ପଚା ଅଣ୍ଡାରେ ପ୍ରସ୍ତୁତ ପାଉଁରୁଟି ଖାଇଲେ ହେବ ଏହି ରୋଗ

କଟକ(ଓଡ଼ିଶା ରିପୋର୍ଟର): ନକଲି ସାମଗ୍ରୀକୁ ଚର୍ଚ୍ଚାରେ ରହିଛି ଐତିହାସିକ ସହର କଟକ। ଏଠି ପନିରଠାରୁ ଆରମ୍ଭ କରି ବିଭିନ୍ନ ମସଲା ପର୍ଯ୍ୟନ୍ତ ସବୁ ନକଲି। ଶେଷରେ ଲୋକଙ୍କ ଜୀବନ ସହିତ ଖେଳିବାକୁ ପଛାଇଲେ ନାହିଁ ମାଫିଆ। ପଚା ଅଣ୍ଡାରେ ପ୍ରସ୍ତୁତ କଲେ କେକ୍‌, ବାଉଁରୁଟି ଓ ବିସ୍କୁଟ୍‌ ପରି ଖାଦ୍ୟ ସାମଗ୍ରୀ। ଆଜି ସକାଳେ ସାଆନ୍ତସାହିର ବିକ୍ରମ ବେକେରୀକୁ ଯାଉଥିବା ପଚା ଅଣ୍ଡା ଭର୍ତ୍ତି ଅଟୋକୁ କଟକ ମହାନଗର ନିଗମ(ସିଏମ୍‌ସି) ଖାଦ୍ୟ ନିରାପତ୍ତା ବିଭାଗ ଜବତ କରିବା […]

egg

Manoranjan Sial
  • Published: Wednesday, 06 October 2021
  • , Updated: 06 October 2021, 10:16 PM IST

କଟକ(ଓଡ଼ିଶା ରିପୋର୍ଟର): ନକଲି ସାମଗ୍ରୀକୁ ଚର୍ଚ୍ଚାରେ ରହିଛି ଐତିହାସିକ ସହର କଟକ। ଏଠି ପନିରଠାରୁ ଆରମ୍ଭ କରି ବିଭିନ୍ନ ମସଲା ପର୍ଯ୍ୟନ୍ତ ସବୁ ନକଲି। ଶେଷରେ ଲୋକଙ୍କ ଜୀବନ ସହିତ ଖେଳିବାକୁ ପଛାଇଲେ ନାହିଁ ମାଫିଆ। ପଚା ଅଣ୍ଡାରେ ପ୍ରସ୍ତୁତ କଲେ କେକ୍‌, ବାଉଁରୁଟି ଓ ବିସ୍କୁଟ୍‌ ପରି ଖାଦ୍ୟ ସାମଗ୍ରୀ। ଆଜି ସକାଳେ ସାଆନ୍ତସାହିର ବିକ୍ରମ ବେକେରୀକୁ ଯାଉଥିବା ପଚା ଅଣ୍ଡା ଭର୍ତ୍ତି ଅଟୋକୁ କଟକ ମହାନଗର ନିଗମ(ସିଏମ୍‌ସି) ଖାଦ୍ୟ ନିରାପତ୍ତା ବିଭାଗ ଜବତ କରିବା ପରେ ଏବେ ସନ୍ଦେହ ସାଧାରଣରେ ଉଠିଛି।

ପାଉଁରୁଟି ବା କେକ୍‌ ପ୍ରତ୍ୟକ ବ୍ୟକ୍ତିର ପ୍ରମୁଖ ଖାଦ୍ୟ। ବିଶେଷ କରି ରୋଗୀଙ୍କୁ ଏହାକୁ ଖାଇବାକୁ ଦିଆଯାଏ। ଏଭଳି ସ୍ଥିତିରେ ପାଉଁରୁଟି ପ୍ରସ୍ତୁତିରେ ଯଦି ପଚା ଅଣ୍ଡା ବ୍ୟବହାର ହେଉଥାଏ, ତେହାହେଲେ ଏହା ଲୋକଙ୍କ ଶରୀରରେ ସୃଷ୍ଟି କରିପାରେ ସାଂଘାତିକ ସ୍ୱାସ୍ଥ୍ୟଗତ ସମସ୍ୟା। ପଚା ଅଣ୍ଡାରେ ପ୍ରସ୍ତୁତ କେକ୍‌ ଖାଇଲେ ପେଟ ରୋଗଠାରୁ ଆରମ୍ଭ କରି କିଡ୍‌ନୀ ରୋଗ ହୋଇପାରେ। ଏପରିକି କର୍କଟ ରୋଗ ହେବାର ଆଶଙ୍କା ରହିଛି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି।

ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ସାମି ସଲିମ କହିଛନ୍ତି-“ଯଦି ଜଣେ ବ୍ୟକ୍ତି ପଚା ଅଣ୍ଡା ଖାଉଛନ୍ତି, ତାହାହେଲେ ତାଙ୍କୁ ଝାଡ଼ାବାନ୍ତି, ବାନ୍ତି, ଟାଇଫଏଡ୍ ପ୍ରମୁଖ ରୋଗ ହେବ। ଏହା ଜୀବନ ପ୍ରତି ବିପଦ ରହିଛି।”

ତେବେ ଏଠି ପ୍ରଶ୍ନ ଉଠୁଛି, ପଚା ଅଣ୍ଡା କାରବାର ପଛରେ ବଡ଼ ରାକେଟ କାମ କରୁନି ତ? କେବଳ ଗୋଟିଏ ବେକେରୀ ନା ଅନ୍ୟ ବେକେରୀକୁ ମଧ୍ୟ ଯାଉଛି ପଚାଅଣ୍ଡା। ଶସ୍ତାରେ ପଚା ଅଣ୍ଡା ଆଣି ପାଉଁରୁଟି ପ୍ରସ୍ତୁତିରେ ବ୍ୟବହାର ହେଉଥିଲା କି? କେତେଦିନ ଧରି ଚାଲିଥିଲା ଏହି ପଚା ଅଣ୍ଡା କାରବାର? ଏପରି ଅନେକ ପ୍ରଶ୍ନ ଭିତରେ ଛନ୍ଦି ହୋଇପଡ଼ିଛି ସିଏମ୍‌ସି ଖାଦ୍ୟ ନିରାପତ୍ତା ବିଭାଗ।

ସେପଟେ ସାଆନ୍ତସାହିର ବିକ୍ରମ ବେକେରୀକୁ ସିଲ୍‌ କରି ସାମଗ୍ରୀ ଜବତ କରିଛି ସିଏମ୍‌ସି। ପଚା ଅଣ୍ଡା କେକ୍ରେ ମିଶୁଥିବା ଖବର ମିଳିବା ପରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଫୋପଡ଼ା ଯୋଗ୍ୟ ପଚା ଅଣ୍ଡାକୁ ଶସ୍ତାରେ ଆଣି କେକ୍‌ ପ୍ରସ୍ତୁତି ଚାଲିଥିବା ଅଭିଯୋଗ ହୋଇଥିଲା।

 

Related story