ବ୍ରାହ୍ମଣୀ ନଦୀରେ ବୁଡ଼ି ତିନି ମୃତ

ରାଉରକେଲା: ରାଉରକେଲାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ଆଜି ସକାଳେ ତିନି ଜଣଙ୍କ ମୃତ୍ୟୁ ଘଟିଛି।  ମୃତକମାନେ ହେଲେ ପି.ଶରତ, ପି. ଶ୍ୟାମ ଓ ପଙ୍କଜ। ପି. ଶରତଙ୍କ ମୃତ ଦେହକୁ ପ୍ରଥମେ ଉଦ୍ଧାର କରାଯାଇଥିଲା। ପରେ ନିଖୋଜ ଯୁବକ ପି.ଶ୍ୟାମ ଓ ପଙ୍କଜଙ୍କ ମୃତ ଦେହ ମିଳିଥିଲା। ଆଜି ସକାଳେ ଏମାନେ ଗାଧୋଇବା ପାଇଁ ବ୍ରାହ୍ମଣୀ ନଦୀର ତରକେରା ଘାଟକୁ ଯାଇଥିଲେ। ପି.ଶରତ ମୁମ୍ବାଇରେ ରହନ୍ତି। ସ୍ଥାନୀୟ ଅଞ୍ଚଳରେ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ସେ […]

sundargarh

Rakesh Mallick
  • Published: Thursday, 07 May 2015
  • , Updated: 07 May 2015, 07:24 AM IST

ରାଉରକେଲା: ରାଉରକେଲାରେ ବ୍ରାହ୍ମଣୀ ନଦୀରେ ବୁଡ଼ି ଆଜି ସକାଳେ ତିନି ଜଣଙ୍କ ମୃତ୍ୟୁ ଘଟିଛି।  ମୃତକମାନେ ହେଲେ ପି.ଶରତ, ପି. ଶ୍ୟାମ ଓ ପଙ୍କଜ। ପି. ଶରତଙ୍କ ମୃତ ଦେହକୁ ପ୍ରଥମେ ଉଦ୍ଧାର କରାଯାଇଥିଲା। ପରେ ନିଖୋଜ ଯୁବକ ପି.ଶ୍ୟାମ ଓ ପଙ୍କଜଙ୍କ ମୃତ ଦେହ ମିଳିଥିଲା। ଆଜି ସକାଳେ ଏମାନେ ଗାଧୋଇବା ପାଇଁ ବ୍ରାହ୍ମଣୀ ନଦୀର ତରକେରା ଘାଟକୁ ଯାଇଥିଲେ। ପି.ଶରତ ମୁମ୍ବାଇରେ ରହନ୍ତି। ସ୍ଥାନୀୟ ଅଞ୍ଚଳରେ ଏକ ବିବାହ ଉତ୍ସବରେ ଯୋଗଦେବା ପାଇଁ ସେ ଆସିଥିଲେ। ଅନ୍ୟ ଦୁଇ ଜଣ ସ୍ଥାନୀୟ ରେଳବାଇ କଲୋନୀର ବାସିନ୍ଦା।  ଅଗ୍ନିଶମ ବିଭାଗ ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଥିଲା।

Related story