Advertisment

‘କେଉଁ ଦୋକାନ ଖୋଲିବ, କେଉଁଟି ଖୋଲିବନି ସ୍ପଷ୍ଟ କରାଯାଉ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କଟକଣା କୋହଳ ପରେ ବି ଖୋଲି ପାରୁନି ଦୋକାନ। ବିଏମ୍‌ସି ନିର୍ଦ୍ଦେଶ ଦେବା ପରେ ବି ଏବେ ଯାଏ ଦୋକାନ ଖୋଲା ଯାଇ ପାରୁନାହିଁ। କେଉଁ ଦୋକାନ ଖୋଲିବ, କେଉଁଟି ଖୋଲିବନି ତାକୁ ନେଇ ବ୍ୟବସାୟୀ ବିଭ୍ରାନ୍ତରେ ଅଛନ୍ତି। ଏନେଇ ବ୍ୟବସାୟୀ ମହାସଂଘ ସଭାପତି ସୁଧାକର ପଣ୍ଡା କହିଛନ୍ତି,“ ସାଧାରଣ ଲୋକଙ୍କ ପାଖରେ ନୋଟିସର ଅର୍ଥ ପହଞ୍ଚି ପାରୁନି। ବିଭିନ୍ନ ଅଧିକାରୀ ନିଜ ହିସାବରେ ନୋଟିସର ଅର୍ଥ କାଢୁଛନ୍ତି। ସରକାରୀ ନିୟମ […]

ଅଦ୍ୟତନ ହୋଇଛି
‘କେଉଁ ଦୋକାନ ଖୋଲିବ, କେଉଁଟି ଖୋଲିବନି ସ୍ପଷ୍ଟ କରାଯାଉ’

bbsr

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ କଟକଣା କୋହଳ ପରେ ବି ଖୋଲି ପାରୁନି ଦୋକାନ। ବିଏମ୍‌ସି ନିର୍ଦ୍ଦେଶ ଦେବା ପରେ ବି ଏବେ ଯାଏ ଦୋକାନ ଖୋଲା ଯାଇ ପାରୁନାହିଁ। କେଉଁ ଦୋକାନ ଖୋଲିବ, କେଉଁଟି ଖୋଲିବନି ତାକୁ ନେଇ ବ୍ୟବସାୟୀ ବିଭ୍ରାନ୍ତରେ ଅଛନ୍ତି।

Advertisment

ଏନେଇ ବ୍ୟବସାୟୀ ମହାସଂଘ ସଭାପତି ସୁଧାକର ପଣ୍ଡା କହିଛନ୍ତି,“ ସାଧାରଣ ଲୋକଙ୍କ ପାଖରେ ନୋଟିସର ଅର୍ଥ ପହଞ୍ଚି ପାରୁନି। ବିଭିନ୍ନ ଅଧିକାରୀ ନିଜ ହିସାବରେ ନୋଟିସର ଅର୍ଥ କାଢୁଛନ୍ତି। ସରକାରୀ ନିୟମ ସାଧାରଣ ଦୋକାନୀଙ୍କ ବୋଧଗମ୍ୟ ବାହାରେ। କିଛି ପୁଲିସ କର୍ମଚାରୀ ମଧ୍ୟ ହଇରାଣ ହରକତ କରୁଛନ୍ତି। କିଛି ପୁଲିସଙ୍କ ବ୍ୟବହାର ସାମାଜିକ ସ୍ତରରେ ଗ୍ରହଣୀୟ ନୁହେଁ। ନୋଟିସକୁ ସରଳ ଭାଷାରେ ସମସ୍ତଙ୍କୁ ଜଣାଇବାକୁ ପଡ଼ିବ। ବିଏମ୍‌ସି ବ୍ୟବସାୟୀ ସଂଘ ସହ ଆଲୋଚନା କରି ନିଷ୍ପତ୍ତି ନେଉ। କେଉଁ ଦୋକାନ ଖୋଲିବ, କେଉଁଟି ଖୋଲିବନି ସ୍ପଷ୍ଟ କରାଯାଉ।”

