ଘରେ ପଡ଼ିଛି ମାଆ-ଝିଅଙ୍କ ମୃତଦେହ

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ଘର ଭିତରେ ପଡ଼ିଛି ମାଆ ଓ ଝିଅଙ୍କ ମୃତଦେହ। କବାଟ ଖୋଲା ଥିବାରୁ ସେମାନଙ୍କ ତଣ୍ଟିଚିପି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଆଜି ଏପରି ଅଭିଯୋଗ ସମ୍ୱଲପୁର ଜିଲ୍ଲା କିଷିଣ୍ଡା ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମଙ୍ଗଳବାର କିଷିଣ୍ଡା ଗାଁର କିଶୋର ପଟେଲ୍‌ ଓ ତାଙ୍କ ବଡ଼ ଝିଅ ସମ୍ପର୍କୀୟଙ୍କ ବାହାଘରକୁ ଯାଇଥିଲେ। ଘରେ କିଶୋରଙ୍କ ପତ୍ନୀ ସୁଜାତା […]

sambalpur

Manoranjan Sial
  • Published: Thursday, 01 April 2021
  • , Updated: 01 April 2021, 06:49 PM IST

ରେଢ଼ାଖୋଲ(ରମାକାନ୍ତ ମହାନନ୍ଦ): ଘର ଭିତରେ ପଡ଼ିଛି ମାଆ ଓ ଝିଅଙ୍କ ମୃତଦେହ। କବାଟ ଖୋଲା ଥିବାରୁ ସେମାନଙ୍କ ତଣ୍ଟିଚିପି ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି। ଆଜି ଏପରି ଅଭିଯୋଗ ସମ୍ୱଲପୁର ଜିଲ୍ଲା କିଷିଣ୍ଡା ଥାନା ଅଞ୍ଚଳରୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ମଙ୍ଗଳବାର କିଷିଣ୍ଡା ଗାଁର କିଶୋର ପଟେଲ୍‌ ଓ ତାଙ୍କ ବଡ଼ ଝିଅ ସମ୍ପର୍କୀୟଙ୍କ ବାହାଘରକୁ ଯାଇଥିଲେ। ଘରେ କିଶୋରଙ୍କ ପତ୍ନୀ ସୁଜାତା ଓ ସାନଝିଅ ଉତ୍କଳିକା ଥିଲେ। ଗୁରୁବାର ଅପରାହ୍ନରେ କିଶୋର ଓ ତାଙ୍କ ବଡ଼ ଝିଅ ଭୋଜିରୁ ଘରକୁ ଫେରିଥିଲେ। ଏହି ସମୟରେ ଘରର କବାଟ ଖୋଲା ଥିଲା। ଆଉ ପତ୍ନୀ ଓ ସାନଝିଅଙ୍କ ମୃତଦେହ ଘର ଭିତରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ମୃତଦେହରୁ ଦୁର୍ଗନ୍ଧ ବାହାରୁ ଥିଲା।

କିଶୋର ଏନେଇ କିଷିଣ୍ଡା ଥାନାକୁ ଖବର ଦେଇଥିଲେ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ତଦନ୍ତରୁ ହତ୍ୟା ବୋଲି ସନ୍ଦେହ କରାଯାଉଛି। ଦୁର୍ବୃତ୍ତମାନେ ମାଆ-ଝିଅଙ୍କ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହେଉଛି।

Related story