ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ: ବିରୋଧୀଙ୍କୁ ସମର୍ଥନ ଦେବନି ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ପ୍ରତ୍ୟାହାର ଦାବି ଓ ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ର‌୍ୟାଲିରେ ହିଂସାକାଣ୍ଡ ପ୍ରତିବାଦରେ ଆସନ୍ତାକାଲି ସଂସଦର ବଜେଟ୍ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣକୁ କଂଗ୍ରେସ ସମେତ ୧୬ଟି ବିରୋଧୀ ଦଳ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି। ତେବେ ବିରୋଧୀଙ୍କ ଏହି ବର୍ଜନରେ ବିଜେଡି ସାମିଲ ହେବ ନାହିଁ ବୋଲି ଜଣାପଡ଼ିଛି। ଦଳର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସସ୍ମିତ ପାତ୍ର ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି […]

sasmiti-patra

sasmiti-patra

Manoranjan Sial
  • Published: Thursday, 28 January 2021
  • Updated: 29 January 2021, 03:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ପ୍ରତ୍ୟାହାର ଦାବି ଓ ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ର‌୍ୟାଲିରେ ହିଂସାକାଣ୍ଡ ପ୍ରତିବାଦରେ ଆସନ୍ତାକାଲି ସଂସଦର ବଜେଟ୍ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣକୁ କଂଗ୍ରେସ ସମେତ ୧୬ଟି ବିରୋଧୀ ଦଳ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି। ତେବେ ବିରୋଧୀଙ୍କ ଏହି ବର୍ଜନରେ ବିଜେଡି ସାମିଲ ହେବ ନାହିଁ ବୋଲି ଜଣାପଡ଼ିଛି। ଦଳର ରାଜ୍ୟସଭା ସାଂସଦ ତଥା ମୁଖପାତ୍ର ସସ୍ମିତ ପାତ୍ର ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ଆସନ୍ତାକାଲିଠୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। ରାଷ୍ଟ୍ରପତିଙ୍କ ଅଭିଭାଷଣବେଳେ ବିଜେଡି ସାଂସଦମାନେ ଉପସ୍ଥିତ ରହିବେ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ମିଳିଥିବା ସୂଚନା ଅନୁସାରେ, ଦଳର ଏଭଳି ଆଭିମୁଖ୍ୟକୁ ନେଇ ବିଜେଡି ସାଂସଦମାନଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। କୃଷି ଆଇନକୁ ବିଜେଡି ବିରୋଧ କରୁଥିଲେ ମଧ୍ୟ ସିଧାସଳଖ କେନ୍ଦ୍ରର ଏନଡିଏ ସରକାର ବିରୁଦ୍ଧରେ ପ୍ରତିବାଦର ସ୍ୱର ଉଠାଇବାକୁ ସତସାହାସ କରିପାରୁନି। ଯେଉଁଥିପାଇଁ ସଂସଦ ଅଧିବେଶନ ପୂର୍ବରୁ ବସିଥିବା ଦଳର ଉଭୟ ଲୋକସଭା ଓ ରାଜ୍ୟସଭା ସାଂସଦଙ୍କ ବୈଠକରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କୃଷି ଆଇନ ସମ୍ପର୍କରେ ମୁହଁ ଖୋଲି ନଥିଲେ। କେବଳ ଚାଷୀଙ୍କ ସ୍ୱାର୍ଥ ପାଇଁ ଦଳ କାମ କରୁଛି ଓ ସ୍ୱାମୀନାଥନ୍ କମିଶନ ରିପୋର୍ଟକୁ ଲାଗୁ କରିବା ନିମନ୍ତେ କେନ୍ଦ୍ର ସରକାରଙ୍କ ଉପରେ ଚାପ ସୃଷ୍ଟି କରିବାକୁ ପରାମର୍ଶ ଦେଇଥିଲେ। ଆଉ କୃଷି ଆଇନକୁ ସିଧାସଳଖ ବିରୋଧ କରିବା ପରିବର୍ତ୍ତେ ଏହାକୁ ଅଧିକ ତର୍ଜମା ପାଇଁ ସିଲେକ୍ଟ କମିଟିକୁ ପଠାଇବାର ଆବଶ୍ୟକତା ରହିଛି ବୋଲି କହି ବିଜେଡି ସାଂସଦମାନେ ନିଜର ଉତ୍ତରଦାୟିତ୍ୱ ଶେଷ କରିବେ ବୋଲି ଜଣାପଡ଼ିଛି।

କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଦ୍ୱିତୀୟ ପାଳି ସରକାରକୁ ବିଜେଡି ସର୍ବଦା ଅଯାଚିତ ସମର୍ଥନ ଯୋଗାଇ ଦେଇଆସିଛି। ଉଭୟ କଂଗ୍ରେସ ଓ ବିଜେପିଠୁ ସମଦୂରତ୍ୱ କଥା କହୁଥିବା ବିଜେଡି କିନ୍ତୁ କେନ୍ଦ୍ରର ବିଜେପି ନେତୃତ୍ୱାଧୀନ ସରକାରକୁ ଯେଭଳି ଢଙ୍ଗରେ ପ୍ରସଙ୍ଗଭିତ୍ତିକ ସମର୍ଥନ ଯୋଗାଇ ଆସୁଛି ତାହା ଦୁଇ ଦଳ ମଧ୍ୟରେ ଥିବା ଅଘୋଷିତ ସମ୍ପର୍କ ଆଡ଼କୁ ଇଙ୍ଗିତ କରୁଛି। ଯେଉଁଥିପାଇଁ କଂଗ୍ରେସ ନେତୃତ୍ୱରେ ୧୬ଟି ଦଳ ଯଥା ଏନସିପି,ଡିଏମକେ, ତୃଣମୂଳ କଂଗ୍ରେସ, ଶିବସେନା, ସମାଜବାଦୀ ପାର୍ଟି, ଆରଜେଡି, ସିପିଆଇ, ସିପିଏମ, ଇଣ୍ଡିଆନ ମୁସଲିମ୍ ଲିଗ, ଆରଏସପି, ଏମଡିଏମକେ,ପିଡିପି,ଏନସି ଭଳି ଦଳ ଆସନ୍ତାକାଲି ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବର୍ଜନ କରିବାକୁ ନିଷ୍ପତ୍ତି ନେଇଥିଲେ ମଧ୍ୟ ଅଣଏନଡିଏ ଦଳ ବିଜେଡି ଏହାକୁ ସମର୍ଥନ କରିନାହିିଁ।

ଅଧିକ ପଢ଼ନ୍ତୁ : ପିଏମ୍ ଆବାସ ଯୋଜନାର ‘କୋ-ବ୍ରାଣ୍ଡିଂ’ କୁ ବିଜେପିର ବିରୋଧ, ରାଜ୍ୟପାଳଙ୍କୁ ଫେରାଦ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story