ଧୋଇଗଲା କଲ୍ୟାଣୀ ନଦୀର ଅସ୍ଥାୟୀ ପୋଲ

ରାୟଗଡ଼ା:ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି ରାୟଗଡ଼ା । ପ୍ରବଳ ବର୍ଷା ଯୋଗୁ କଲ୍ୟାଣୀ ଓ ନାଗାବଳୀ ନଦୀରେ ଜଳସ୍ତର ବୃଦ୍ଧିପାଉଛି। ପ୍ରଖର ସ୍ରୋତରେ କଲ୍ୟାଣୀ ନଦୀର ପୋଲ ଧୋଇଯାଇଛି। କଲ୍ୟାଣସିଂହପୁରରେ କଲ୍ୟାଣୀ ନଦୀରେ ଥିବା ସ୍ଥାୟୀ ପୋଲ ୨୦୧୭ରେ ଭାଙ୍ଗିଯାଇଥିଲା । ଲୋକେ ଯାତାୟାତ ସୁବିଧା ପାଇଁ  ଏକ ଅସ୍ଥାୟୀ ମାଟି ପୋଲ ନିର୍ମାଣ କରିଥିଲେ। ଏବେ ବନ୍ୟା ଯୋଗୁ ଏହି ଅସ୍ଥାୟୀ ପୋଲ ଭାସି ଯାଇଛି। ପୋଲ  ଉପରେ ୫ ଫୁଟର ପାଣି ଚାଲୁଛି। ଫଳରେ ଯାତାୟାତ […]

Capture-1-2..

Niharika Rout
  • Published: Saturday, 27 July 2019
  • , Updated: 27 July 2019, 03:35 PM IST

ରାୟଗଡ଼ା:ଲଗାଣ ବର୍ଷା ଯୋଗୁ ବେହାଲ ହୋଇପଡ଼ିଛି ରାୟଗଡ଼ା । ପ୍ରବଳ ବର୍ଷା ଯୋଗୁ କଲ୍ୟାଣୀ ଓ ନାଗାବଳୀ ନଦୀରେ ଜଳସ୍ତର ବୃଦ୍ଧିପାଉଛି। ପ୍ରଖର ସ୍ରୋତରେ କଲ୍ୟାଣୀ ନଦୀର ପୋଲ ଧୋଇଯାଇଛି।

କଲ୍ୟାଣସିଂହପୁରରେ କଲ୍ୟାଣୀ ନଦୀରେ ଥିବା ସ୍ଥାୟୀ ପୋଲ ୨୦୧୭ରେ ଭାଙ୍ଗିଯାଇଥିଲା । ଲୋକେ ଯାତାୟାତ ସୁବିଧା ପାଇଁ  ଏକ ଅସ୍ଥାୟୀ ମାଟି ପୋଲ ନିର୍ମାଣ କରିଥିଲେ। ଏବେ ବନ୍ୟା ଯୋଗୁ ଏହି ଅସ୍ଥାୟୀ ପୋଲ ଭାସି ଯାଇଛି। ପୋଲ  ଉପରେ ୫ ଫୁଟର ପାଣି ଚାଲୁଛି। ଫଳରେ ଯାତାୟାତ ଠପ୍‌ ହୋଇଯାଇଛି।

ସ୍ଥାୟୀ ପୋଲ ଭାଙ୍ଗିଯିବା ପରେ ଏହାର ତୁରନ୍ତ ମରାମତି ପାଇଁ ଅଞ୍ଚଳବାସୀ ପ୍ରଶାସନ ନିକଟରେ ଦାବି କରିଥିଲେ। ହେଲେ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ଏକ ଅସ୍ଥାୟୀ ପୋଲ କରି ଯାତାୟାତ କରୁଥିଲେ। ଏବେ ସେତକ ବି ଭାସିଗଲା। କିପରି ଯିବା ଆସିବା କରିବେ, ପିଲା ସ୍କୁଲ କିପରି ଯିବେ ସେ ନେଇ  ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଚିନ୍ତା ଘାରିଛି।

Related story