ଗାଁରେ ପଶି ୨ ଜଣଙ୍କୁ ଭୁଜାଲିରେ ହାଣିଲେ ଦୁର୍ବୃତ୍ତ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ଚାଉଳିଆ ଖମାର ଗାଁରେ ଆତଙ୍କ ଖେଳିଯାଇଛି। ଗାଁରେ ପଶି ୨ ଜଣଙ୍କୁ ଭୁଜାଲିରେ ହାଣିବା ପରେ ଦୁର୍ବୃତ୍ତ ବୋମା ଫୁଟାଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ। ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ଆଜି ସକାଳ ପ୍ରାୟ ୬ଟା ବେଳେ ୯ ଜଣ ଦୁର୍ବୃତ୍ତ ୩ଟି ବାଇକରେ ଗାଁକୁ ଆସିଥିଲେ। ଗାଁର ଦୁଇ ଜଣ ଲୋକଙ୍କୁ ଭୁଜାଲିରେ ହାଣିବା ପରେ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଶଙ୍କର୍ଷଣ ବେହେରା ଓ କାଳନ୍ଦୀ […]

dkl

Rakesh Mallick
  • Published: Monday, 28 May 2018
  • , Updated: 28 May 2018, 02:04 PM IST

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଢେଙ୍କାନାଳ ଜିଲ୍ଲା ଚାଉଳିଆ ଖମାର ଗାଁରେ ଆତଙ୍କ ଖେଳିଯାଇଛି। ଗାଁରେ ପଶି ୨ ଜଣଙ୍କୁ ଭୁଜାଲିରେ ହାଣିବା ପରେ ଦୁର୍ବୃତ୍ତ ବୋମା ଫୁଟାଇ ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ।

ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ଆଜି ସକାଳ ପ୍ରାୟ ୬ଟା ବେଳେ ୯ ଜଣ ଦୁର୍ବୃତ୍ତ ୩ଟି ବାଇକରେ ଗାଁକୁ ଆସିଥିଲେ। ଗାଁର ଦୁଇ ଜଣ ଲୋକଙ୍କୁ ଭୁଜାଲିରେ ହାଣିବା ପରେ ବୋମା ଫିଙ୍ଗି ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଶଙ୍କର୍ଷଣ ବେହେରା ଓ କାଳନ୍ଦୀ ବାରିକ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଏହି ଆକ୍ରମଣ ପଛରେ ବାଜିଚୌକର କିଛି ଲୋକଙ୍କ ସଂପୃକ୍ତି ଥିବା ଅଭିଯୋଗ ହୋଇଛି। ଖାମରୀ ଗାଁ ନିକଟରେ ଚାଲିଥିବା ରେଙ୍ଗାଲୀ ବାମପାର୍ଶ୍ୱ କେନାଲ ନିର୍ମାଣ ଚାଲିଥିବା ବେଳ ନିମ୍ନମାନର କାମ ହେଉଥିବା ନେଇ ଗାଁ ଲୋକେ ଅଭିଯୋଗ କରିଥିଲେ। ଏନେଇ ସେମାନେ କିଛି ଦିନ ତଳେ ଉଭୟ ଠିକାଦାର ଓ ଜେଇଙ୍କୁ ଅଟକ ରଖିଥିଲେ। ତେବେ ଘଟଣା ବିରୋଧରେ ଏଭଳି ଆକ୍ରମଣ କରାଯାଇଥିବା ଅନୁମାନ କରାଯାଉଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

Related story