ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଇଁ ସ୍ଥାପନ ହେଲା ଶୁଭସ୍ତମ୍ଭ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇନ୍ତଳା ବ୍ଲକ ବିଲାଇସର୍ଡା ରାଧାଶ୍ୟାମ ଆଞ୍ଚଳିକ ଜୁନିୟର ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଇଁ ଶୁଭସ୍ତମ୍ଭ ଓ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରୌପ୍ୟ ଜୟନ୍ତି କମିଟି ସଭାପତି ଭରତ ଭୂଷଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ଯୋଗେନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶୁଭସ୍ତମ୍ଭ ସ୍ଥାପନ ଓ ଲୋଗେ ଉନ୍ମୋଚନ କରିଥିଲେ। ଏହି ଅବସରରେ ରୌପ୍ୟ ଜୟନ୍ତୀ ପୂର୍ବରୁ କଲେଜରେ […]

bolangir

Rakesh Mallick
  • Published: Sunday, 01 October 2017
  • , Updated: 01 October 2017, 01:55 PM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇନ୍ତଳା ବ୍ଲକ ବିଲାଇସର୍ଡା ରାଧାଶ୍ୟାମ ଆଞ୍ଚଳିକ ଜୁନିୟର ମହାବିଦ୍ୟାଳୟର ରୌପ୍ୟ ଜୟନ୍ତୀ ପାଇଁ ଶୁଭସ୍ତମ୍ଭ ଓ ଲୋଗୋ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରୌପ୍ୟ ଜୟନ୍ତି କମିଟି ସଭାପତି ଭରତ ଭୂଷଣ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ସ୍ଥାନୀୟ ବିଧାୟକ ତଥା କଲେଜ ପରିଚାଳନା କମିଟି ଅଧ୍ୟକ୍ଷ ଯୋଗେନ୍ଦ୍ର ବେହେରା ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶୁଭସ୍ତମ୍ଭ ସ୍ଥାପନ ଓ ଲୋଗେ ଉନ୍ମୋଚନ କରିଥିଲେ।

ଏହି ଅବସରରେ ରୌପ୍ୟ ଜୟନ୍ତୀ ପୂର୍ବରୁ କଲେଜରେ ଥିବା ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ବିଧାୟକ ପ୍ରତିଶ୍ରୁତି ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ କଲେଜର ଅଧ୍ୟକ୍ଷ ପୁରୁଷୋତ୍ତମ ଭଞ୍ଜ, କମିଟି ଉପସଭାପତି ତରଣୀସେନ ପ୍ରଧାନ, ଅଧ୍ୟାପକ ବଇବସୂତ ବିଶ୍ୱାଳଙ୍କ ସମେତ କଲେଜର ଶତାଧିକ ଛାତ୍ରଛାତୀ ଉପସ୍ଥିତ ଥିଲେ।

Related story