ବମିଖାଲ ଓଭରବ୍ରିଜ୍‌ ଭୁଶୁଡିବା ଘଟଣା: ମେଡିକାଲରେ ଆହତଙ୍କୁ ଭେଟିଲେ ବୈଜୟନ୍ତ

Ordigital Desk
  • Published: Sunday, 10 September 2017
  • , Updated: 10 September 2017, 10:40 PM IST
<p>ଭୁବନେଶ୍ୱର: ବମିଖାଲରେ ନିର୍ମାଣାଧୀନ ଓଭରବ୍ରିଜ୍&zwnj; ଭୁଶୁଡି ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ କ୍ୟାପିଟାଲ ଓ ଏମ୍&zwnj;ସରେ ଭର୍ତ୍ତି କରାଯାଇଛି। ବିଭିନ୍ନ ରାଜନୈତିକ ଦଳର ନେତା ମେଡିକାଲକୁ ଯାଇ ଆହତଙ୍କୁ ଭେଟୁଛନ୍ତି। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ମେଡିକାଲରେ ଆହତଙ୍କୁ ଭେଟି ସେମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।</p> <p>ଆହତଙ୍କୁ ଭେଟିବା ପରେ ସାଂସଦ ପଣ୍ଡା କହିଛନ୍ତି- &ldquo;ଏହା ଏକ ଦୁଃଖଦ ଘଟଣା। ଆହତଙ୍କ ଚିକିତ୍ସା ଉପରେ ପ୍ରାଥମିକତା ଦିଆଯାଉଛି। ପଚରା ଯାଉଛି, କାହାର ଭୁଲ। ଏହା ଉପରେ ମୋର କିଛି ପ୍ରତିକ୍ରିୟା ଦେବାର ନାହିଁ। ଏତିକି କହିବି ଘଟଣାର ଯାଞ୍ଚ ହେବା ଉଚିତ ଓ ଦୋଷୀ ଦଣ୍ଡା ପାଇବା ଦରକାର।&rdquo;</p>

Related story