ନାବାଳକଙ୍କୁ ଛୁରୀ ଭୁସି ହତ୍ୟା କଲେ ନାବାଳକ

ସମ୍ୱଲପୁର(ସମୀର ଷଢ଼ଙ୍ଗୀ): ସମ୍ବଲପୁର ବୁଢାରାଜା ଅଞ୍ଚଳରେ ଜଣେ ନାବାଳକଙ୍କୁ ହତ୍ୟା ଅଭିଯୋଗରେ ପୋଲିସ ଆଉ ଜଣେ ନାବାଳକଙ୍କୁ ଥାନାରେ ଅଟକ ରଖିଛି। ଗତକାଲି ବୁଢାରାଜା ଅଞ୍ଚଳରେ ରହୁଥିବା ଉତ୍ତରପ୍ରଦେଶ ବାରଣାସୀର ଜଣେ ନାବାଳକ ସହ ସେହି ଅଞ୍ଚଳର ଜଣେ ନାବାଳକର ସାଇକେଲ ଧକ୍କାକୁ ନେଇ ବଚସା ହୋଇଥିଲା।  

ଏହାକୁ କେନ୍ଦ୍ରକରି ବାରଣାସୀର ନାବାଳକକୁ ବୁଢ଼ାରାଜା ଅଞ୍ଚଳର ବାଳକ ଜଣକ ଛୁରି ଭୁସି ହତ୍ୟା କରିଥିଲା। ଏନେଇ ଅଇଁଠାପାଲି ଥାନାରେ ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ସଂପୃକ୍ତ ନାବାଳକକୁ ଥାନାରେ ଅଟକ ରଖିଛି।