ପୋଲ କାମ ଚାଲୁଥିଲା ବେଳେ ଭୁଶୁଡ଼ି ପଡ଼ିଲା: ଜଣେ ମୃତ, ୬ ଆହତ

ଉମରକୋଟ(ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲା ଉମରକୋଟରେ ନିର୍ମାଣାଧୀନ ପୋଲ ଭୁଶୁଡ଼ି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି।  ଏଥିସହ ୬ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ତାଲାପଦର ପାଖରେ ନିର୍ମାଣାଧିନ ପୋଲ ଭୁଶୁଡ଼ି ପଡ଼ି ଜଣକର ଜୀବନ ଯାଇଛି । ଅନ୍ୟ ୬ ଜଣ ଆହତ ହୋଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲ ନିର୍ମାଣ ବେଳେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ଶ୍ରମିକଙ୍କୁ ଉମରକୋଟ୍ […]

6hj

Tapas Behera
  • Published: Sunday, 10 January 2021
  • , Updated: 10 January 2021, 06:55 PM IST

ଉମରକୋଟ(ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲା ଉମରକୋଟରେ ନିର୍ମାଣାଧୀନ ପୋଲ ଭୁଶୁଡ଼ି ଜଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି।  ଏଥିସହ ୬ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ତାଲାପଦର ପାଖରେ ନିର୍ମାଣାଧିନ ପୋଲ ଭୁଶୁଡ଼ି ପଡ଼ି ଜଣକର ଜୀବନ ଯାଇଛି । ଅନ୍ୟ ୬ ଜଣ ଆହତ ହୋଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପୋଲ ନିର୍ମାଣ ବେଳେ ଏହି ଅଘଟଣ ଘଟିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ଆହତ ଶ୍ରମିକଙ୍କୁ ଉମରକୋଟ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ୨୦୧୮ ମସିଆରେ ଭୁବନେଶ୍ୱରର ବମିଖାଲର ନିର୍ମାଣାଧୀନ ଓଭର ବ୍ରିଜ୍ ଲୁହା ରଡ଼୍‌ରେ ଚାପି ହୋଇ  ଜଣେ  ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା। ତା ପୂର୍ବରୁ  ୨୦୧୭ ସେପ୍ଟେମ୍ବର ୧୦  ତାରିଖରେ ମଧ୍ୟ ଭୁଶୁଡି ପଡିଥିଲା ଭୁବନେଶ୍ୱର ବମିଖାଲରେ ନିର୍ମାଣାଧୀନ ରେଲ୍  ଓଭରବ୍ରିଜ୍ । ଅଘଟଣରେ ଝାରପଡ଼ାର ସତ୍ୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା।

Related story