ବିପିୟୁଟି ପ୍ରଶ୍ନପତ୍ର ଲିକ୍ ଘଟଣା: ୪ ଜଣିଆ କମିଟି କରୁଛି ତଦନ୍ତ

ଭୁବନେଶ୍ୱର: ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିପିୟୁଟି କୁଳପତି ଶ୍ୟାମସୁନ୍ଦର ପଟ୍ଟନାୟକ। ଲିକ୍ ଅଭିଯୋଗ ଆଧାରରେ ୪ ଜଣିଆ କମିଟି ଗଠନ କରି ଘଟଣାର ତଦନ୍ତ ଜାରି ରହିଛି। ୭ରୁ ୧୦ ଦିନ ମଧ୍ୟରେ  ଏହି କମିଟି ତଦନ୍ତ ରିପୋର୍ଟ ପ୍ରଦାନ କରିବେ। ସୋସିଆଲ୍ ମିଡିଆରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ରିପୋର୍ଟ ଆସିଲେ ସାଇବର କ୍ରାଇମକୁ ଏହି ଘଟଣାର ହସ୍ତାନ୍ତର କରାଯିବ। ତଦନ୍ତ ରିପୋର୍ଟ ଆସିବା ପରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ […]

bput

Rakesh Mallick
  • Published: Sunday, 27 December 2015
  • , Updated: 27 December 2015, 09:19 AM IST

ଭୁବନେଶ୍ୱର: ପ୍ରଶ୍ନପତ୍ର ଲିକ୍ ଅଭିଯୋଗ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିପିୟୁଟି କୁଳପତି ଶ୍ୟାମସୁନ୍ଦର ପଟ୍ଟନାୟକ। ଲିକ୍ ଅଭିଯୋଗ ଆଧାରରେ ୪ ଜଣିଆ କମିଟି ଗଠନ କରି ଘଟଣାର ତଦନ୍ତ ଜାରି ରହିଛି। ୭ରୁ ୧୦ ଦିନ ମଧ୍ୟରେ  ଏହି କମିଟି ତଦନ୍ତ ରିପୋର୍ଟ ପ୍ରଦାନ କରିବେ।

ସୋସିଆଲ୍ ମିଡିଆରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ରିପୋର୍ଟ ଆସିଲେ ସାଇବର କ୍ରାଇମକୁ ଏହି ଘଟଣାର ହସ୍ତାନ୍ତର କରାଯିବ। ତଦନ୍ତ ରିପୋର୍ଟ ଆସିବା ପରେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିପିୟୁଟି କୁଳପତି କହିଛନ୍ତି ।

Related story