ବିଜେବି କଲେଜରେ ବୋମାମାଡ଼, ହାଡ଼ିଦାସ କଲେଜରେ ପୋଡ଼ାଜଳା

ଭୁବନେଶ୍ୱର: କଲେଜ ଛାତ୍ର ସଂସଦ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଅଶାନ୍ତ ହେବାରେ ଲାଗିଛି ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସ୍।ଭୁବନେଶ୍ୱର ସ୍ଥିତ ବିଜେବି କଲେଜର ସାଇନ୍ସ ବ୍ଲକ୍ ନିକଟରେ ଆଜି ଅପରାହ୍ନରେ ସୁତୁଲି ବୋମା ମାଡ଼ ହୋଇଛି। କଲେଜ ବାହାରୁ ଏହି ବୋମା ଫିଙ୍ଗା ଯାଇଥିବା ଜଣାପଡ଼ିଛି। ବୋମାମାଡ଼ ପରେ ଅଧ୍ୟକ୍ଷଙ୍କ ଅଫିସ୍‌ ସମ୍ମୁଖରେ ଛାତ୍ରଛାତ୍ରୀମାନେ ହୋହାଲ୍ଲା କରିଥିଲେ। ବଡ଼ଗଡ଼ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। କ୍ୟାମ୍ପସରେ ଏଭଳି ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଲେ ନିର୍ବାଚନ […]

bjb-bomb

Rakesh Mallick
  • Published: Monday, 26 September 2016
  • , Updated: 26 September 2016, 07:22 PM IST

ଭୁବନେଶ୍ୱର: କଲେଜ ଛାତ୍ର ସଂସଦ ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ଅଶାନ୍ତ ହେବାରେ ଲାଗିଛି ରାଜ୍ୟର ବିଭିନ୍ନ କଲେଜ କ୍ୟାମ୍ପସ୍।ଭୁବନେଶ୍ୱର ସ୍ଥିତ ବିଜେବି କଲେଜର ସାଇନ୍ସ ବ୍ଲକ୍ ନିକଟରେ ଆଜି ଅପରାହ୍ନରେ ସୁତୁଲି ବୋମା ମାଡ଼ ହୋଇଛି। କଲେଜ ବାହାରୁ ଏହି ବୋମା ଫିଙ୍ଗା ଯାଇଥିବା ଜଣାପଡ଼ିଛି। ବୋମାମାଡ଼ ପରେ ଅଧ୍ୟକ୍ଷଙ୍କ ଅଫିସ୍‌ ସମ୍ମୁଖରେ ଛାତ୍ରଛାତ୍ରୀମାନେ ହୋହାଲ୍ଲା କରିଥିଲେ। ବଡ଼ଗଡ଼ ଥାନା ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି। କ୍ୟାମ୍ପସରେ ଏଭଳି ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଲେ ନିର୍ବାଚନ କରାଯିବ ନା ନାହିଁ ସେ ନେଇ ବିଚାର କରାଯିବ ବୋଲି କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ଯାଜପୁର ଜିଲ୍ଲା ଛତିଆ ସ୍ଥିତ ମହାପୁରୁଷ ହାଡ଼ିଦାସ କଲେଜରେ ଗୋଟିଏ ଛାତ୍ର ଗୋଷ୍ଠୀ ନିର୍ବାଚନ ଚାହୁଁଥିବା ବେଳେ ଅନ୍ୟ ଏକ ଗୋଷ୍ଠୀ ଏହାକୁ ବିରୋଧ କରୁଛି। ଏହାକୁ କେନ୍ଦ୍ର କରି ଆଜି ଗୋଟିଏ ଛାତ୍ରଗୋଷ୍ଠୀ କଲେଜରେ ଭଙ୍ଗାରୁଜା କରିବା ସହ ଆଡ୍‌ମିଶନ୍ ସେକ୍ସନରେ ପୋଡ଼ାଜଳା କରିଥିଲେ। ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପୋଲିସ୍ ଗଣ୍ଡୋଗଳକାରୀ ଛାତ୍ରଙ୍କୁ ଘଉଡ଼ାଇ ଥିଲା। କଲେଜରେ ଚାପା ଉତ୍ତେଜନା ଲାଗି ରହିଛି। ସ୍ଥାନୀୟ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି।

Related story