ବିସ୍ଫୋରଣକୁ ୪ ଦିନ ‍ବିତିଲା: ସ୍କାଏକିଙ୍ଗ କୋରିୟରର ଭୂମିକା ସନ୍ଦେହଘେରରେ
ସ୍କାଏକିଙ୍ଗ କୋରିୟର୍ ସଂସ୍ଥା ଉପରେ କେନ୍ଦ୍ରୀଭୂତ ହୋଇଛି ପୋଲିସର ନଜର। କାରଣ ଏହି ଆତ୍ମଘାତୀ ପାର୍ସଲକୁ ସ୍କାଏକିଙ୍ଗ କୋରିୟର୍ ରାୟପୁରରୁ ଯେଉଁ ଢଙ୍ଗରେ ପାଟଣାଗଡ଼ ଯାଏଁ ଆଣିଥିଲା ତାକୁ ନେଇ ଭିନ୍ନ ଭିନ୍ନ ଚର୍ଚ୍ଚା ହେଉଛି । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ ପାର୍ସଲ୍ ବମ୍ ବିସ୍ଫୋରଣ ପଛରେ କାହାର ରହିଛି ହାତ ? କିଏ ସେହି ଆତତାୟୀ, ଯିଏ ଖେଳିଥିଲା ରକ୍ତର ହୋଲି। ଏହି ଅଭିନବ କ୍ରାଇମର ମାଷ୍ଟରମାଇଣ୍ଡ କିଏ ? ଏହାକୁ ନେଇ ଘନଉଛି ସନ୍ଦେହ। କୋରିୟର୍ ସଂସ୍ଥା ଗତ ୧୬ ତାରିଖରେ ଆର୍.କେ.ଶର୍ମାଙ୍କ ନାଁ ଲେଖାଥିବା ପ୍ରାଣଘାତୀ ପାର୍ସଲକୁ ରିସିଭ୍ କରି ପଠାଇଥିଲା ପାଟଣାଗଡ଼ । ଅଥଚ ପାର୍ସଲରେ କଣ ଅଛି ? ପାର୍ସଲ ପଠାଉଥିବା ବ୍ୟକ୍ତିଙ୍କ ଠିକଣା କ’ଣ ? ପାର୍ସଲରେ କିଭଳି ସାମଗ୍ରୀ ରହିଛି ସେ ସମ୍ପର୍କରେ କୌଣସି ତଥ୍ୟ ସଂଗ୍ରହ କରି ନ ଥିଲା । ଯାହାକୁ ନେଇ ରାୟପୁରରେ ଏସବୁ ଦିଗକୁ ଧରି ଖୋଳତାଡ଼ କରୁଛି ପାଟଣାଗଡ଼ ପୋଲିସ। ସ୍କାଏକିଙ୍ଗ କୋରିୟର୍ ସଂସ୍ଥା ସମସ୍ତ ନିୟମକୁ ଉଲଂଘନ କରି ଏହାକୁ ରିସିଭ କରିଛି ଓ ଡେଲିଭେରି ଦେଇଛି ବୋଲି ପ୍ରମାଣିତ ହୋଇଛି। ଅନ୍ୟପକ୍ଷରେ ଆର୍.କେ.ଶର୍ମା ନାମକ ପ୍ରେରକ ଅସଲି ନା ନକଲି ତାହାକୁ ନେଇ ମଧ୍ୟ ସନ୍ଦେହରେ ପୋଲିସ।
୨୩ ତାରିଖରେ ସଂଘଟିତ ଏହି ମର୍ମନ୍ତୁଦ ଘଟଣା ପରେ ଅପେକ୍ଷା ଘଟଣାର ଏକମାତ୍ର ସାକ୍ଷୀ ସୌମ୍ୟଶେଖରଙ୍କ ନବବିବାହିତା ପତ୍ନୀଙ୍କ ବୟାନକୁ । ଯିଏ ବର୍ତ୍ତମାନ କଟକରେ ଚିକିତ୍ସାଧିନ ଅଛନ୍ତି।
Ordigital Desk
• Published: Monday, 26 February 2018
• Updated: 26 February 2018, 10:55 PM IST
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos