ବ୍ରହ୍ମପୁର: ନର୍ସିଂହୋମ୍ ଉପରେ ପୁଣି ଚଢ଼ଉ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ ଶୁକ୍ରବାର ପୁଣି ଥରେ ବ୍ରହ୍ମପୁର ସହରରେ ଥିବା ବିଭିନ୍ନ ନର୍ସିଂ ହୋମ୍ ଓ ରୋଗ ନିରୂପଣ କେନ୍ଦ୍ର ଉପରେ ଚଢଉ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ୪ଟି ଟିମ୍ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ସିଡ଼ିଏମଓଙ୍କ ତତ୍ତ୍ୱାବଧାନରେ ୭ଟି କେନ୍ଦ୍ର ଉପରେ ଚଢଉ କରିଥିଲେ। କାଗଜ ପତ୍ର ଠିକ୍ ରହିଛି କି ନାହିଁ ଓ ଅଲଟ୍ରା ସାଉଣ୍ଡ୍ ଜରିଆରେ କନ୍ୟା ଭ୍ରୂଣ ଚିହ୍ନଟ […]

raid

Rakesh Mallick
  • Published: Friday, 12 June 2015
  • , Updated: 12 June 2015, 12:16 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିତ ଭାବେ ଶୁକ୍ରବାର ପୁଣି ଥରେ ବ୍ରହ୍ମପୁର ସହରରେ ଥିବା ବିଭିନ୍ନ ନର୍ସିଂ ହୋମ୍ ଓ ରୋଗ ନିରୂପଣ କେନ୍ଦ୍ର ଉପରେ ଚଢଉ କରାଯାଇଛି। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗଠିତ ୪ଟି ଟିମ୍ ବ୍ରହ୍ମପୁର ଉପଜିଲ୍ଲାପାଳ ଓ ସିଡ଼ିଏମଓଙ୍କ ତତ୍ତ୍ୱାବଧାନରେ ୭ଟି କେନ୍ଦ୍ର ଉପରେ ଚଢଉ କରିଥିଲେ। କାଗଜ ପତ୍ର ଠିକ୍ ରହିଛି କି ନାହିଁ ଓ ଅଲଟ୍ରା ସାଉଣ୍ଡ୍ ଜରିଆରେ କନ୍ୟା ଭ୍ରୂଣ ଚିହ୍ନଟ କରାଯାଉଛି କି- ଏସବୁର ଯାଞ୍ଚ କରାଯାଇଥିଲା। ତେବେ ଗୋଟିଏ କେନ୍ଦ୍ରରେ ସରକାରୀ ଔଷଧ ମିଳିବା ଏବଂ ଆଉ ଗୋଟିଏ କେନ୍ଦ୍ରରେ ବିନା ବୈଧ କାଗଜ ପତ୍ରରେ ଅଲଟ୍ରା ସାଉଣ୍ଡ୍ ଓ ଏକ୍ସରେ ମେସିନ୍ ମାଧ୍ୟମରେ ପରୀକ୍ଷା କରାଯାଉଥିବାରୁ ସେ ଦୁଇଟି ପ୍ରକୋଷ୍ଠକୁ ସିଲ୍ କରି ଦିଆଯାଇଥିଲା।

Related story