ରାୟପୁରରୁ ଆସିଥିଲା ବୋମା

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଳା ପାଟଣାଗଡ଼ର ବ୍ରହ୍ମପୁରା ଭୋଳାନାଥପଡ଼ାରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୋଲିସର ଛାନଭିନ୍ ଜାରି ରହିଛି। ଗତକାଲି ଏହି ପାର୍ସଲ ବୋମାଟି ରାୟପୁରରୁ ଆସିଥିଲା ବୋଲି ପୋଲିସ ସୂଚନା ଦେଇଛି। ସ୍କାଏକିଙ୍ଗ କୋରିୟର ଦ୍ୱାରା ଏହା ରାୟପୁରରୁ ଆସିଥିଲା। ପାଟଣାଗଡ଼ସ୍ଥିତ ସ୍କାଏକିଙ୍ଗ କୋରିଅର ପକ୍ଷରୁ ପୋଲିସକୁ ଏହି ସୂଚନା ଦିଆଯାଇଛି। ବୋମା ଭର୍ତ୍ତି ଏହି ପାର୍ସଲର ଓଜନ ଥିଲା ୨ କିଲୋ ୧୦ ଗ୍ରାମ। ଏହି ସୁରାକ୍  ମିଳିବା ପରେ […]

Giftbomb

Rakesh Mallick
  • Published: Saturday, 24 February 2018
  • , Updated: 24 February 2018, 01:26 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଳା ପାଟଣାଗଡ଼ର ବ୍ରହ୍ମପୁରା ଭୋଳାନାଥପଡ଼ାରେ ଘଟିଥିବା ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୋଲିସର ଛାନଭିନ୍ ଜାରି ରହିଛି। ଗତକାଲି ଏହି ପାର୍ସଲ ବୋମାଟି ରାୟପୁରରୁ ଆସିଥିଲା ବୋଲି ପୋଲିସ ସୂଚନା ଦେଇଛି। ସ୍କାଏକିଙ୍ଗ କୋରିୟର ଦ୍ୱାରା ଏହା ରାୟପୁରରୁ ଆସିଥିଲା। ପାଟଣାଗଡ଼ସ୍ଥିତ ସ୍କାଏକିଙ୍ଗ କୋରିଅର ପକ୍ଷରୁ ପୋଲିସକୁ ଏହି ସୂଚନା ଦିଆଯାଇଛି। ବୋମା ଭର୍ତ୍ତି ଏହି ପାର୍ସଲର ଓଜନ ଥିଲା ୨ କିଲୋ ୧୦ ଗ୍ରାମ। ଏହି ସୁରାକ୍  ମିଳିବା ପରେ ବୋମା ପାର୍ସଲକାରୀଙ୍କ ନିକଟରେ ପହଞ୍ଚିବା ଲାଗି ଉଦ୍ୟମ କରୁଛି ପୋଲିସ।  ଘଟଣାର ତଦନ୍ତ କରୁଥିବା ବଲାଙ୍ଗିର ପୋଲିସର ଦୁଇଟି ସ୍ୱତନ୍ତ୍ର ଟିମ୍ ଆଜି ରାଜ୍ୟ ବାହାରକୁ ଯାଇଛି।

ଭୋଳାନାଥ ପଡ଼ାର ଅଧ୍ୟାପକ ରବୀନ୍ଦ୍ର କୁମାର ସାହୁଙ୍କ ପୁଅ ସୌମ୍ୟଶେଖରଙ୍କର ବାହାଘର ମାତ୍ର ୬ ଦିନ ତଳେ ହୋଇଥିଲା। ଗତକାଲି ପାର୍ସଲରେ ଆସିଥିବା ଏକ ଗିଫ୍ଟ ପ୍ୟାକ୍ ଖୋଲୁଥିବା ବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା। ଏଥିରେ ସୌମ୍ୟଖେଶର ଓ ତାଙ୍କ ଜେଜେମାଙ୍କ ମୃତ୍ୟୁ ହୋଇଥିଲା। ସୌମ୍ୟଙ୍କ ପତ୍ନୀ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

ଆହୁରି ପଢ଼ନ୍ତୁ- ସ୍ୱପ୍ନ ଦେଖା ସରିନି, ମଉଳି ଗଲା ସୁଖ

 

Related story