ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମାଡ଼ି ଆସୁଛି ବାତ୍ୟା ‘ଜୱାତ’। ଏହାର ପ୍ରଭାବରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବାର ଆଶଙ୍କା କରାଯାଉଛି। ଏହାର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି)। ବାତ୍ୟାର ମୁକାବିଲା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ୦୬୭୪-୨୪୩ ୧୨୫୩ କିମ୍ବା ୧୮୦୦ ୩୪୫ ୦୦୬୧ ନମ୍ବରରେ ଫୋନ୍ କରି ସହାୟତା ମାଗି ପାରିବେ ସହରବାସୀ।
ସମ୍ଭାବ୍ୟ ବାତ୍ୟା ପାଇଁ ଭୁବନେଶ୍ୱର ମହାନଗର ନିଗମର ପକ୍ଷରୁ ଆଜି ଏକ ସମୀକ୍ଷା ବୈଠକ ବସିଥିଲା। ଏଥିରେ ବିଏମସି କମିଶନର ସଞ୍ଜୟ ସିଂ ଅଧ୍ୟକ୍ଷତା କରିଥିଲେ। ବୈଠକରେ ସ୍ୱାସ୍ଥ୍ୟ, ପରିମଳ, ଅଗ୍ନିଶମ, ପୂର୍ତ୍ତ, ଓ୍ୱାଟକୋ ଓ ବିଦ୍ୟୁତ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ।
https://twitter.com/bmcbbsr/status/1466756279750336515?s=20
ବିଏମସି ଅଞ୍ଚଳରେ ମୋଟ୍ ୭୨ଟି ଖାଲୁଆ ଅଞ୍ଚଳ ଚିହ୍ନଟ କରାଯାଇଛି। ଆବଶ୍ୟକ ସ୍ଥଳେ ଚିହ୍ନଟ ସମ୍ବେଦନଶୀଳ ଅଞ୍ଚଳରୁ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ। ସେମାନଙ୍କୁ ଆଶ୍ରୟସ୍ଥଳୀରେ ଶୁଖିବା ଓ ରନ୍ଧା ଖାଦ୍ୟ, ପାଣି ଯୋଗାଇଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ତା’ସହ ବିଏମସି ଓ ଅଗ୍ନିଶମ ବିଭାଗ ୨୭ଟି ଜଳମଗ୍ନ ସ୍ଥାନରେ ମୋଟର ପମ୍ପ ସହ କର୍ମଚାରୀ ପ୍ରସ୍ତୁତ ରହିବେ। BMC ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇଛି। ୦୬୭୪-୨୪୩ ୧୨୫୩ କିମ୍ବା ୧୮୦୦ ୩୪୫ ୦୦୬୧ ନମ୍ବରରେ ଫୋନ୍ କରି ସହାୟତା ମାଗି ପାରିବେ ସହରବାସୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।