ବୌଦ୍ଧ ଦନ୍ତାହାତୀ ଶିକାର ଘଟଣା: କ୍ରାଇମବ୍ରାଞ୍ଚ ନେଲା ତଦନ୍ତ ଭାର

ଭୁବନେଶ୍ୱର: ବୌଦ୍ଧ ଦନ୍ତାହାତୀ ଶିକାର ଘଟଣାର ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚର ୱାଇଲ୍ଡ ଲାଇଫ୍ ସେଲ୍। ସେଲ୍‌ର ୪ ଜଣିଆ ଟିମ୍ ଆଜି ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଟିମ୍‌ରେ ଜଣେ ପୋଲିସ୍ ଇନ୍ସପେକ୍ଟରଙ୍କ ସହିତ ଜଣେ ଏସିଏଫ୍ ଅଛନ୍ତି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ୍ ସ୍ପେଶାଲ୍ ଡିଜି ବି.କେ ଶର୍ମା। ବୁଧବାର ଏହି ଚୋରା ହାତୀ ଦାନ୍ତ ରାକେଟ୍‌ର ପର୍ଦ୍ଦାଫାସ୍ ହୋଇଥିଲା। ଏହି ଗ୍ୟାଙ୍ଗର ୯ ଜଣ ଶିକାରୀଙ୍କୁ ବୌଦ୍ଧରୁ ଗିରଫ କରାଯାଇଥିଲା। ଗିରଫ […]

boudh

Rakesh Mallick
  • Published: Friday, 03 June 2016
  • , Updated: 03 June 2016, 06:11 AM IST

ଭୁବନେଶ୍ୱର: ବୌଦ୍ଧ ଦନ୍ତାହାତୀ ଶିକାର ଘଟଣାର ତଦନ୍ତ ଭାର ନେଇଛି କ୍ରାଇମବ୍ରାଞ୍ଚର ୱାଇଲ୍ଡ ଲାଇଫ୍ ସେଲ୍। ସେଲ୍‌ର ୪ ଜଣିଆ ଟିମ୍ ଆଜି ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି। ଏହି ଟିମ୍‌ରେ ଜଣେ ପୋଲିସ୍ ଇନ୍ସପେକ୍ଟରଙ୍କ ସହିତ ଜଣେ ଏସିଏଫ୍ ଅଛନ୍ତି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ୍ ସ୍ପେଶାଲ୍ ଡିଜି ବି.କେ ଶର୍ମା।

ବୁଧବାର ଏହି ଚୋରା ହାତୀ ଦାନ୍ତ ରାକେଟ୍‌ର ପର୍ଦ୍ଦାଫାସ୍ ହୋଇଥିଲା। ଏହି ଗ୍ୟାଙ୍ଗର ୯ ଜଣ ଶିକାରୀଙ୍କୁ ବୌଦ୍ଧରୁ ଗିରଫ କରାଯାଇଥିଲା। ଗିରଫ ୯ ଶିକାରୀଙ୍କ ମଧ୍ୟରୁ ୬ ଜଣ କଟକର ନରସିଂହପୁର ଅଞ୍ଚଳର। ସେମାନଙ୍କଠାରୁ ୮ ଖଣ୍ଡରେ କଟା ହୋଇଥିବା ଦୁଇଟି ହାତୀ ଦାନ୍ତ ସହିତ ୩ଟି ଦେଶୀ ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରାଯାଇଥିଲା। ଏହି ଶିକାରୀମାନେ ମୁଣ୍ଡେଶ୍ୱର ଜଙ୍ଗଲରେ ବୁଲୁଥିବା ଏକ ଦନ୍ତାକୁ ଶିକାର କରି ତାର ଦାନ୍ତ କାଟି ନେଉଥିବା ବେଳେ ଏସ୍‌ଓଜି ଯବାନଙ୍କ ହାତରେ ଧରାପଡ଼ିଥିଲେ।

Related story