ଭାସିଗଲା ବତେଡ଼ିମୁଣ୍ଡା ପୋଲ, ପୁରୁଣାକଟକ-ସମ୍ବଲପୁର ରାସ୍ତାରେ ଆଣ୍ଠୁଏ ପାଣି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଉତ୍ତର ଓଡ଼ିଶାରେ ଲଘୁଚାପଜନିତ ଲଗାଣ ବର୍ଷା ସାମାନ୍ୟ ଥମିଥିବା ବେଳେ କନ୍ଧମାଳ ଜିଲ୍ଲାରେ କିନ୍ତୁ ପରିସ୍ଥିତି ଅସମ୍ଭାଳ । ଲଗାଣ ବର୍ଷା ହେତୁ ତୁମୁଡିବନ୍ଧ ବ୍ଲକର ସିର୍ଲା ପଞ୍ଚାୟତର ବତେଡ଼ିମୁଣ୍ଡା ପୋଲ ଭାସିଯାଇଛି । ଯେଉଁଥି ପାଇଁ ଏବେ କୁର୍ତ୍ତମଗଡ଼ରୁ ଉଭୟ ପାରିଗଡ଼ ଓ ସିର୍ଲା ପଞ୍ଚାୟତକୁ  ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି । ଭାସି ଯାଇଥିବା ପୋଲର ଉଭୟ ଦିଗରେ ଶହ ଶହ ଲୋକେ ଏବେ ଅଟକି ରହିଛନ୍ତି । ଉଭୟ […]

bridge

  • Published: Saturday, 20 August 2022
  • , Updated: 20 August 2022, 11:13 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଉତ୍ତର ଓଡ଼ିଶାରେ ଲଘୁଚାପଜନିତ ଲଗାଣ ବର୍ଷା ସାମାନ୍ୟ ଥମିଥିବା ବେଳେ କନ୍ଧମାଳ ଜିଲ୍ଲାରେ କିନ୍ତୁ ପରିସ୍ଥିତି ଅସମ୍ଭାଳ । ଲଗାଣ ବର୍ଷା ହେତୁ ତୁମୁଡିବନ୍ଧ ବ୍ଲକର ସିର୍ଲା ପଞ୍ଚାୟତର ବତେଡ଼ିମୁଣ୍ଡା ପୋଲ ଭାସିଯାଇଛି । ଯେଉଁଥି ପାଇଁ ଏବେ କୁର୍ତ୍ତମଗଡ଼ରୁ ଉଭୟ ପାରିଗଡ଼ ଓ ସିର୍ଲା ପଞ୍ଚାୟତକୁ  ଯୋଗାଯୋଗ ସମ୍ପୂର୍ଣ୍ଣ ଭାବେ ବିଚ୍ଛିନ୍ନ ହୋଇଯାଇଛି । ଭାସି ଯାଇଥିବା ପୋଲର ଉଭୟ ଦିଗରେ ଶହ ଶହ ଲୋକେ ଏବେ ଅଟକି ରହିଛନ୍ତି ।

ଉଭୟ ପଞ୍ଚାୟତର ହଜାର ହଜାର ଲୋକେ କୁର୍ତ୍ତମଗଡ଼ ଓ ତୁମୁଡିବନ୍ଧ ବଜାରକୁ ଜରୁରୀ କାମ ନେଇ ଯାଇ ପାରୁନାହାନ୍ତି। ଆଉ କିଛି ବିକଳ୍ପ ରାସ୍ତା ନ ଥିବାରୁ  ଆଉ ନ ଥିବା ଯୋଗୁ ଲୋକେ ଏବେ ନଦୀ ନାଳ ଓ ଜଙ୍ଗଲ ମଧ୍ୟରେ ଅତି ବିପଦପୂର୍ଣ୍ଣ ଭାବେ ଯିବାକୁ ଚେଷ୍ଟା କରୁଛନ୍ତି । ରାସ୍ତା ବନ୍ଦ ଯୋଗୁ ଯାତ୍ରୀବାହୀ ବସ୍‌ ଓ ଅଟୋ ମଧ୍ୟ ବନ୍ଦ ରହିଛି । ଫଳରେ ଲୋକେ ଏବେ ନାହିଁ ନ ଥିବା ଦୁର୍ଦ୍ଦଶାର ଶିକାର ହେବାରେ ଲାଗିଛନ୍ତି । ତୁରନ୍ତ ଏ ନେଇ ପ୍ରଶାସନ ତରଫରୁ ଯୁଦ୍ଧ କାଳୀନ ଭିତ୍ତିରେ ମରାମତି କରିବାକୁ ଗୁହାରୀ କରିଛନ୍ତି। ନଚେତ ଉଭୟ ପଞ୍ଚାୟତର ଲୋକେ ବହୁତ ହଇରାଣର ସାମ୍ନା କରିବେ ବୋଲି ଜଣାଇଛନ୍ତି।