ସୂଚନାଯୋଗ୍ୟ, ଏପ୍ରିଲ୍‌ ୨୮ ତାରିଖରେ ବିଏମସି ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁସାରେ, ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଥିବା ସମସ୍ତ ପିଡିଏସ୍ ଦୋକାନ, ଖାଦ୍ୟ,ଗ୍ରୋସେରୀ, ଫଳ, ପନିପରିବାର, ମିଲକ ବୁଥ୍ , ମାଂସ, ମାଛ, ପଶୁ ଖାଦ୍ୟ, ବିହନ, କୀଟନାଶକ ଆଦିର ବିକ୍ରି ଓ ପରିବହନ, ହ୍ୟାଣ୍ଡ ୱାସ, ସାବୁନ, ସାମ୍ପୁ, ଡିଟରଜେଂଟ୍ , ଟୁଥପେଷ୍ଟ, ସାନିଟାରୀ ପ୍ୟାଡ,ବ୍ୟାଟେରୀ ଆଦି ଦୋକାନ ଖୋଲିବାକୁ ଅନୁମତି ମିଳିଥିଲା।

Advertisment

ସେହିପରି ମଲଟି ବ୍ରାଣ୍ଡ ଅବା ସିଙ୍ଗଲ ବ୍ରାଣ୍ଡ ମଲ୍ ହୋଇ ନଥିବା ଆବାସିକ କମ୍ପେ୍ଲକ୍ସରେ ଥିବା ସମସ୍ତ ଦୋକାନକୁ ୫୦ ପ୍ରତିଶତ କର୍ମଚାରୀ ସହ ଖୋଲିବାକୁ ଅନୁମତି ଦିଆଯାଇଥିଲା। ଇଲେକ୍ଟ୍ରିକାଲ ଓ ଇଲେକ୍ଟ୍ରୋନିକ୍ସ ଉପକରଣ ଯଥା- ଫ୍ୟାନ୍‌, ଏସି, କୁଲର, ୱାଟର ପ୍ୟୁରିଫାୟାର, ମୋବାଇଲ ଫୋନ୍‌, କମ୍ପ୍ୟୁଟର ଓ ଉପକରଣ ଆଦି ମରାମତି କରୁଥିବା ଦୋକାନ ମଧ୍ୟ ଖୋଲିବ ବୋଲି କୁହାଯାଇଥିଲା। ସମସ୍ତ ମୋଟର ଗ୍ୟାରେଜ୍‌, ବ୍ୟାଟେରୀ ଦୋକାନ, ମୋଟର ପାର୍ଟସ ଦୋକାନ, ଲ୍ୟୁବ୍ରିକାଣ୍ଟ ଦୋକାନ ମଧ୍ୟ ଖୋଲିପାରିବ। ଛାତ୍ରଛାତ୍ରୀଙ୍କ ପାଇଁ ବହି ଦୋକାନ ଓ ଷ୍ଟେସନାରୀ ସାମଗ୍ରୀ ବିକ୍ରି ହେଉଥିବା ଦୋକାନ ମଧ୍ୟ ଖୋଲିବ।

ରେଷ୍ଟୁରାଣ୍ଟଗୁଡ଼ିକରେ ହୋମ୍ ଡେଲିଭରି କିମ୍ବା ପାର୍ସଲ ସେବା ଯୋଗାଇବା ପାଇଁ ଖୋଲିପାରିବେ। ସମସ୍ତ ପ୍ରକାରର ଇ-କମର୍ସ, ଅନଲାଇନ ସପିଂ ଓ କୋରିଅର ସେବା ମଧ୍ୟ ଖୋଲିବ। ଗ୍ରୋସେରୀ ଓ ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ବିଗବଜାର, ରିଲାଏନ୍ସ ଫ୍ରେସ, ଓମଫେଡ୍ , ଓପେଲଫେଡ୍‌, ଚିଲିକା ଫ୍ରେସ୍ ଆଦି ସମସ୍ତ ଦିନ ଖୋଲାରହିବ। ସେମାନେ ମଧ୍ୟ ହୋମ୍ ଡେଲିଭରୀ ସେବା ଯୋଗାଇ ଦେବେ ବୋଲି କୁହାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe