ବ୍ରହ୍ମପୁର(ଜଗନ୍ନାଥ ସାହୁ): ଆଗାମୀ ବର୍ଷଠାରୁ ଯୁକ୍ତ ଦୁଇ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କୁ ମିଳିବ ବ୍ରେଲି ପାଠ୍ୟପୁସ୍ତକ । ବ୍ରହ୍ମପୁରରେ ଏକ କମ୍ପ୍ୟୁଟରାଇଜଡ୍ ବ୍ରେଲି ପ୍ରେସ୍ ଉଦଘାଟନ କରିଛନ୍ତି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା । ୧ କୋଟି ୧୮ ଲକ୍ଷ ଟଙ୍କା ବ୍ୟୟରେ ଏହି ମେସିନ୍ କିଣା ଯାଇଥିବା ଜଣାଯାଇଛି। ଗୋଟିଏ ସେକେଣ୍ଡରେ ଏହି ମେସିନ୍ରେ ୧୬ଟି ଅକ୍ଷର ଛପାଯାଇ ପାରିବ ।
ଆସନ୍ତାବର୍ଷଠାରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କୁ ଏଭଳି ପାଠ୍ୟ ପୁସ୍ତକ ଯୋଗାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ପୂର୍ବରୁ ପ୍ରଥମଠାରୁ ଦଶମ ଶ୍ରେଣୀ ଯାଏଁ ଦୃଷ୍ଟିହୀନ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ମିଳୁଥିଲା ବ୍ରେଲି ପାଠ୍ୟପୁସ୍ତକ । ହେଲେ ଯୁକ୍ତ ଦୁଇରେ ଆଡମିଶନ୍ ବେଳକୁ ଦୃଷ୍ଟିହୀନ ଛାତ୍ରଛାତ୍ରୀ ଏହି ସୁବିଧା ପାଇପାରୁ ନ ଥିଲେ। ଫଳରେ ଅନୋନ୍ୟପାୟ ହୋଇ ଛାତ୍ରଛାତ୍ରୀ କଲେଜରେ ରିଡ଼ର, ଟେପ୍ ରେକର୍ଡର ଦ୍ୱାରା ପାଠ ପଢ଼ୁଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଯୁବକକୁ ପିଟି ପିଟି ମାରିଦେବା ଘଟଣା; ଫାଣ୍ଡି ଅଧିକାରୀ ନିଲମ୍ବିତ
ଲୁଗା ଦୋକାନରୁ ଚୋରି କରିବା ଅଭିଯୋଗରେ ଯୁବକକୁ ପିଟି ପିଟି ମାରିଦେବା ଘଟଣାରେ ନିଲମ୍ବିତ ହୋଇଛନ୍ତି ଫାଣ୍ଡି ଅଧିକାରୀ। ଦାୟିତ୍ୱରେ ଅବହେଳା ଅଭିଯୋଗରେ ସାର୍ଥା ଫାଣ୍ତି ଅଧିକାରୀ ଚନ୍ଦ୍ର ଶେଖର ମହାନ୍ତି ନିଲମ୍ବିତ ହୋଇଛନ୍ତି।
Crime
ଲୁଟିଲେ; ବ୍ୟାଙ୍କ ଲକରରେ ନିଆଁ ଲଗାଇ ଚମ୍ପଟ ମାରିଲେ
ପ୍ରବଳ ଧୂଆଁ ବାହାରୁଥିବାରୁ ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ପାଇଁ କଷ୍ଟକର ହୋଇ ହୋଇପଡ଼ିଛି।
Miscellaneous
ଆଜିଠୁ ସ୍ଥଗିତ ରହିବ ରତ୍ନଭଣ୍ଡାର ମରାମତି କାର୍ଯ୍ୟ
ଡିସେମ୍ବର ୧୭ ତାରିଖରୁ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହୋଇଥିଲା।
Accident
ଭାଇ ସହ ଖେଳୁଥିଲା କୁନି ଝିଅ, ଝୁଣି ମାରିଦେଲେ କୁକୁର ପଲ
ଗତକାଲି ଦିନବେଳା ଘର ବାହାରେ ଥିବା ଏକ ଜମିରେ ନାବାଳିକାଜଣକ ଭାଇ ସହ ଖେଳୁଲେ। ଉକ୍ତ ସମୟରେ ୫ଟି କୁକୁର ଉଭୟ ଭାଭଉଣୀଙ୍କୁ ଆକ୍ରମଣ କରିଥିଲେ।
Events & Festivals
ଆଜି ପବିତ୍ର ବଡ଼ଦିନ; ଧରା ଅବତରଣ କଲେ ପ୍ରଭୁ ଯୀଶୁ
କ୍ରିସମାସ ଉପଲକ୍ଷେ ପୁରୀ ବେଳାଭୂମିରେ ବିଶ୍ୱର ସର୍ବବୃହତ ବାଲୁକା କଳା ହୋଇଛି। ଯାହା ୱାଲ୍ଡ ରେକର୍ଡ BOOKS OF INDIAରେ ସ୍ଥାନ ପାଇଛି।