ଲୁଟ୍‌ ଯୋଜନା ଚାଲିଥିଲା, ପୁଲିସକୁ ଦେଖି ବୋମା ଫିଙ୍ଗିଲେ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲାର ଦୁର୍ଦ୍ଦାନ୍ତ ଅପରାଧୀ ଶିବା ସେଠୀ ଓ ତାଙ୍କ ଗ୍ୟାଙ୍ଗ ଲୁଟ୍‌ ପାଇଁ ଯୋଜନା କରୁଥିଲେ। ଏ ସମ୍ପର୍କରେ ପୁଲିସ ଜାଣିପାରି ଚଢ଼ଉ କରିଥିଲା। ଆଉ ଶିବା ଓ ତାଙ୍କ ଗ୍ୟାଙ୍ଗ ପୁଲିସକୁ ଦେଖି ବୋମା ମାଡ଼ କରିଥିଲେ। ପରେ ପୁଲିସ କୌଶଳ କ୍ରମେ ଶିବା ଓ ତାଙ୍କ ଗ୍ୟାଙ୍ଗର ୯ ଅପରାଧୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଦୁର୍ଦ୍ଦାନ୍ତ ଅପରାଧୀ ଶିବା ସେଠୀ। ତାଙ୍କ ନାଁରେ ରହିଛି […]

Brahmapur-police-arrest-9-criminal

Manoranjan Sial
  • Published: Friday, 23 August 2019
  • , Updated: 23 August 2019, 05:31 PM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ): ଗଞ୍ଜାମ ଜିଲ୍ଲାର ଦୁର୍ଦ୍ଦାନ୍ତ ଅପରାଧୀ ଶିବା ସେଠୀ ଓ ତାଙ୍କ ଗ୍ୟାଙ୍ଗ ଲୁଟ୍‌ ପାଇଁ ଯୋଜନା କରୁଥିଲେ। ଏ ସମ୍ପର୍କରେ ପୁଲିସ ଜାଣିପାରି ଚଢ଼ଉ କରିଥିଲା। ଆଉ ଶିବା ଓ ତାଙ୍କ ଗ୍ୟାଙ୍ଗ ପୁଲିସକୁ ଦେଖି ବୋମା ମାଡ଼ କରିଥିଲେ। ପରେ ପୁଲିସ କୌଶଳ କ୍ରମେ ଶିବା ଓ ତାଙ୍କ ଗ୍ୟାଙ୍ଗର ୯ ଅପରାଧୀଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।

ଦୁର୍ଦ୍ଦାନ୍ତ ଅପରାଧୀ ଶିବା ସେଠୀ। ତାଙ୍କ ନାଁରେ ରହିଛି ଲୁଟ୍, ରାହାଜାନୀ ଓ ବଟି ଆଦାୟ ପରି ଅନେକ ସଙ୍ଗୀନ ମାମଲା। ଶିବା ଓ ତାଙ୍କ ଗ୍ୟାଙ୍ଗ ଗତ କିଛି ଦିନ ଧରି ନରେନ୍ଦ୍ରପୁର ଗାଁରେ ଆତଙ୍କ ଖେଳାଉ ଥିଲା। ଯେଉଁଥିରେ ଅତିଷ୍ଠ ହୋଇ ଗାଁ ଲୋକେ ଗତ ୧୯ ତାରିଖରେ ବ୍ରହ୍ମପୁର ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକୁ ଭିତ୍ତିକରି ଶିବା ଓ ତାଙ୍କ ଗ୍ୟାଙ୍ଗକୁ ଧରିବା ପାଇଁ ପୁଲିସ ଜାଲ ବିଛାଇ ଥିଲା।

ଗତକାଲି ସନ୍ଧ୍ୟାରେ ଶିବା ଓ ତାଙ୍କ ଗ୍ୟାଙ୍ଗ ଗୋପାଳପୁର ଥାନା ଅନ୍ତର୍ଗତ ବଡ଼କୁଶସ୍ଥଳୀ ଗାଁ ନିକଟସ୍ଥ ଏକ ନିର୍ଜନ ସ୍ଥାନରେ ବସି ଲୁଟ୍‌ ପାଇଁ ଯୋଜନା କରୁଥିଲେ। ଏ ସମ୍ପର୍କରେ ପୁଲିସ ଜାଣିପାରି ସେଠାରେ ଚଢ଼ଉ କରିଥିଲା। ପୁଲିସକୁ ଦେଖି ଶିବ ଓ ତାଙ୍କ ଗ୍ୟାଙ୍ଗର ସଦସ୍ୟମାନେ ବୋମାମାଡ଼ କରିଥିଲେ। ପୁଲିସ ଏହାର ପାଲଟା ଜବାବ ଦେଇଥିଲା। ପରେ ପୁଲିସ ସେଠାରୁ ଶିବଙ୍କ ସମେତ ୯ ଜଣଙ୍କୁ ଗିରଫ କରିଥିବାରେ ସଫଳ ହୋଇଥିଲା। ତେବେ ଅନ୍ୟ ୩ଜଣ ଅପରାଧୀ ସେଠାରୁ ଫେରାର ହୋଇଯାଇଥିଲେ।

ପୁଲିସ ଘଟଣାସ୍ଥଳରୁ ୬ଟି ବୋମା, ୧ ଗୋଟିଏ ମାଉଜର, ୨ ଖଣ୍ଡା, ୧ ମ୍ୟାଗଜିନ ଓ ୨ଟି ଗୁଳି ଜବତ କରିଛି। ଶିବଙ୍କ ନାଁରେ ଗୋଟିଏ ହତ୍ୟା ସହ ୧୦ରୁ ଊର୍ଦ୍ଧ୍ୱ ମାମଲା ବିଭିନ୍ନ ଥାନାରେ ରହିଥିବା ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର କହିଛନ୍ତି।

Related story