କର୍ମୀଙ୍କୁ ମାଡ଼ ଘଟଣା: ଅଭିଯୁକ୍ତଙ୍କ ଗିରଫ ଦାବିରେ ବୌଦ୍ଧରେ ବିଜେପିର ଧାରଣା ଜାରି

ବୌଦ୍ଧ: ଗତ ୨୯ ତାରିଖରେ ମନମୁଣ୍ଡାରେ ମନ୍ତ୍ରୀ ସଂଜୟ ଦାସବର୍ମା ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ କଳାପତାକା ପ୍ରଦର୍ଶନ ବେଳେ ବିଜେପି କର୍ମୀଙ୍କୁ ମାଡ଼ ମାରିଥିବା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ଓ ଦୁଇ କର୍ପୋରେଟରଙ୍କୁ ଗିରଫ କରିବା ଦାବିରେ ଆନ୍ଦୋଳନ ଜୋର ଧରିଛି। ଗତକାଲି ଘଟଣାର ପ୍ରତିବାଦ କରି ଓ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବିଜେପି ପକ୍ଷରୁ ବୌଦ୍ଧ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦିଆଯାଇଥିବା ବେଳେ ଆଜି ରିଲେ ଧାରଣା କରାଯାଇଛି। ଯେତେଦିନ […]

boudh-bjp

Rakesh Mallick
  • Published: Sunday, 31 July 2016
  • , Updated: 31 July 2016, 12:20 PM IST

ବୌଦ୍ଧ: ଗତ ୨୯ ତାରିଖରେ ମନମୁଣ୍ଡାରେ ମନ୍ତ୍ରୀ ସଂଜୟ ଦାସବର୍ମା ଓ ପୁଷ୍ପେନ୍ଦ୍ର ସିଂହଦେଓଙ୍କୁ କଳାପତାକା ପ୍ରଦର୍ଶନ ବେଳେ ବିଜେପି କର୍ମୀଙ୍କୁ ମାଡ଼ ମାରିଥିବା ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ ଓ ଦୁଇ କର୍ପୋରେଟରଙ୍କୁ ଗିରଫ କରିବା ଦାବିରେ ଆନ୍ଦୋଳନ ଜୋର ଧରିଛି। ଗତକାଲି ଘଟଣାର ପ୍ରତିବାଦ କରି ଓ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବିଜେପି ପକ୍ଷରୁ ବୌଦ୍ଧ ଜିଲ୍ଲାପାଳଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦିଆଯାଇଥିବା ବେଳେ ଆଜି ରିଲେ ଧାରଣା କରାଯାଇଛି। ଯେତେଦିନ ପର୍ଯ୍ୟନ୍ତ ମାଡ଼ ମାରିଥିବା ବିଧାୟକ ଓ କର୍ପୋରେଟରମାନଙ୍କୁ ଗିରଫ କରା ନ ଯାଇଛି ସେତେ ଦିନ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଗତକାଲି ସ୍ଥିତି ଅନୁଧ୍ୟାନ କରିବାକୁ ଆସିଥିବା ବିଜେପି ବିଧାୟକ ଦଳ ନେତା କେ.ଭି ସିଂହଦେଓ କହିଥିଲେ।

ବୌଦ୍ଧ ଜିଲ୍ଲା ବିଜେପି ସଭାପତି ସୌମିତ୍ରି ନାୟକ କହିଛନ୍ତି,“ଆମ କର୍ମୀଙ୍କ ଉପରେ ବର୍ବରୋଚିତ ଆକ୍ରମଣର ପ୍ରତିବାଦରେ ଯେଉଁ ଆନ୍ଦୋଳନ ଆରମ୍ଭ ହୋଇଛି ତାହା ଅଭିଯୁକ୍ତମାନଙ୍କୁ ଗିରଫ କରାଯିବା ପର୍ଯ୍ୟନ୍ତ ଜାରି ରହିବ। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରିଲେ ଧାରଣା ମାଧ୍ୟମରେ ଆନ୍ଦୋଳନ ଜାରି ରହିବ।  ଦଳର ରାଜ୍ୟ ନେତୃମଣ୍ଡଳୀ ଏ ଘଟଣାକୁ ଗୁରୁତ୍ୱର ସହିତ ନେଇଛନ୍ତି। ଆବଶ୍ୟକ ପଡ଼ିଲେ ରାଜ୍ୟ ବ୍ୟାପୀ ଆନ୍ଦୋଳନ କରାଯିବ।”

Related story