ବାପୁଜୀ ନଗର ମାର୍କେଟ୍ ସିଲ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମାଜିକ ଦୂରତା ରକ୍ଷା ନ ହେବାରୁ ଭୁବନେଶ୍ୱରର ବାପୁଜୀ ନଗର ମାର୍କେଟ୍‌କୁ ସିଲ୍ କରି ଦିଆଯାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ମାର୍କେଟ୍‌କୁ ବନ୍ଦ କରି ଦିଆଯାଇଥିବା ନେଇ ବିଏମ୍‌ସି ଜୋନାଲ୍ ଡେପୁଟୀ କମିଶନର ଅଂଶୁମାନ ରଥ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାପୁଜୀ ନଗର ମାର୍କେଟରେ ଥିବା ଜରୁରୀ ସାମଗ୍ରୀ ଦୋକାନ ଗୁଡ଼ିକୁ ଛାଡ଼ି ବାକି ସବୁ ଦୋକାନ ବନ୍ଦ ରହିବ। ବାପୁଜୀ ନଗରର ଜଣେ ଦୋକାନୀ କହିଛନ୍ତି,“ ଯେଉଁ ବିଲ୍ଡିଂରେ […]

bapujinagar

bapujinagar

Jitendra Garnayak
  • Published: Tuesday, 12 May 2020
  • Updated: 12 May 2020, 02:46 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାମାଜିକ ଦୂରତା ରକ୍ଷା ନ ହେବାରୁ ଭୁବନେଶ୍ୱରର ବାପୁଜୀ ନଗର ମାର୍କେଟ୍‌କୁ ସିଲ୍ କରି ଦିଆଯାଇଛି। ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହି ମାର୍କେଟ୍‌କୁ ବନ୍ଦ କରି ଦିଆଯାଇଥିବା ନେଇ ବିଏମ୍‌ସି ଜୋନାଲ୍ ଡେପୁଟୀ କମିଶନର ଅଂଶୁମାନ ରଥ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ବାପୁଜୀ ନଗର ମାର୍କେଟରେ ଥିବା ଜରୁରୀ ସାମଗ୍ରୀ ଦୋକାନ ଗୁଡ଼ିକୁ ଛାଡ଼ି ବାକି ସବୁ ଦୋକାନ ବନ୍ଦ ରହିବ।

ବାପୁଜୀ ନଗରର ଜଣେ ଦୋକାନୀ କହିଛନ୍ତି,“ ଯେଉଁ ବିଲ୍ଡିଂରେ ୫ଟାରୁ ଅଧିକ ଦୋକାନ ଥିବ, ସେମାନେ ଦୋକାନ ଖୋଲି ପାରିବେ ନାହିଁ। ଯେଉଁ  ବିଲ୍ଡିଂରେ ୫ଟାରୁ କମ୍ ଦୋକାନ ରହିଛି ବା ୫ଟା ଦୋକାନ ଅଛି, ସେମାନେ ଦୋକାନ ଖୋଲି ପାରିବେ ବୋଲି ବିଏମସି ପକ୍ଷରୁ କୁହାଯାଇଥିଲା। ଏହା ସହ ସାମାଜିକ ଦୂରତା ଅବଲମ୍ବନ କରିବା ସହ ଦୋକାନରେ ମାଲିକ ଓ ଷ୍ଟାପଙ୍କୁ ମିଶାଇ ଚାରି ଜଣରୁ ଅଧିକ ଲୋକ ରହିପାରିବେ ନାହିଁ ବୋଲି କୁହାଯାଇଥିଲା। ଏହି ନିୟମ ମାନି ଆମେ ଦୋକାନ ଖୋଲିବା ପରେ ଆଜି ହଠାତ୍ ବିଏସି  ଓ ମାର୍କେଟ ୟୁନିଅନର କିଛି କର୍ମଚାରୀ ପହଞ୍ଚି ଦୋକାନ ବନ୍ଦ କରିବାକୁ କହିଲେ। ଯେପର୍ଯ୍ୟନ୍ତ ନ ଜଣାଇଛୁ,  ତୁମେ ଦୋକାନ ଖୋଲିପାରିବନି ବୋଲି ସେମାନେ କହିଛନ୍ତି।”

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos