ଚୋରିଶିଶୁର ବାପାଙ୍କୁ ପିଟି ପୁଲିସ୍ ଏଏସ୍‌ଆଇ ନିଲମ୍ବିତ

ପାଟଣାଗଡ଼ (ବଶୀଂଧର ସେଠ୍‌): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରୁ ଚୋରି ହୋଇଯାଇଥିବା ନବଜାତ ଶିଶୁପୁତ୍ରର ବାପାଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ ପୁଲିସ୍ ଏଏସ୍‌ଆଇଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ନାଁ ଅନାଦି ମଟାରି। ସେ ପାଟଣାଗଡ଼ ଥାନାରେ କାର୍ଯ୍ୟରତ ଥିଲେ। ଗତକାଲି ଏହି ପିଲା ଚୋରି ଘଟଣାକୁ ନେଇ ପାଟଣାଗଡ଼ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ଶିଶୁର ପରିବାର ଲୋକେ। ଏହି ସମୟରେ ଏଏସ୍ଆଇ ଅନାଦି ମଟାରି ଉକ୍ତ ନବଜାତ ଶିଶୁର ବାପାଙ୍କୁ ମାଡ଼ ମାରିଥିବା ଅଭିଯୋଗ […]

man

Tapaswini Nayak
  • Published: Thursday, 07 March 2019
  • , Updated: 07 March 2019, 11:19 AM IST

ପାଟଣାଗଡ଼ (ବଶୀଂଧର ସେଠ୍‌): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଡାକ୍ତରଖାନାରୁ ଚୋରି ହୋଇଯାଇଥିବା ନବଜାତ ଶିଶୁପୁତ୍ରର ବାପାଙ୍କୁ ମାଡ଼ ମାରିବା ଅଭିଯୋଗରେ ଜଣେ ପୁଲିସ୍ ଏଏସ୍‌ଆଇଙ୍କୁ ନିଲମ୍ବନ କରାଯାଇଛି। ତାଙ୍କ ନାଁ ଅନାଦି ମଟାରି। ସେ ପାଟଣାଗଡ଼ ଥାନାରେ କାର୍ଯ୍ୟରତ ଥିଲେ।

ଗତକାଲି ଏହି ପିଲା ଚୋରି ଘଟଣାକୁ ନେଇ ପାଟଣାଗଡ଼ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ ଶିଶୁର ପରିବାର ଲୋକେ। ଏହି ସମୟରେ ଏଏସ୍ଆଇ ଅନାଦି ମଟାରି ଉକ୍ତ ନବଜାତ ଶିଶୁର ବାପାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏଏସ୍‌ଆଇଙ୍କ ମାଡ଼ରେ ସେ ଚେତା ହରାଇଥିଲେ। ତେଣୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଏହା ପରେ ଏହି ପୁଲିସ୍ ଅଧିକାରୀଙ୍କୁ ନିଲମ୍ବନ କରିବା ସହ ତାଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ପରିବାର ଲୋକେ ଅଡ଼ି ବସିଥିଲେ। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସହ ଚୋରି ହୋଇଥିବା ଶିଶୁକୁ ଖୁବଶୀଘ୍ର ଉଦ୍ଧାର କରିବା ନେଇ ପ୍ରତିଶ୍ରୁତି ଦିଆଯିବା ପରେ ସେମାନେ ରାସ୍ତାରୋକରୁ ହଟିଥିଲା। ତେଣୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୁପ ଆଜି ବଲାଙ୍ଗିର ଏସ୍‌ପି ପାଟଣାଗଡ଼ ଏଏସ୍ଆଇ ଅନାଦି ମଟାରିଙ୍କୁ ନିଲମ୍ବନ କରିଛନ୍ତି।

[caption id="attachment_348973" align="alignnone" width="720"] ଗତକାଲି ରାସ୍ତାରୋକ ବେଳର ଦୃଶ୍ୟ[/caption]

ପିଲାଟି କେମିତି ଚୋରି ହେଲା?
ରବିବାର ତେଲେନପାଲି ଗାଁର ଜୟନ୍ତୀ ତାଣ୍ଡି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ସେହିଦିନ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ଅସ୍ତ୍ରୋପଚାର କରାଯାଇଥିବାରୁ ସେ ବେଡ୍‌ରୁ ଉଠି ପାରୁ ନ ଥିଲେ। ଗତକାଲି ସକାଳେ ଜୟନ୍ତୀ ବେଡ୍‌ରେ ଶୋଇଥିଲେ। ପାଖରେ ପିଲାଟି ଶୋଇଥିଲା। ଏହି ସମୟରେ ଜଣେ ମହିଳା ସମ୍ପର୍କୀୟ ବୋଲି ପରିଚୟ ଦେଇ ଜୟନ୍ତୀଙ୍କ ଶିଶୁପୁତ୍ରକୁ ପ୍ରଶଂସା କରିଥିଲେ। ପରେ ଶିଶୁକୁ ୧୦୦ ଟଙ୍କା ଦେଇଥିଲେ। ତା’ପରେ ସମ୍ପୃକ୍ତ ମହିଳା ବେଡ୍‌ରେ ବସି ପିଲାକୁ ଧରିଥିଲେ। ଏପରିକି ଜୟନ୍ତୀଙ୍କୁ ତାଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରିଥିଲେ।

ସେ ପିଲାଟିକୁ ଧରିବା ବେଳେ ଜୟନ୍ତୀ ମଧ୍ୟ ପ୍ରତିବାଦ କରି ନ ଥିଲେ। ସେ ବେଡ୍‌ରେ ଶୋଇଥିବା ବେଳେ ମହିଳା ଜଣକ ପିଲାଟିକୁ ଗେଲ କରି କରି ୱାର୍ଡ଼ ବାହାରକୁ ଚାଲି ଯାଇଥିଲେ, ହେଲେ ଆଉ ଫେରି ନ ଥିଲେ। ଜୟନ୍ତୀ ଯେତେ ଚିତ୍କାର କରିଥିଲେ ମଧ୍ୟ ତାଙ୍କ ଡାକ କାହା କାନରେ ପଡ଼ି ନ ଥିଲା। କାରଣ ଜୟନ୍ତୀ ଏକା ସେହି କୋଠରୀରେ ରହୁଥିଲେ। ପରେ ବହୁ କଷ୍ଟରେ ବେଡ୍‌ରୁ ଉଠି ବାହାରକୁ ଆସି ଡାକିବାରୁ ମେଡିକାଲ୍‌ କର୍ମଚାରୀମାନେ ପିଲାକୁ ଚାରିଆଡେ ଖୋଜିଥିଲେ, ହେଲେ ପାଇ ନ ଥିଲେ।

Related story