ପୁରୀ: ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ କୋର୍ଟରେ ଉପସ୍ଥିତ ହୋଇ ପକ୍ଷ ରଖିଛନ୍ତି ଦେଉଳକରଣ ଚନ୍ଦ୍ରଶେଖର ମଙ୍ଗରାଜ ଓ ତଢଉକରଣ ଶଶାଙ୍କ ଶେଖର ପଟ୍ଟନାୟକ । ଶ୍ରୀବିଗ୍ରହଙ୍କ ନିର୍ମାଣରେ କାହିଁକି ବିଳମ୍ୱ ଘଟିଲା ସେନେଇ ଉଭୟଙ୍କଠାରୁ ତଥ୍ୟ ସଂଗ୍ରହ କରାଯାଇଛି। ସେପଟେ ଆସନ୍ତା ୬ ତାରିଖରେ ହାଜର ହେବା ଲାଗି ଉପଦଳପତି ଦୁର୍ଗା ପ୍ରସାଦ ଦାସ ମହାପାତ୍ର, ଗଣେଶ ଦାସ ମହପାତ୍ର, ବ୍ରଜ ଦାସ ମହାପାତ୍ରଙ୍କୁ ନୋଟିସ ଜାରି କରାଯାଇଛି। ସେହିପରି ଆଉ କିଛି ବରିଷ୍ଠ ଦଇତାପତିଙ୍କୁ ଡକାଯିବାର ସମ୍ଭାବନା ରହିଛି। ସମସ୍ତଙ୍କ ବୟାନ ରେକର୍ଡ ପରେ କିଛି ସ୍ପଷ୍ଟ ଚିତ୍ର ମିଳିପାରିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଛନ୍ତି।