୬ ଦିନ ତଳେ ଘରୁ ଚାଲିଯାଇଥିଲେ ନାବାଳିକା, ପାହାଡ଼ ଉପରୁ ମିଳିଲା ମୃତଦେହ

ବରଗଡ଼ (ଦୀପକ ଶର୍ମା): ୬ ଦିନ ତଳେ ଝିଅଟି ଘରୁ ଚାଲି ଯାଇଥିଲା। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ତାଙ୍କର ପତ୍ତା ପାଇନଥିଲେ। ଆଜି ତାଙ୍କ ମୃତଦେହ ବରଗଡ଼ ଜିଲ୍ଲା ଭେଡେନ୍‌ ବ୍ଲକ ବିନ୍ଧ୍ୟାବାସିନୀ ପାହାଡ଼ରୁ ମିଳିଛି। ଝିଅ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ୬ ଦିନ ତଳେ ୧୫ ବର୍ଷୀୟା ଝିଅ (ପିଙ୍କି) ଦୁଇ […]

nuapada

nuapada

Manoranjan Sial
  • Published: Saturday, 08 December 2018
  • Updated: 08 December 2018, 04:35 PM IST

Sports

Latest News

ବରଗଡ଼ (ଦୀପକ ଶର୍ମା): ୬ ଦିନ ତଳେ ଝିଅଟି ଘରୁ ଚାଲି ଯାଇଥିଲା। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ତାଙ୍କର ପତ୍ତା ପାଇନଥିଲେ। ଆଜି ତାଙ୍କ ମୃତଦେହ ବରଗଡ଼ ଜିଲ୍ଲା ଭେଡେନ୍‌ ବ୍ଲକ ବିନ୍ଧ୍ୟାବାସିନୀ ପାହାଡ଼ରୁ ମିଳିଛି। ଝିଅ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

୬ ଦିନ ତଳେ ୧୫ ବର୍ଷୀୟା ଝିଅ (ପିଙ୍କି) ଦୁଇ ଜଣ ଯୁବକଙ୍କ ସହିତ କୁଆଡେ ଚାଲି ଯାଇଥିଲେ। ମାତ୍ର ଘରକୁ ଫେରିନଥିଲେ। ଗତକାଲି ଏନେଇ ପିଙ୍କିଙ୍କ ମାଆ ଭେଡେନ୍‌ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ପିଙ୍କିର ପତ୍ତା ପାଉନଥିଲା।

ଆଜି ବିନ୍ଧ୍ୟାବାସିନୀ ପାହାଡ଼ରେ ଜଣେ ନାବାଳିକାଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛି। ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ପୁଲିସ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos