ଧସୁଛି ଗେଙ୍ଗୁଟି ନଦୀବନ୍ଧ

ଭଦ୍ରକ (ପାର୍ଥ ସାରଥୀ ନାୟକ): ବାତ୍ୟା ‘ୟାସ୍‌’ ପରବର୍ତ୍ତୀ ବନ୍ୟା ପ୍ରଭାବରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଗେଙ୍ଗୁଟି ନଦୀବନ୍ଧରେ ଫାଟ ସୃଷ୍ଟି ହେବା ସହିତ ଅତଡ଼ା ଖସୁଥିବା ଅଭିଯୋଗ ହୋଇଛି। ବ୍ଲକ୍‌ର ରାମେଶ୍ୱରପୁର ମଳିକ ସାହି ନିକଟରେ ଗେଙ୍ଗୁଟି ନଦୀ ବନ୍ଧରେ ବଡ଼ ବଡ଼ ଫାଟ ଦେଖାଯାଇଛି। ସ୍ଥାନେ ସ୍ଥାନେ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ନଦୀବନ୍ଧ ଧସିଛି। ସେହିପରି ଏହି ବ୍ଲକ୍‌ର କଣ୍ଟଦା ସେଠି ସାହି ନିକଟରେ ମଧ୍ୟ ଗେଙ୍ଗୁଟି ନଦୀବନ୍ଧରୁ […]

breach in embankment

Jitendra Garnayak
  • Published: Tuesday, 01 June 2021
  • , Updated: 01 June 2021, 04:47 PM IST

ଭଦ୍ରକ (ପାର୍ଥ ସାରଥୀ ନାୟକ): ବାତ୍ୟା ‘ୟାସ୍‌’ ପରବର୍ତ୍ତୀ ବନ୍ୟା ପ୍ରଭାବରେ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଗେଙ୍ଗୁଟି ନଦୀବନ୍ଧରେ ଫାଟ ସୃଷ୍ଟି ହେବା ସହିତ ଅତଡ଼ା ଖସୁଥିବା ଅଭିଯୋଗ ହୋଇଛି।

ବ୍ଲକ୍‌ର ରାମେଶ୍ୱରପୁର ମଳିକ ସାହି ନିକଟରେ ଗେଙ୍ଗୁଟି ନଦୀ ବନ୍ଧରେ ବଡ଼ ବଡ଼ ଫାଟ ଦେଖାଯାଇଛି। ସ୍ଥାନେ ସ୍ଥାନେ ପ୍ରାୟ ୨୦୦ ମିଟର ପର୍ଯ୍ୟନ୍ତ ନଦୀବନ୍ଧ ଧସିଛି।

ସେହିପରି ଏହି ବ୍ଲକ୍‌ର କଣ୍ଟଦା ସେଠି ସାହି ନିକଟରେ ମଧ୍ୟ ଗେଙ୍ଗୁଟି ନଦୀବନ୍ଧରୁ ମାଟି ଧସିଛି। ଗତକାଲି ଏଠାରେ ପ୍ରାୟ ୩୦୦ ମିଟର ଯାଏ ନଦୀବନ୍ଧ ଧସି ଯାଇଥିଲା। ନଦୀବନ୍ଧ ଧସୁଥିବାରୁ ଏହା ପାଖରେ ରହୁଥିବା ଲୋକେ ଏବେ ଆତଙ୍କିତ ହୋଇପଡ଼ିଛନ୍ତି। ଏହା ସହିତ ତୁରନ୍ତ ନଦୀବନ୍ଧ ମରାମତି କରିବାକୁ ସେମାନେ ଦାବି କରିଛନ୍ତି।

ବାତ୍ୟା ‘ୟାସ୍‌’ ଯୋଗୁ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷା ଯୋଗୁ ବୈତରଣୀ ନଦୀରେ ବନ୍ୟା ଆସିଥିଲା। ବୈତରଣୀ ନଦୀରେ ବନ୍ୟା ଆସିବାରୁ ଏହାର ଶାଖା ନଦୀ ଗେଙ୍ଗୁଟିରେ ମଧ୍ୟ ବନ୍ୟା ଆସିଥିଲା। ବନ୍ୟା ଜଳ ଖସିବା ପରେ ଗେଙ୍ଗୁଟି ନଦୀବନ୍ଧ ଧସିବାକୁ ଲାଗିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି।

Related story