[caption id="attachment_759115" align="aligncenter" width="650"] ବତେଡ଼ିମୁଣ୍ଡା ପୋଲ ଭାସି ଯାଇଥିବାରୁ ଉଭୟ ପାର୍ଶ୍ୱରେ ଲୋକେ ଅଟକି ରହିଛନ୍ତି।[/caption]

 

କଟକ ଜିଲ୍ଲାରେ ବର୍ଷା ବିତ୍ପାତ କମିଥିଲେ ବି  ପୁରୁଣାକଟକ ଓ ସମ୍ବଲପୁର ରାସ୍ତାର ଦହିଶରା ମାଧପୁର ରାସ୍ତାରେ ୩ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି ।  କଣ୍ଟିଆ ନଦୀରେ ବନ୍ୟାଜଳ ଆସିବା ଫଳରେ ଯାତାୟତ ବାଧାପ୍ରାପ୍ତ ହୋଇଛି  । ଦୁଇ ଦିନ ତଳେ ରାସ୍ତାରୁ ବନ୍ୟାଜଳ ଛାଡିଥିଲେ ମଧ୍ୟ ପୁଣିବର୍ଷା ଯୋଗୁଁ ଜଳସ୍ତର ବଢିବାରେ ଲାଗିଛି । ବର୍ଷା ଯୋଗୁଁ ବ୍ୟାପକ ଅଂଚଳ ଜଳମଗ୍ନ ହୋଇ ପଡିଛି ।

[caption id="attachment_759117" align="aligncenter" width="650"] ଦହିଶରା ମାଧପୁର ରାସ୍ତାରେ ୩ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି ।[/caption]

ଲଗାଣ ବର୍ଷାରେ କେନ୍ଦୁଝରରେ ଜଳବନ୍ଦୀ ସ୍ଥିତି ଲାଗି ରହିଛି। ଲଘୁଚାପଜନିତ ବର୍ଷା ଯୋଗୁଁ କେନ୍ଦୁଝର ପୌରପାଳିକାର ୯ ନମ୍ବର ଓ୍ୱାର୍ଡବାସିନ୍ଦା ଜଳବନ୍ଦୀ ଅବସ୍ଥାରେ ଅଛନ୍ତି  । ଡ୍ରେନେଜ୍ ସୁବିଧା ନଥିବାରୁ ଅନେକଙ୍କ ଘରେ ପାଣି ପଶିଲାଣି । ସମସ୍ତ ପ୍ରକାରର ସ୍ଥିତି ମୁକାବିଲା ଲାଗି ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଥିବା ଜିଲ୍ଲାପାଳ କହିଛନ୍ତି ।

[caption id="attachment_759119" align="aligncenter" width="650"] କେନ୍ଦୁଝର ପୌରପାଳିକାର ୯ ନମ୍ବର ଓ୍ୱାର୍ଡବାସିନ୍ଦା ଜଳବନ୍ଦୀ ଅବସ୍ଥାରେ ଅଛନ୍ତି  ।[/caption]

ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା କମିଥିଲ ବି ବଢ଼ିଛି ଦୁର୍ଦ୍ଦଶା । ଗଭୀର ଅବପାତ ପ୍ରଭାବରେ ଉତ୍ତର ଓଡ଼ିଶାରେ ଲାଗିରହିଥିବା ପ୍ରବଳ ବର୍ଷାର ପରିମାଣ  ଆଜି ସକାଳେ କମିଯାଇଛି  । ସେହିପରି ପଶ୍ଚିମ ଓଡ଼ିଶାରେ ମଧ୍ୟ ସେପରି ବର୍ଷା ହୋଇନାହିଁ । ବର୍ଷା ସିନା କମିଛି, ଧୀରେ ଧୀରେ ପାଣି ଖସୁଛି, କିନ୍ତୁ ଲୋକଙ୍କ ଦୁର୍ଦ୍ଦଶାର ଅନ୍ତ ନାହିଁ  । କାରଣ ଘରୁ କି ଗାଁରୁ ପାଣି ଏ ପର୍ଯ୍ୟନ୍ତ  ସଂପୂର୍ଣ୍ଣ ଛାଡ଼ି ନାହିଁ । ତଥାପି ଲୋକେ ନିଜ ଘରକୁ ଫେରି ତାହାକୁ ପୁଣି ଥରା ସଜାଡ଼ିବାକୁ ଅଣ୍ଟା ଭିଡ଼ିଲେଣି। ଘରେ ପାଣି ପଶିବା ପରେ ଲୋକେ ଘର ଛାଡ଼ି ସୁରକ୍ଷିତ ଜାଗାକୁ ପଳାଇଥିଲେ । ନଦୀ ବନ୍ଧରେ ଆଶ୍ରୟ ନେଇଥିଲେ  । ଏବେ ବର୍ଷା ଟିକେ କମିବା ପରେ ଲୋକେ ଘରମୁହାଁ ହେବା ଆରମ୍ଭ କରିଛନ୍ତି।

Related story