍ଲଂଘନ ଅଭିଯୋଗରେ ନିଆଯିବ କାର୍ଯ୍ୟାନୁଷ୍ଠାନ । ରଦ୍ଦ କରାଯିବ ଟ୍ରେଡ୍ ଲାଇସେନ୍ସ । ଆବଶ୍ୟକସ୍ଥଳେ ଦୋକାନକୁ ସିଲ୍ ସହ ଉଚ୍ଛେଦ ମଧ୍ୟ କରାଯିବ। ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି ବିଏମ୍‌ସି ।

ଦୋକାନମାନେ ଅଳିଆକୁ ଏଣେତେଣେ ପକାଉଥିବାରୁ ପାରିପାର୍ଶ୍ୱିକ ପରିବେଶ ବିଗିଡ଼ି ଯାଉଛି।  ଏହାକୁ ଦୃଷ୍ଟିରେ ରଖି  ନିଜ ଦୋକାନ ସମ୍ମୁଖରେ ୨ଟି ଡଷ୍ଟବିନ୍ ରଖିବାକୁ ଦୋକାନୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଗୋଟିକରେ ଓଦା ବର୍ଜ୍ୟବସ୍ତୁ  ଓ ଗୋଟିକରେ ଶୁଖିଲା ବର୍ଜ୍ୟବସ୍ତୁ ରଖିବା ଲାଗି କୁହାଯାଇଥିଲା । ମାତ୍ର ବାରମ୍ବାର ସଚେତନତା ସତ୍ତ୍ୱେ ଦୋକାନୀମାନେ ୨ଟି ଡଷ୍ଟବିନ୍ ରଖୁନାହାନ୍ତି । ଏପରିକି କାରବାର ଶେଷ ପରେ ଦୋକାନରୁ ବାହାରୁଥିବା ଅଳିଆ ଆବର୍ଜନା ଏଣେତେଣେ ପକାଇ ଅଳିଆ କରୁଥିବା ନଜରକୁ ଆସିଛି । ଯାହା ଫଳରେ ପରିମଳ ସେବା ଓ ସ୍ୱଚ୍ଛତା ବାଧାପ୍ରାପ୍ତ ହେଉଛି । ତେଣୁ ଏପରି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ବିଏମ୍‌ସି।

Related story