ଔଷଧ ବଦଳରେ ଟିସୁ ପେପର ବାହାରିବା ଘଟଣାର ତଦନ୍ତ ଆରମ୍ଭ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାରେ ଔଷଧ ନାଁରେ ଡାକ୍ତର ଟିସୁ ପେପର ଦେବା ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏ ନେଇ ଏକ ୩ ଜଣିଆ ଟାସ୍କଫୋର୍ସ ଗଠନ କରି ତଦନ୍ତ ଆରମ୍ଭ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସିଡିଏମଓ।

ଟିକ୍ରାପଡ଼ା ଛକରେ ଥିବା ଡାକ୍ତର ପ୍ରଦୀପ ପଣ୍ଡାଙ୍କ କ୍ଲିନିକରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଛି ଟାସ୍କଫୋର୍ସ ଟିମ୍‌। ଡାକ୍ତରଙ୍କୁ ପଚରାଉଚରା ସହ ରୋଗୀଙ୍କୁ ଭେଟି ତଥ୍ୟ ସଂଗ୍ରହ ପରେ ସିଡିଏମଓଙ୍କୁ ତଦନ୍ତ ରିପୋର୍ଟ ଦେବ ଟାସ୍କଫୋର୍ସ।

ଗତକାଲି ମେଡିସିନ ଷ୍ଟ୍ରିପରୁ ଟିସୁ ପେପର ବାହାରିବା ଘଟଣା ନେଇ ଓଟିଭିରେ ଖବର ପ୍ରକାଶ ପାଇଥିଲା। ଘଟଣାରେ ନିଜ ଦୋଷ ସ୍ୱୀକାର କରିଥିଲେ ମଧ୍ୟ ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ବାଲଙ୍ଗିର ସିଡିଏମଓ।