ସ୍ତ୍ରୀକୁ ଏସିଡ୍‌ ଫିଙ୍ଗି ମୁମ୍ୱାଇରେ ଲୁଚିଥିଲା, ପୋଲିସ ମାଡ଼ି ବସିଲା

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଏମ୍‌କେସିଜି ମେଡ଼ିକାଲ କଲେଜରେ ପାଠ ପଢ଼ୁଥିବା ପତ୍ନୀକୁ ଏସିଡ୍‌ ଫିଙ୍ଗି ଫେରାର ହୋଇଯାଇଥିଲା ଜହ୍ଲାଦ ସ୍ୱାମୀ। ଆଜି କ୍ରାଇମବ୍ରାଞ୍ଚ ଏକ୍ସପର୍ଟଙ୍କ ସହଯୋଗରେ ବ୍ରହ୍ମପୁର ପୋଲିସ ତାଙ୍କୁ ମୁମ୍ୱାଇରୁ ଗିରଫ କରିଛି। ସେ ନାଁ ବଦଳାଇ ଡେଲିଭରି ବୟ ଭାବେ କାମ କରୁଥିଲା। ଗିରଫ ଅଭିଯୁକ୍ତ ହେଲେ ନିରଞ୍ଜନ ପ୍ରଧାନ। ଗତବର୍ଷ ନଭେମ୍ବର ୧୬ରେ ଘଟିଥିଲା ଏହି ଲୋମହର୍ଷକାରୀ ଘଟଣା। ନିରଞ୍ଜନ ପ୍ରଧାନଙ୍କ ପତ୍ନୀ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଡିଏମ୍ଏଲଟିର ୩ୟ ବର୍ଷ ଛାତ୍ରୀ। […]

558953-acid-attack-032317

Rakesh Mallick
  • Published: Wednesday, 11 April 2018
  • , Updated: 11 April 2018, 06:59 PM IST

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ଏମ୍‌କେସିଜି ମେଡ଼ିକାଲ କଲେଜରେ ପାଠ ପଢ଼ୁଥିବା ପତ୍ନୀକୁ ଏସିଡ୍‌ ଫିଙ୍ଗି ଫେରାର ହୋଇଯାଇଥିଲା ଜହ୍ଲାଦ ସ୍ୱାମୀ। ଆଜି କ୍ରାଇମବ୍ରାଞ୍ଚ ଏକ୍ସପର୍ଟଙ୍କ ସହଯୋଗରେ ବ୍ରହ୍ମପୁର ପୋଲିସ ତାଙ୍କୁ ମୁମ୍ୱାଇରୁ ଗିରଫ କରିଛି। ସେ ନାଁ ବଦଳାଇ ଡେଲିଭରି ବୟ ଭାବେ କାମ କରୁଥିଲା। ଗିରଫ ଅଭିଯୁକ୍ତ ହେଲେ ନିରଞ୍ଜନ ପ୍ରଧାନ। ଗତବର୍ଷ ନଭେମ୍ବର ୧୬ରେ ଘଟିଥିଲା ଏହି ଲୋମହର୍ଷକାରୀ ଘଟଣା।

ନିରଞ୍ଜନ ପ୍ରଧାନଙ୍କ ପତ୍ନୀ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଡିଏମ୍ଏଲଟିର ୩ୟ ବର୍ଷ ଛାତ୍ରୀ। ସେ କ୍ଲାସ କରିବା ପାଇଁ ଯାଉଥିବା ବେଳେ ନିରଞ୍ଜନ ତାଙ୍କ ଉପରେ ଏସିଡ଼ ମାଡ଼ କରିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଛାତି ଓ ମୁହଁରେ ଏସିଡ୍ ମାଡ଼ ହୋଇଛି। ତାଙ୍କର ବାମ ଆଖିରେ ବେଶୀ ଆଘାତ ଲାଗିଥିଲା।

Related story