ବୌଦ୍ଧ ସ୍ମାରକୀର ମୁକସାକ୍ଷୀ ‘ଅରାଗଡ଼’

ଭୁବନେଶ୍ୱର(ମିହିର ପଟ୍ଟନାୟକ): ଆଜି ବିଶ୍ୱ ଐତିହ୍ୟ ଦିବସ। ପ୍ରତି ବର୍ଷ ଏପ୍ରିଲ୍‌ ୧୮ ତାରିଖରେ ଏହି ଦିବସ ପାଳନ କରାଯାଉଛି। ବିଶ୍ୱ ଐତିହ୍ୟ ସ୍ଥାନର ସଂରକ୍ଷଣ ଓ ଏହାର ପ୍ରଚାର ପ୍ରସାର ଲାଗି ଏହି ଦିବସ ପାଳନ କରାଯାଏ। ଏବର୍ଷ ବିଶ୍ୱ ଐତିହ୍ୟ ଦିବସର ଥିମ୍‌ ରହିଛି- ଶେୟାର୍‌ କଲ୍‌ଚର, ଶେୟାର୍‌ ହେରିଟେଜ୍‌, ଶେୟାର୍ ରେସ୍‌ପନ୍ସିବିଲିଟି। ଅର୍ଥାତ୍‌ ଦାୟିତ୍ୱସମ୍ପନ୍ନ ହୋଇ ଐତିହ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା। ଆଜି ବିଶ୍ୱ ଐତିହ୍ୟ ଦିବସର ଆମ ଐତିହ୍ୟକୁ […]

garabadu

garabadu

Manoranjan Sial
  • Published: Saturday, 18 April 2020
  • Updated: 18 April 2020, 09:34 PM IST

Sports

Latest News

ଭୁବନେଶ୍ୱର(ମିହିର ପଟ୍ଟନାୟକ): ଆଜି ବିଶ୍ୱ ଐତିହ୍ୟ ଦିବସ। ପ୍ରତି ବର୍ଷ ଏପ୍ରିଲ୍‌ ୧୮ ତାରିଖରେ ଏହି ଦିବସ ପାଳନ କରାଯାଉଛି। ବିଶ୍ୱ ଐତିହ୍ୟ ସ୍ଥାନର ସଂରକ୍ଷଣ ଓ ଏହାର ପ୍ରଚାର ପ୍ରସାର ଲାଗି ଏହି ଦିବସ ପାଳନ କରାଯାଏ। ଏବର୍ଷ ବିଶ୍ୱ ଐତିହ୍ୟ ଦିବସର ଥିମ୍‌ ରହିଛି- ଶେୟାର୍‌ କଲ୍‌ଚର, ଶେୟାର୍‌ ହେରିଟେଜ୍‌, ଶେୟାର୍ ରେସ୍‌ପନ୍ସିବିଲିଟି। ଅର୍ଥାତ୍‌ ଦାୟିତ୍ୱସମ୍ପନ୍ନ ହୋଇ ଐତିହ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କରିବା। ଆଜି ବିଶ୍ୱ ଐତିହ୍ୟ ଦିବସର ଆମ ଐତିହ୍ୟକୁ ନେଇ ମିହିର ପଟ୍ଟନାୟକଙ୍କ ସ୍ୱତନ୍ତ୍ର ଆଲେଖ୍ୟ ପଢ଼ନ୍ତୁ।

ଅପଣ ଦେଖୁଥିବା ଫଟୋ ଦୁଇଟି ହେଉଛି ଆମ ଓଡ଼ିଶାର ଏକ ପ୍ରମୁଖ ବୌଦ୍ଧ କୀର୍ତ୍ତିର ସ୍ମୃତିଚିହ୍ନ। ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକର ପ୍ରସିଦ୍ଧ ଅରଗଡ଼ ପାହାଡ଼ ଉପରେ ଏହି କୀର୍ତ୍ତି ସ୍ତମ୍ଭ ଦଣ୍ଡାୟମାନ। ଆପଣ ଦେଖୁଥିବା ଦ୍ଵିତଳ ପ୍ରାସାଦ ହେଉଛି ଏକ ବୌଦ୍ଧ ଚୈତ୍ୟ।

ଏହି ପ୍ରକାର ଗୃହର ଆଭିମୁଖ୍ୟ ହେଉଛି, ଏହାର ଉପର କୋଠରୀଟି ଉପାସନା ଗୃହ ଭାବେ ବ୍ୟବହାର ହୁଏ। ଯେଉଁଠି ଶ୍ରୀ ବୁଦ୍ଧ କିମ୍ଵା ବୌଦ୍ଧ ଦେବତାଙ୍କ ମୂର୍ତ୍ତି ପୂଜିତ ହୁଅନ୍ତି। ଏବଂ ତଳେ ବୌଦ୍ଧ ଶ୍ରମଣ ଓ ସନ୍ୟାସୀ ବିଶ୍ରାମ ନିଅନ୍ତି।

ସମ୍ଭବତଃ ଏହା ଚତୁର୍ଥ ଶତାବ୍ଦୀର ବୋଲି ଅନୁମିତ ହୁଏ। ଡ. ସତ୍ୟନାରାୟଣ ରାଜଗୁରୁଙ୍କ ଗବେଷଣା କୁହେ, ଏହି ସ୍ଥାନଟି ପ୍ରସିଦ୍ଧ ବୌଦ୍ଧ ତନ୍ତ୍ରବିତ ଆଚାର୍ଯ୍ୟ ଦିଗନାଗଙ୍କ ନିବସସ୍ଥଳୀ ଥିଲା। ଆଜି ଯେଉଁ ଆରାଗଡ଼ ପାହାଡ଼ ଆପଣ ଦେଖୁଛନ୍ତି ତାହାର ପୂର୍ବ ନାମ ଥିଲା ଭୋରଶୈଳ। ଆଉ ନିକଟରେ ଥିବା ବୌଦ୍ଧ ବିହାରର ନାମ ଥିଲା ଜଗଦଲ ବିହାର। ଏହି ନାମରେ ଗ୍ରାମ ଆଜିବି ରହିଛି।
ଅରାଗଡ଼ ପାହାଡ଼ ପାଦଦେଶରୁ ମିଳିଥିବା ପାଞ୍ଚଟି ପ୍ରତିମାରୁ ଏହି ମୂର୍ତ୍ତିଟି ଗୋଟିଏ। ଏଗୁଡ଼ିକ କନ୍ଦା ପଥରରେ ନିର୍ମିତ। ଏହି ମୂର୍ତ୍ତିଗୁଡିକ ହାତରେ ଅସ୍ତ୍ର ଧାରଣ କରି ଧ୍ୟାନସ୍ଥ ମୁଦ୍ରାରେ ଅଛନ୍ତି। ଅସ୍ତ୍ର ଧାରଣ କରିଥିବାରୁ ଏହି ମୂର୍ତ୍ତିଗୁଡିକ ବଜ୍ରଯାନୀଙ୍କ ଇଷ୍ଟ ଦେବତା ହୋଇଥିବା ମନେହୁଏ। ନିର୍ମାଣ ଶୈଳୀ ଦେଖି ଲାଗିବ ଏହା ଦଶମ ଶତାବ୍ଦୀରେ ସୋମବଂଶୀ ରାଜାଙ୍କ ଦ୍ୱାରା ନିର୍ମିତ ବୋଲି ଐତିହାସିକ ସତ୍ୟନାରାୟଣ ରାଜଗୁରୁଙ୍କ ମତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos