୪୪.୫ ଡିଗ୍ରୀରେ ଜଳିଲା ବୌଦ୍ଧ, ୩୦ ପର୍ଯ୍ୟନ୍ତ ୯ ଜିଲ୍ଲାକୁ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୌଦ୍ଧ ଆଜି ପାଲଟିଛି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର। ଏଠାରେ ଆଜି ଦିନର ସର୍ବାଧିକ ତାପମାତ୍ରା ୪୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ଆଉ ୮ଟି ସହରର ତାପମାତ୍ରା ୪୩ ଡିଗ୍ରୀ ବା ଏହା ଉପରେ ରେକର୍ଡ କରାଯାଇଛି। ଅନୁଗୋଳର ତାପମାତ୍ରା ୪୩.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବାରିପଦାରେ ୪୩.୮, ଝାରସୁଗୁଡ଼ାରେ ୪୩.୯, ସମ୍ବଲପୁରରେ ୪୩.୧, ସୁନ୍ଦରଗଡ଼ରେ ୪୩, ବଲାଙ୍ଗିରରେ ୪୩.୮, ଟିଟିଲାଗଡ଼ରେ ୪୩.୫ ଓ ସୋନପୁରରେ ୪୩.୬ ଡିଗ୍ରୀ […]

Heat Wave

Heat Wave

Jitendra Garnayak
  • Published: Tuesday, 26 April 2022
  • Updated: 26 April 2022, 07:59 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବୌଦ୍ଧ ଆଜି ପାଲଟିଛି ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର। ଏଠାରେ ଆଜି ଦିନର ସର୍ବାଧିକ ତାପମାତ୍ରା ୪୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ସେହିପରି ଆଉ ୮ଟି ସହରର ତାପମାତ୍ରା ୪୩ ଡିଗ୍ରୀ ବା ଏହା ଉପରେ ରେକର୍ଡ କରାଯାଇଛି। ଅନୁଗୋଳର ତାପମାତ୍ରା ୪୩.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ବାରିପଦାରେ ୪୩.୮, ଝାରସୁଗୁଡ଼ାରେ ୪୩.୯, ସମ୍ବଲପୁରରେ ୪୩.୧, ସୁନ୍ଦରଗଡ଼ରେ ୪୩, ବଲାଙ୍ଗିରରେ ୪୩.୮, ଟିଟିଲାଗଡ଼ରେ ୪୩.୫ ଓ ସୋନପୁରରେ ୪୩.୬ ଡିଗ୍ରୀ ରହିଥିଲା।

ଅନ୍ୟପକ୍ଷରେ ୫ଟି ସହରର ତାପମାତ୍ରା ୪୨ ଡିଗ୍ରୀ ବା ଏହା ଉପରେ ରହିଥିଲା। ହୀରାକୁଦର ତାପମାତ୍ରା ୪୨.୩ ଡିଗ୍ରୀ ରହିଥିବା ବେଳେ ଭବାନୀପାଟଣାରେ ୪୨, ଦେବଗଡ଼ରେ ୪୨.୮, ବରଗଡ଼ରେ ୪୨ ଓ ଖୋର୍ଦ୍ଧାରେ ୪୨ ଡିଗ୍ରୀ ସେଲସିୟସ ରହିଥିଲା।

ସେହିପରି ୬ଟି ସହରର ତାପମାତ୍ରା ୪୧ ଡିଗ୍ରୀ ବା ଏହା ଉପରେ ରହିଥିଲା। କେନ୍ଦୁଝରରେ ତାପମାତ୍ରା ୪୧.୩ ଡିଗ୍ରୀ ରହିଥିବା ବେଳେ ଭଦ୍ରକରେ ୪୧, ଯାଜପୁରରେ ୪୧, ନୂଆପଡ଼ାରେ ୪୧, ନୟାଗଡ଼ରେ ୪୧ ଓ ପାରଳାଖେମୁଣ୍ଡିରେ ୪୧.୭ ଡିଗ୍ରୀ ରେକର୍ଡ କରାଯାଇଥିଲା। ରାୟଗଡ଼ାର ତାପମାତ୍ରା ୪୦.୧ ଡିଗ୍ରୀ ରହିଥିଲା।

ଅନ୍ୟପକ୍ଷରେ ଏହିଭଳି ଗ୍ରୀଷ୍ମ ପ୍ରବାହ ଆସନ୍ତା କିଛି ଦିନ ପାଇଁ ମଧ୍ୟ ଜାରି ରହିବ। ଏନେଇ ଆଜି ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ୯ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କାରଣ ଏହି ୯ଟି ଜିଲ୍ଲା ପାଇଁ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ୟେଲୋ ୱାର୍ଣ୍ଣିଂ ଜାରି କରିଛି। ପରିସ୍ଥିତିକୁ ଦେଖି ପଦକ୍ଷେପ ନେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।

ଏହି ୯ଟି ଜିଲ୍ଲା ହେଉଛନ୍ତି- ଅନୁଗୋଳ, ବୌଦ୍ଧ, ବଲାଙ୍ଗିର, ଦେବଗଡ଼, ଝାରସୁଗୁଡ଼ା, ମୟୂରଭଞ୍ଜ, ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡ଼।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos