ରାବଣ ପଡ଼ି ବାଳକ ଗୁରୁତର, ମେଡିକାଲ୍‌ରେ ଭର୍ତ୍ତି

ନୂଆପଡା (ମାୟାଧର ସରାଫ): ନୂଆପଡା ଜିଲ୍ଲା କୋମନା ଥାନା କାଣ୍ତେତରା ଗାଁରେ ରାବଣ ପୋଡି ପୂର୍ବରୁ ଅଘଟଣ ଘଟିଛି। ରାବଣ ପ୍ରତିକୃତି ପଡ଼ି ଜଣେ ୧୩ ବର୍ଷର ବାଳକ ଗୁରୁତର ଆହତ ହୋଇଛି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କାଣ୍ତେତରା ଗାଁରେ ରାବଣ ପୋଡ଼ି ଉତ୍ସବ ପାଇଁ ରାବଣ ତିଆରି କରାଯାଇ ଥିଲା। ରାବଣ ପୋଡି ଆୟୋଜନ ହେବାକୁ ଥିବା ପଡ଼ିଆକୁ ରାବଣର ପ୍ରତିକୃତିକୁ ଏକ ଟ୍ରାକ୍ଟରରେ ନିଆଯାଉଥିଲା। ତେବେ ହଠାତ୍ ରାବଣର ପ୍ରତିକୃତି […]

nuapada

Manoranjan Sial
  • Published: Tuesday, 08 October 2019
  • , Updated: 08 October 2019, 08:56 PM IST

ନୂଆପଡା (ମାୟାଧର ସରାଫ): ନୂଆପଡା ଜିଲ୍ଲା କୋମନା ଥାନା କାଣ୍ତେତରା ଗାଁରେ ରାବଣ ପୋଡି ପୂର୍ବରୁ ଅଘଟଣ ଘଟିଛି। ରାବଣ ପ୍ରତିକୃତି ପଡ଼ି ଜଣେ ୧୩ ବର୍ଷର ବାଳକ ଗୁରୁତର ଆହତ ହୋଇଛି। ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

କାଣ୍ତେତରା ଗାଁରେ ରାବଣ ପୋଡ଼ି ଉତ୍ସବ ପାଇଁ ରାବଣ ତିଆରି କରାଯାଇ ଥିଲା। ରାବଣ ପୋଡି ଆୟୋଜନ ହେବାକୁ ଥିବା ପଡ଼ିଆକୁ ରାବଣର ପ୍ରତିକୃତିକୁ ଏକ ଟ୍ରାକ୍ଟରରେ ନିଆଯାଉଥିଲା। ତେବେ ହଠାତ୍ ରାବଣର ପ୍ରତିକୃତି ତଳେ ପଡି ଯାଇଥିଲା। ଆଉ ତା’ ତଳେ ଚାପି ହୋଇଯାଇଥିଲେ ଯୋଗେଶ୍ୱର ସତନାମୀ ନାବକ ଜଣେ ବାଳକ। ତାଙ୍କୁ ଗୁରୁତର ଉଦ୍ଧାର କରାଯାଇ ନୂଆପଡା ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏବେ ଯୋଗେଶ୍ୱର ସୁସ୍ଥ ଥିବା ଜଣାପଡ଼ିଛି।

ତା’ରେ ରାବଣ ପୋଡ଼ି ଉତ୍ସବ ଶାନ୍ତି ଶୃଙ୍ଖଳାରେ ସମାପ୍ତ ହୋଇଛି।

Related story