ଏପ୍ରିଲରୁ ଶିକ୍ଷା ବର୍ଷ ଆରମ୍ଭ, ଆଜିଠୁ ପଠାଗଲା ପାଠ୍ୟପୁସ୍ତକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ଼ ପରେ ଶିକ୍ଷା କ୍ଷେତ୍ରକୁ ସ୍ୱାଭାବିକ ଟ୍ରାକ୍‌କୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିନିମନ୍ତେ ପ୍ରସ୍ତୁତ ହୋଇଛି ବ୍ଲୁ  ପ୍ରିଣ୍ଟ ।  ଚଳିତ ବର୍ଷ ଏପ୍ରିଲରୁ ଶିକ୍ଷା ବର୍ଷ ଆରମ୍ଭ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିବା ବେଳେ ପ୍ରାକ୍‌ ପ୍ରସ୍ତୁତିକୁ ଜୋରଦାର କରାଯାଇଛି। ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ସବୁ ପିଲାଙ୍କ ପାଖରେ ପାଠ୍ୟ ପୁସ୍ତକ ପହଞ୍ଚାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ […]

book

  • Published: Monday, 09 January 2023
  • , Updated: 09 January 2023, 12:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୋଭିଡ଼ ପରେ ଶିକ୍ଷା କ୍ଷେତ୍ରକୁ ସ୍ୱାଭାବିକ ଟ୍ରାକ୍‌କୁ ଫେରାଇ ଆଣିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏଥିନିମନ୍ତେ ପ୍ରସ୍ତୁତ ହୋଇଛି ବ୍ଲୁ  ପ୍ରିଣ୍ଟ ।  ଚଳିତ ବର୍ଷ ଏପ୍ରିଲରୁ ଶିକ୍ଷା ବର୍ଷ ଆରମ୍ଭ କରିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିବା ବେଳେ ପ୍ରାକ୍‌ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।

ଶିକ୍ଷା ବର୍ଷ ଆରମ୍ଭ ପୂର୍ବରୁ ସବୁ ପିଲାଙ୍କ ପାଖରେ ପାଠ୍ୟ ପୁସ୍ତକ ପହଞ୍ଚାଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏଥିନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମର ଆଜି ଶୁଭାରମ୍ଭ କରିଛନ୍ତି। ଫଳରେ ୬ଟି ଜିଲ୍ଲାର ୧୫ଟି ବ୍ଲକକୁ ଟ୍ରକ୍‌ ଯୋଗେ ବିଭିନ୍ନ ପାଠ୍ୟ ପୁସ୍ତକ ପଠା ଯାଇଛି।

[caption id="attachment_795523" align="aligncenter" width="650"] ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯିବାକୁ ପ୍ରସ୍ତୁତ ଥିବା ବହି ।[/caption]

ଗତଥର ଜୁନ୍‌, ଜୁଲାଇରୁ ଶିକ୍ଷା ବର୍ଷ ଆରମ୍ଭ ହୋଇଥିବା ବେଳେ ଏଥର କିନ୍ତୁ ଏପ୍ରିଲକୁ ଆରମ୍ଭ ହେବ । ଏହାକୁ ଆଖି ଆଗରେ ରଖି ସବୁ ପିଲାଙ୍କ ନିକଟରେ ପାଠ୍ୟପୁସ୍ତକ ପହଞ୍ଚାଇବା ପାଇଁ ଆଜି ୬ଟି ଜିଲ୍ଲାକୁ ବହି ପଠାଯାଇଥିବା କହିଛନ୍ତି ଶିକ୍ଷାମନ୍ତ୍ରୀ।

ପାଠ୍ୟ ପୁସ୍ତକ ଉତ୍ପାଦନ ଓ ବିକ୍ରୟ ସଂସ୍ଥା ନିର୍ଦ୍ଦେଶକ ରଘୁରାମ ଆର ଆୟର କହିଛନ୍ତି,ଆଜି ୧୫ଟି ବ୍ଲକକୁ ପୁସ୍ତକ ପଠାଗଲା। ମାର୍ଚ୍ଚ ଶେଷ ସୁଦ୍ଧା ୩୧୪ ବ୍ଲକରେ ସବୁ ବହି ପହଞ୍ଚାଯିବାକୁ ଟାର୍ଗେଟ ରଖାଯାଇଛି।

Related story