ଭୁଶୁଡ଼ିଲା ପୋଲ, ଅନେକ ଚାପି ହୋଇଥିବା ଆଶଙ୍କା

କଟକ(ଓଡ଼ିଶା ରିପୋର୍ଟର): କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ ଭୁଶୁଡ଼ିଲା। ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲ ଭୁଶୁଡ଼ିଛି। ପୋଲରେ କାମ ଚାଲିଥିବା ବେଳେ କିଛି ଅଂଶ ଭୁଶୁଡ଼ିଥିବା ଜଣାପଡ଼ିଛି। ଖବର ପାଇ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି। ମାଟି ତଳୁ ତିନି ଜଣକୁ ଉଦ୍ଧାର କରି ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର କରାଯାଉଛି। ଛତ୍ରପୁର ବଜାର ଦେଇ ଯାଇଥିବା ତାଳଦଣ୍ଡା କେନାଲର ପୁନରୁଦ୍ଧାର କାମ ଦୀର୍ଘ ଦିନ ଧରି ଚାଲିଥିଲା। ଆଜି […]

Cuttack

Manoranjan Sial
  • Published: Wednesday, 09 March 2022
  • , Updated: 09 March 2022, 10:44 PM IST

କଟକ(ଓଡ଼ିଶା ରିପୋର୍ଟର): କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ ଭୁଶୁଡ଼ିଲା। ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲ ଭୁଶୁଡ଼ିଛି। ପୋଲରେ କାମ ଚାଲିଥିବା ବେଳେ କିଛି ଅଂଶ ଭୁଶୁଡ଼ିଥିବା ଜଣାପଡ଼ିଛି। ଖବର ପାଇ ଉଦ୍ଧାରକାରୀ ଦଳ ଦୁର୍ଘଟଣାସ୍ଥଳରେ ପହଞ୍ଚିଛି। ମାଟି ତଳୁ ତିନି ଜଣକୁ ଉଦ୍ଧାର କରି ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଅନ୍ୟମାନଙ୍କୁ ଉଦ୍ଧାର କରାଯାଉଛି।

ଛତ୍ରପୁର ବଜାର ଦେଇ ଯାଇଥିବା ତାଳଦଣ୍ଡା କେନାଲର ପୁନରୁଦ୍ଧାର କାମ ଦୀର୍ଘ ଦିନ ଧରି ଚାଲିଥିଲା। ଆଜି ମଧ୍ୟ କାମ ଚାଲିଥିଲା। ତେବେ ସନ୍ଧ୍ୟା ବେଳେ ହଠାତ୍‌ ନିର୍ମାଣାଧୀନ ବ୍ରିଜ୍‌ଟି ଭୁଶୁଡ଼ି ପଡ଼ିଥିଲା। ଫଳରେ ବ୍ରିଜ୍‌ ତଳେ ଚାପି ହୋଇଯାଇଥିଲେ କିଛି ଲୋକ। ଏହି ଖବର ପ୍ରଚାରିତ ହେବା ପରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚି ଥିଲେ। ତିନି ଜଣଙ୍କୁ ଉଦ୍ଧାର କରାଯାଇ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ଏବେ ମଧ୍ୟ ମାଟି ତଳେ କିଛି ଚାପି ହୋଇଥିବା ଜଣାପଡ଼ିଛି। ସେମାନଙ୍କୁ ଉଦ୍ଧାର କରାଯାଉଛି।

ମାଟି ତଳେ ଚାପି ହୋଇଥିବା ଲୋକଙ୍କ ପରିଚୟ ମିଳିପାରି ନାହିଁ। ସେମାନେ ବ୍ରିଜ୍‌ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ନା ପରିବା ବେପାରୀ, ତାହା ଜଣାପଡ଼ି ନାହିଁ। ତେବେ ସ୍ଥାନୀୟ ଲୋକଙ୍କ କହିବା କଥା, ବ୍ରିଜ୍‌ ତଳେ ପ୍ରତିଦିନ ୫୦ରୁ ୬୦ ପରିବା ବେପାରୀ ବସି ବିକ୍ରିବଟା କରିଥାଆନ୍ତି। ବ୍ରିଜ୍‌ ତଳେ ଚାପି ହୋଇଥିବା ଲୋକ ପରିବା ବେପାରୀ ହୋଇଥିବା ଅନୁମାନ କରାଯାଉଛି।

ଖବର ପାଇଁ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନୀ, ଡିସିପି ପ୍ରତୀକ ସିଂ ଓ ସିଏମ୍‌ସି କମିଶନ ଅନନ୍ୟା ଦାସ ଦୁର୍ଘଟଣା ସ୍ଥଳରେ ପହଞ୍ଚିଛନ୍ତି। ଜିଲ୍ଲାପାଳ ଶ୍ରୀ ଚଇନୀ ଦୁଃଖ ପ୍ରକାଶ କରିବା ସହିତ କହିଛନ୍ତି, ଏହା ଏକ ଦୁଃଖଦ ଘଟଣା। ଏହାର ତଦନ୍ତ କରାଯିବ। ତଦନ୍ତ କିଏ କରିବ? ସରକାର ନିଷ୍ପତ୍ତି ନେବେ। ଯେଉଁମାନେ ଦାୟୀ, ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି।

Related story