ବିଶାଲ୍ ମେଗା ମାର୍ଟ ସିଲ୍‌, ଅନ୍ୟମାନେ ଗଣିଲେ ତଣ୍ଡ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୨ ସ୍ଥିତ ମାର୍କେଟ୍ ବିଲ୍ଡିଂରେ ଥିବା ବିଶାଲ୍ ମେଗା ମାର୍ଟକୁ ଶୁକ୍ରବାର ସିଲ୍ କରିଛି ବିଏମ୍‌ସି। କୋଭିଡ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ବିଏସ୍‌ସି ଏହାକୁ ସିଲ୍ କରିଛି। ଏହା ସହିତ ମାର୍କେଟ୍ ବିଲ୍ଡିଂରେ ଥିବା ‘କୁଇନ୍ସ କଲେକ୍ସନ’ ଦୋକାନରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ସେଠାରେ ଥିବା ‘ବଜାର କୋଲକାତା’ ଓ ‘ସିଟି ଫେସନ’ରୁ ମଧ୍ୟ ୫ ହଜାର ଟଙ୍କା ଲେଖାଏ ଜୋରିମାନା ଆଦାୟ କରାଯାଇଛି। କୋଭିଡ୍‌ […]

Vishal Mega Mart

Jitendra Garnayak
  • Published: Friday, 02 April 2021
  • , Updated: 02 April 2021, 10:31 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୨ ସ୍ଥିତ ମାର୍କେଟ୍ ବିଲ୍ଡିଂରେ ଥିବା ବିଶାଲ୍ ମେଗା ମାର୍ଟକୁ ଶୁକ୍ରବାର ସିଲ୍ କରିଛି ବିଏମ୍‌ସି। କୋଭିଡ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ବିଏସ୍‌ସି ଏହାକୁ ସିଲ୍ କରିଛି।

ଏହା ସହିତ ମାର୍କେଟ୍ ବିଲ୍ଡିଂରେ ଥିବା ‘କୁଇନ୍ସ କଲେକ୍ସନ’ ଦୋକାନରୁ ୧୦ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି। ସେଠାରେ ଥିବା ‘ବଜାର କୋଲକାତା’ ଓ ‘ସିଟି ଫେସନ’ରୁ ମଧ୍ୟ ୫ ହଜାର ଟଙ୍କା ଲେଖାଏ ଜୋରିମାନା ଆଦାୟ କରାଯାଇଛି। କୋଭିଡ୍‌ କଟକଣା ଉଲ୍ଲଂଘନ ନେଇ ଏହି ସବୁ ଦୋକାନ ଗୁଡ଼ିକରୁ ଜୋରିମାନା ଆଦାୟ କରିଛି ବିଏମ୍‌ସି।

ବିଏମ୍‌ସିର ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ ଆଜି ମାର୍କେଟ୍ ବିଲ୍ଡିଂରେ ଚଢ଼ାଉ କରି ଏହିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ପୁଣି ଥରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ୁଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଏହାର ପ୍ରକୋପ ବଢ଼ିଛି। ବର୍ଦ୍ଧିତ ସଂକ୍ରମଣକୁ ଦେଖି ବିଏମ୍‌ସି ପକ୍ଷରୁ ଆଜି ନୂଆ ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରିଛି, ଯାହା ଏପ୍ରିଲ୍ ୬ ତାରିଖରୁ ଲାଗୁ ହେବ। ଏଥିରେ ବିବାହ ଉତ୍ସବ ଓ ଶୁଦ୍ଧି କାର୍ଯ୍ୟକ୍ରମକୁ ନେଇ କଠୋର ହୋଇଛି ବିଏମ୍‌ସି।

Related story