ମାଛ ଧରିବାକୁ ଯାଇଥିଲେ, ମଝି ସମୁଦ୍ରରେ ହଜିଗଲେ

ବାସୁଦେବପୁର (କିରୀଟି ଦାସ): ମାଛ ଧରିବାକୁ ଯାଇ ମଝି ସମୁଦ୍ରରେ ହଜିଗଲେ ନାରାୟଣ ମଳିକ। ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳୁନାହିଁ। ଏପରି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଚୂଡ଼ାମଣି ମୁହାଣଠାରୁ ଅଳ୍ପ ଦୂରରେ ଘଟିଛି। ତେବେ ଅନ୍ୟ ୩ ଜଣ ଗୁରୁତର ଅସୁସ୍ଥ ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଗତକାଲି ସନ୍ଧ୍ୟା ବେଳେ ବାଦଲ ମଳିକ, ଯଦୁନାଥ ମଳିକ, ଘଣ୍ଟୁ ମଳିକ ଓ ନାରାୟଣ ମଳିକ ଭଦ୍ରକ ଜିଲ୍ଲା ଚୂଡାମଣି ମୁହାଣରୁ […]

boat-collapse-near-chudamani-estuary

Manoranjan Sial
  • Published: Saturday, 14 September 2019
  • , Updated: 14 September 2019, 04:01 PM IST

ବାସୁଦେବପୁର (କିରୀଟି ଦାସ): ମାଛ ଧରିବାକୁ ଯାଇ ମଝି ସମୁଦ୍ରରେ ହଜିଗଲେ ନାରାୟଣ ମଳିକ। ବର୍ତ୍ତମାନ ସୁଦ୍ଧା ତାଙ୍କର ପତ୍ତା ମିଳୁନାହିଁ। ଏପରି ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲା ଚୂଡ଼ାମଣି ମୁହାଣଠାରୁ ଅଳ୍ପ ଦୂରରେ ଘଟିଛି। ତେବେ ଅନ୍ୟ ୩ ଜଣ ଗୁରୁତର ଅସୁସ୍ଥ ହୋଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ଗତକାଲି ସନ୍ଧ୍ୟା ବେଳେ ବାଦଲ ମଳିକ, ଯଦୁନାଥ ମଳିକ, ଘଣ୍ଟୁ ମଳିକ ଓ ନାରାୟଣ ମଳିକ ଭଦ୍ରକ ଜିଲ୍ଲା ଚୂଡାମଣି ମୁହାଣରୁ ଏକ ଭୁଟୁଭୁଟିରେ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ। ତେବେ ରାତିରେ ହଠାତ୍‌ ଭୁଟୁଭୁଟିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। କୌଶଳକ୍ରମେ ସମୁଦ୍ରରୁ ଉଦ୍ଧାର ହୋଇ ବାଲେଶ୍ୱର ଜିଲ୍ଲା ତାଳପଦା ମୁହାଁଣରେ ବାଦଲ, ଯଦୁନାଥ ଓ ଘଣ୍ଟୁ ପହଞ୍ଚି ଥିଲେ। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମାତ୍ର ବର୍ତ୍ତମାନ ସୁଦ୍ଧା ନାରାୟଣଙ୍କ ପତ୍ତା ମିଳିନାହିଁ। ଏ ସମ୍ପର୍କରେ ଖବର ପାଇ ଗାଁ ଲୋକମାନେ ମତ୍ସ୍ୟଜୀବୀଙ୍କ ସହାଯ୍ୟରେ ନାରାୟଣଙ୍କୁ ଖୋଜୁଛନ୍ତି। ମାତ୍ର ତାଙ୍କର ପତ୍ତା ମିଳି ପାରିନାହିଁ।

Related story