କଟକ ବାଦାମବାଡ଼ିରେ ପୁଣି ବୋମାମାଡ଼

Ordigital Desk
  • Published: Wednesday, 06 September 2017
  • , Updated: 06 September 2017, 09:31 AM IST
<p>କଟକ: କଟକ ବାଦାମବାଡ଼ିରେ ପୁଣି ବୋମାମାଡ଼ ହୋଇଛି। ଗତକାଲି ବିଳମ୍ବିତ ରାତିରେ କଟକ ବାଦାମବାଡ଼ି ଥାନା ଠାରୁ ୧୦୦ମିଟର ଦୂର ଜୟଶ୍ରୀ ସିନେମା ହଲ୍&zwnj; ନିକଟବର୍ତ୍ତୀ ରାସ୍ତାରେ ଏହି ବୋମା ମାଡ଼ ହୋଇଛି। ଦୁଇ ଜଣ ଦୁର୍ବୃତ୍ତ ଏକ ସୁତୁଲି ବମ୍ ପକାଇ ପଳାଇଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ବୋମାମାଡ଼ରେ କେହି ମୃତାହତ ହୋଇନାହାନ୍ତି।</p> <p>ବସ୍ ଷ୍ଟାଣ୍ଡରୁ ହକର ଉଚ୍ଛେଦ ବିବାଦକୁ ନେଇ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ପୋଲିସ ଘଟଣାର ତଦନ୍ତ କରୁଛି। ଦୁଇ ମାସ ମଧ୍ୟରେ ବାଦାମବାଡିରେ ପଞ୍ଚମ ଥର ପାଇଁ ବୋମାମାଡ଼ ହୋଇଛି। ଯାହା ଏବେ ପୋଲିସର ଚିନ୍ତା ବଢାଇଦେଇଛି ।</p> <p>[vc_video link=&quot;&quot; align=&quot;center&quot;]</p>

Related story