ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସପିଂ କଂପ୍ଲେକ୍ସ ଖୋଲିବା ନେଇ ଥିବା ଦ୍ୱନ୍ଦ୍ୱ ଦୂର କଲେ BMC କର୍ତ୍ତୃପକ୍ଷ। ୨୫ ହଜାର ବର୍ଗଫୁଟରୁ କମ୍ ଆୟତନ ବିଶିଷ୍ଟ କଂପ୍ଲେକ୍ସ ଖୋଲିପାରିବ। କଂପ୍ଲେକ୍ସର ସବୁ ମହଲାକୁ ମିଶାଇ ୨୫ ହଜାର ବର୍ଗଫୁଟରୁ କମ୍ ହେଲେ ଖୋଲିବ। କଂପ୍ଲେକ୍ସକୁ ସର୍ବାଧିକ ୨୫ ଗ୍ରାହକ ଯାଇପାରିବେ, ୬ ଫୁଟ ବ୍ୟବଧାନ ଜରୁରୀ।
ସୂଚନା ଅନୁଯାୟୀ ପଜିଟିଭିଟି ହାର ଅଧିକ ଥିବାରୁ ଖୋର୍ଦ୍ଧା ଜିଲ୍ଲା କେଟାଗୋରି ବିରେ ରହିଛି। ଯେଉଁଠି କିଛି କଟକଣା ବଳବତ୍ତର ରହିଛି। ବିଶେଷ କରି ସପିଂ ମଲକୁ ଖୋଲିବା ନେଇ ବାରଣ ରହିଥିଲା। ଯାହାକୁ ଆଜି ଦୂର କରିଛି ବିଏମସି। ଏବେ ଆସନ୍ତା ଜୁଲାଇ ୧୬ ଯାଏ ରାଜ୍ୟରେ ଆଂଶିକ ଲକଡାଉନ ଜାରି କରାଯାଇଛି।