କୁଲାଇଲୋ ଅସ୍ଥି ଶଲ୍ୟ ଚିକିତ୍ସା କେନ୍ଦ୍ର ଉପରକୁ ବୋମାମାଡ଼

ଆଠଗଡ଼ (ନୀଳକଣ୍ଠ ଦୋରା) ; କଟକ ଜିଲ୍ଲା ଆଠଗଡ଼ କୁଲାଇଲୋ ଅନନ୍ତ ବେଉରା ଅସ୍ଥି ଶଲ୍ୟ ଚିକିତ୍ସା ସେବା ସଦନ ଗୃହ ଉପରକୁ ଗୁରୁବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଗତ ରାତି ପ୍ରାୟ ୨ରୁ ୩ଟା ମଧ୍ୟରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି ।  ମୁଖ୍ୟ ଗେଟ୍‌ରେ ଏହି ବୋମାମାଡ଼ ହୋଇଛି । ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି। ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ କିଏ ଏବଂ […]

aathagarh-1-1..

Niharika Rout
  • Published: Friday, 20 September 2019
  • , Updated: 20 September 2019, 09:48 AM IST

ଆଠଗଡ଼ (ନୀଳକଣ୍ଠ ଦୋରା) ; କଟକ ଜିଲ୍ଲା ଆଠଗଡ଼ କୁଲାଇଲୋ ଅନନ୍ତ ବେଉରା ଅସ୍ଥି ଶଲ୍ୟ ଚିକିତ୍ସା ସେବା ସଦନ ଗୃହ ଉପରକୁ ଗୁରୁବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଛି । ଗତ ରାତି ପ୍ରାୟ ୨ରୁ ୩ଟା ମଧ୍ୟରେ ବୋମାମାଡ଼ ହୋଇଥିବା ସୂଚନା ମିଳିଛି ।  ମୁଖ୍ୟ ଗେଟ୍‌ରେ ଏହି ବୋମାମାଡ଼ ହୋଇଛି । ଏହି ଘଟଣାରେ କେହି ଆହତ ହୋଇ ନାହାନ୍ତି।

ଖବର ପାଇ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ କିଏ ଏବଂ କାହିଁକି ବୋମାମାଡ଼ କଲା ଜଣାପଡ଼ିନି । ସେପଟେ ଏହି ଘଟଣା ପରେ ସେବା ସଦନରେ ଚିକିତ୍ସିତ ହେଉଥିବା ରୋଗୀ ଭୟଭୀତ ହୋଇଛନ୍ତି ।

Related story