ବିଜୁ ପଟ୍ଟନାୟକ ଏୟାରପୋର୍ଟର ତୃତୀୟ ଟର୍ମିନାଲ୍‌ ହେବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନବକଳେବର ହେବ। ନିର୍ମାଣ ହେବ ଆଉ ଏକ ଟର୍ମିନାଲ୍‌। ତୃତୀୟ ଟର୍ମିନାଲ୍‌ (ଟି-ଥ୍ରୀ) ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏନେଇ ଆଜି ସଚିବାଳୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅଧିକାରୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି। ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଜୁଲାଇ-ଅଗଷ୍ଟରୁ ଟି-ଥ୍ରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ୩ ବର୍ଷ ମଧ୍ୟରେ ଶେଷ କରାଯିବ। ଏଥିପାଇଁ ଖର୍ଚ୍ଚ ହେବ ୯୩୦ […]

Manoranjan Sial
  • Published: Monday, 03 December 2018
  • , Updated: 03 December 2018, 07:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ନବକଳେବର ହେବ। ନିର୍ମାଣ ହେବ ଆଉ ଏକ ଟର୍ମିନାଲ୍‌। ତୃତୀୟ ଟର୍ମିନାଲ୍‌ (ଟି-ଥ୍ରୀ) ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଏନେଇ ଆଜି ସଚିବାଳୟରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଅଧିକାରୀ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି।

ନିଷ୍ପତ୍ତି ଅନୁଯାୟୀ, ଆସନ୍ତା ଜୁଲାଇ-ଅଗଷ୍ଟରୁ ଟି-ଥ୍ରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇ ୩ ବର୍ଷ ମଧ୍ୟରେ ଶେଷ କରାଯିବ। ଏଥିପାଇଁ ଖର୍ଚ୍ଚ ହେବ ୯୩୦ କୋଟି ଟଙ୍କା। ଏହି ଟର୍ମିନାଲ୍ ନିର୍ମାଣ ହେଲେ ଭୁବନେଶ୍ୱର ଏୟାରପୋର୍ଟର ବାର୍ଷିକ ଯାତ୍ରୀ କ୍ଷମତା ୧ କୋଟି ୧୫ ଲକ୍ଷରେ ପହଞ୍ଚିପାରିବ। ଏବେ ଏହା ମାତ୍ର ୩୫ ଲକ୍ଷ ରହିଛି।

ସେପଟେ ଭୁବନେଶ୍ୱର ଉପକଣ୍ଠରେ ଦ୍ୱିତୀୟ ଏୟାରପୋର୍ଟ ନିର୍ମାଣ ପ୍ରସଙ୍ଗରେ ମଧ୍ୟ ଆଜି ଆଲୋଚନା ହୋଇଛି। ଏଥିପାଇଁ ଗଠିତ କମିଟି ଆସନ୍ତା ଡିସେମ୍ବର ୧୦ ସୁଦ୍ଧା ରିପୋର୍ଟ ପ୍ରସ୍ତୁତ କରି ସରକାରଙ୍କୁ ପ୍ରଦାନ କରିବ।

ସେହିପରି ଝାରସୁଗୁଡା ଏୟାରପୋର୍ଟ ଲୋକାର୍ପିତ ହେବାର କିଛି ଦିନ ପରେ ଏଠାରୁ ଚଳାଚଳ କରୁଥିବା ଏୟାର ଓଡ଼ିଶା ବିମାନ ସେବା ବନ୍ଦ ରହିଛି।ଏୟାର ଓଡ଼ିଶାର ଲାଇସେନ୍ସ ବାତିଲ ହେବା ପରେ ଏଠାରୁ ପୁଣିଥରେ ବିମାନ ସେବା ଆରମ୍ଭ କରିବାକୁ ବିଡିଂ ପ୍ରକ୍ରିୟା ଚାଲିଛି। ଜାନୁୟାରୀ ପ୍ରଥମ ସପ୍ତାହରେ ଟେଣ୍ଡର ଫାଇନାଲ କରାଯାଇ ଖୁବ୍‌ଶୀଘ୍ର ପୁଣି ବିମାନ ଚଳଚଳ କରିବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଉଷା ପାଢ଼ୀ ଆଶା ବ୍ୟକ୍ତ କରିଛନ୍ତି।

ଓଡ଼ିଶାରେ ଏୟାର କନେକ୍ଟିଭିଟି ପାଇଁ କେନ୍ଦ୍ର ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଉଛନ୍ତି। ତେଣୁ ରାଜ୍ୟରେ ଥିବା ଅନ୍ୟ ଛୋଟ ଛୋଟ ଏୟାରଷ୍ଟ୍ରିପ୍‌ ଉପରେ ମଧ୍ୟ ଆଜିର ବୈଠକରେ ଆଲୋଚନା ହୋଇଛି। ଜୟପୁର ଓ ଉତ୍କେଲା ଏୟାରଷ୍ଟ୍ରିପ୍‌ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି କୁହାଯାଇଛି।

Related story