ଗୋଦାବରୀ ଡ଼ଙ୍ଗାବୁଡି: ମିଳିଛି ମାତ୍ର ୩ ଜଣଙ୍କ ମୃତଦେହ, ଅନ୍ୟମାନେ ଏବେବି ନିଖୋଜ୍‌

ମାଲକାନଗିରି(ଯଶୋବନ୍ତ ପାଢ଼ୀ): “ହଠାତ୍‌ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ଦେଖୁ ଦେଖୁ ନିର୍ମଳ ଆକାଶଟା ପୂରା ଧୂଆଁଳିଆ ହୋଇଗଲା। ଝିପ୍‌ଝିପ୍‌ ବର୍ଷା କ୍ରମେ ଉଗ୍ର ହେବାକୁ ଲାଗିଲା। କ’ଣ ହେଲା କେଜାଣି ପାଣି ଭିତରେ ଟଳମଳ ହେଲା ବୋଟ୍‌। ଲାଗିଲା ସତେ ଯେମିତି ମାତ୍ର କିଛି ମୂହୂର୍ତ୍ତ ପାରେ ସବୁ ସରିଯିବି। ମୃତ୍ୟୁର ଅଭାସକୁ ବାରିପାରି ଆମେ କେତେଜଣ ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧି ପକାଇଲୁ। ଆଉ ତାପରେ ପାଣି ଭିତରୁକ ଡିଅଁମାରିଲୁ ପ୍ରାଣ ବିକଳରେ…।” ଏମିତି […]

danga

Rakesh Mallick
  • Published: Wednesday, 16 May 2018
  • , Updated: 16 May 2018, 07:18 AM IST

ମାଲକାନଗିରି(ଯଶୋବନ୍ତ ପାଢ଼ୀ): “ହଠାତ୍‌ ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ଦେଖୁ ଦେଖୁ ନିର୍ମଳ ଆକାଶଟା ପୂରା ଧୂଆଁଳିଆ ହୋଇଗଲା। ଝିପ୍‌ଝିପ୍‌ ବର୍ଷା କ୍ରମେ ଉଗ୍ର ହେବାକୁ ଲାଗିଲା। କ’ଣ ହେଲା କେଜାଣି ପାଣି ଭିତରେ ଟଳମଳ ହେଲା ବୋଟ୍‌। ଲାଗିଲା ସତେ ଯେମିତି ମାତ୍ର କିଛି ମୂହୂର୍ତ୍ତ ପାରେ ସବୁ ସରିଯିବି। ମୃତ୍ୟୁର ଅଭାସକୁ ବାରିପାରି ଆମେ କେତେଜଣ ଲାଇଫ୍‌ ଜ୍ୟାକେଟ୍‌ ପିନ୍ଧି ପକାଇଲୁ। ଆଉ ତାପରେ ପାଣି ଭିତରୁକ ଡିଅଁମାରିଲୁ ପ୍ରାଣ ବିକଳରେ...।”

ଏମିତି କିଛି କଥା କହିଛନ୍ତି  ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ଡଙ୍ଗାବୁଡି ଘଟଣାରେ ବର୍ତ୍ତି ଯାଇଥିଲା ନାବିକ ଓ ଯାତ୍ରୀ। ଯାହାକୁ ଶୁଣି ଆପଣଙ୍କ ଲୋମ ଟାଙ୍କୁରୀ ଯାଉଥିବ। ତା ହେଲେ ଆସନ୍ତୁ ଜାଣିବା କ’ଣ ଥିଲା ପୁରା ଘଟଣା।

ଆନ୍ଧ୍ରପ୍ରଦେଶର ଗୋଦାବରୀ ନଦୀରେ ଯେଉଁ ଡଙ୍ଗା ବୁଡ଼ି ୨୩ ଜଣଙ୍କ ପତ୍ତା ମିଳୁନି। ୩ ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଉକ୍ତ ଡଙ୍ଗାଟି ଦେବୀପାଟନମ୍‌ରୁ ମଙ୍ଗଳବାର ଦିନ ପ୍ରାୟ ସାଢେ ୩ଟା ବେଳେ ୪୦ ଜଣ ଯାତ୍ରୀଙ୍କୁ ନେଇ କୋଡାମୋଡାଲୁ ଅଭିମୁଖେ ବାହାରିଥିଲା। ବୋଟ୍‌ଟି ଓଭର ଲୋଡ୍‌ ଥିଲା ଓ ଏଥିରେ ଯାତ୍ରୀଙ୍କ ସହ ୧୦୦ ବସ୍ତା ସିମେଣ୍ଟ ଲୋଡ୍‌ ହୋଇଥିଲା। ଜଳପଥରେ ବୋଟ୍‌ ଯାଉଥିବା ବେଳେ ପଶ୍ଚିମ ଗୋଦାବରୀ ଜିଲାର ବାଦପଲ୍ଲୀ ଫେରି ପଏଣ୍ଟଠାରୁ ମାତ୍ର ୧୦ ମିଟର ପୂର୍ବରୁ ବର୍ଷା ପବନ ଲାଗି ବୋଟ୍‌ ଦୋହଲିବାକୁ ଲାଗିଥିଲା। ଆସନ୍ନ ବିପଦକୁ ଜାଣିପାରି ବୋଟ୍‌ର ନାବିକ ଓ ପ୍ରାୟ ୧୦ ଜଣ ଯାତ୍ରୀ ଲାଇଫ୍‌ ଜ୍ୟାକେଟ୍‌ ସହାୟତାରେ ଫେରି ପଏଣ୍ଟରେ ସୁରକ୍ଷିତ ଭାବେ ପହଞ୍ଚି ପାରିଥିଲେ। ସେଠାରେ ପହଞ୍ଚିବା ପରେ ସ୍ଥାନୀୟ ପୋଲିସକୁ ଘଟଣା ସମ୍ପର୍କରେ ତୁରନ୍ତ ଅବଗତ କରିଥିଲେ ଏହି ଯାତ୍ରୀ ଓ ନାବିକ। ଖବର ପାଇ ପୂର୍ବ ଗୋଦାବରୀ ଜିଲାପାଳ ଓ ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱୀତ କରିଥିଲେ। ଖବର ଲେଖାଯିବା ବେଳକୁ ଏସ୍‌ଡିଆରଏଫ୍‌ ଟିମ୍‌ ସଦସ୍ୟମାନେ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଯାତ୍ରୀଙ୍କ ସନ୍ଧାନରେ ଲାଗିଛନ୍ତି। ସୂଚନାଯୋଗ୍ୟ, ଏହି ଦୁର୍ଘଟଣା ପରେ ବୋଟ୍‌ ମାଲିକ ଖ୍ୱାଜା ନିଜକୁ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି ବୋଲି ସୂଚନା ମିଳିଛି।

Related story