ଘରେ ଥିଲେ ପତିପତ୍ନୀ, ରାତି ଅଧରେ ହେଲା ବୋମା ମାଡ଼

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ସଦର ଥାନା ଗୁରୁଣ୍ଠି ଶ୍ରୀରଙ୍ଗରାଜପୁର ଗାଁରେ ଗତକାଲି ମଧ୍ୟରାତ୍ରରେ ବୋମାମାଡ଼ ହୋଇଥିବା ଜଣାଯାଇଛି  । ଗାଁର ପି.ତ୍ରିଲୋଚନ ପାତ୍ରଙ୍କୁ ସେହି ଗ୍ରାମର କିଛି ଦୁର୍ବୃତ୍ତ ଧମକଚମକ ଦେବା ସହ ତାଙ୍କ ଘର ଉପରକୁ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଗତକାଲି ପି.ତ୍ରିଲୋଚନ ଓ ତାଙ୍କ ପତ୍ନୀ ଘରେ ଥିଲେ।   ରାତି ପ୍ରାୟ ୧୨ ଟା ବେଳେ ହଠାତ୍‌ କିଛି ଦୁର୍ବୃତ୍ତ ତାଙ୍କ ଘର ସମ୍ମୁଖରେ ପହଞ୍ଚି ବୋମା ପକାଇ ଘଟଣା ସ୍ଥଳରୁ […]

blast

Niharika Rout
  • Published: Thursday, 08 April 2021
  • , Updated: 08 April 2021, 07:43 AM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବ୍ରହ୍ମପୁର ସଦର ଥାନା ଗୁରୁଣ୍ଠି ଶ୍ରୀରଙ୍ଗରାଜପୁର ଗାଁରେ ଗତକାଲି ମଧ୍ୟରାତ୍ରରେ ବୋମାମାଡ଼ ହୋଇଥିବା ଜଣାଯାଇଛି  । ଗାଁର ପି.ତ୍ରିଲୋଚନ ପାତ୍ରଙ୍କୁ ସେହି ଗ୍ରାମର କିଛି ଦୁର୍ବୃତ୍ତ ଧମକଚମକ ଦେବା ସହ ତାଙ୍କ ଘର ଉପରକୁ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି।

ଗତକାଲି ପି.ତ୍ରିଲୋଚନ ଓ ତାଙ୍କ ପତ୍ନୀ ଘରେ ଥିଲେ।   ରାତି ପ୍ରାୟ ୧୨ ଟା ବେଳେ ହଠାତ୍‌ କିଛି ଦୁର୍ବୃତ୍ତ ତାଙ୍କ ଘର ସମ୍ମୁଖରେ ପହଞ୍ଚି ବୋମା ପକାଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି ।

[caption id="attachment_633644" align="aligncenter" width="650"] ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।[/caption]

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ଅନୁମାନ କରାଯାଉଛି  ।  ଏହି ବୋମା ମାଡ଼ରେ କେହି ଆହତ ହୋଇ ନ ଥିବା ବେଳେ ପରିବାର ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏ ନେଇ ଅଭିଯୋଗ  ପରେ ଘଟଣାସ୍ଥଳରେ ସଦର ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ହେଲେ ଅଭିଯୁକ୍ତଙ୍କ ଟେର ପାଇପାରିନି।

Related story