୩୦ ସୁଦ୍ଧା ତେଲେଙ୍ଗାନାରୁ ୧୦ ହଜାର ବାଲାଟ୍ ବାକ୍ସ ଆଣିବାକୁ ୭ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଇଭିଏମ୍ ପରିବର୍ତ୍ତେ ବାଲାଟ ପେପରରେ ଚଳିତଥର ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନଭେମ୍ବର ୩୦ତାରିଖ ସୁଦ୍ଧା ୯୯୫୦ଟି ବଡ଼ ବାଲାଟ ବାକ୍ସ ତେଲେଙ୍ଗାନାର ୯ଟି ଜିଲ୍ଲାରୁ ସିଧାସଳଖ ଆଣିବା ନିମନ୍ତେ ନିର୍ଦ୍ଦେଶ ଜାରି କରିଥିବା ଜଣାପଡ଼ିଛି। ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଆରଏନ ସାହୁ ରାଜ୍ୟର ୭ଟି […]

Election

Ordigital Desk
  • Published: Tuesday, 02 November 2021
  • , Updated: 02 November 2021, 09:57 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଂଚାୟତ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନର ଜୋରଦାର ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ଇଭିଏମ୍ ପରିବର୍ତ୍ତେ ବାଲାଟ ପେପରରେ ଚଳିତଥର ନିର୍ବାଚନ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ନଭେମ୍ବର ୩୦ତାରିଖ ସୁଦ୍ଧା ୯୯୫୦ଟି ବଡ଼ ବାଲାଟ ବାକ୍ସ ତେଲେଙ୍ଗାନାର ୯ଟି ଜିଲ୍ଲାରୁ ସିଧାସଳଖ ଆଣିବା ନିମନ୍ତେ ନିର୍ଦ୍ଦେଶ ଜାରି କରିଥିବା ଜଣାପଡ଼ିଛି।

ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ଆରଏନ ସାହୁ ରାଜ୍ୟର ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ଗତ ୩ଦିନ ତଳେ ଚିଠି ଲେଖି ତେଲେଙ୍ଗାନାର କେଉଁ ଜିଲ୍ଲାରୁ କେତେ ବାଲାଟ ବାକ୍ସ କେଉଁ ଜିଲ୍ଲାପାଳମାନେ ଆଣିବେ ତାହା ଉଲ୍ଲେଖ କରିଛନ୍ତି। ତଥ୍ୟ ଅନୁସାରେ, ରାଜ୍ୟ ନିର୍ବାଚନ କମିଶନର ଅତିକମରେ ୧୦ହଜାର ବାଲାଟ ବାକ୍ସ ଉଧାର ଦେବା ନିମନ୍ତେ ତେଲେଙ୍ଗାନା ରାଜ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖି ଅନୁରୋଧ କରିଥିଲେ। ନିର୍ବାଚନ କମିଶନଙ୍କ ଅନୁମତି ପାଇବା ମିଳିବା ପରେ ଜିଲ୍ଲାପାଳମାନଙ୍କୁ ଏସବୁ ବାଲାଟ ବାକ୍ସ ସଂଗ୍ରହ କରିବା ନିମନ୍ତେ ଗାଇଡଲାଇନ୍ ଜାରି ହୋଇଛି।

ଗଞ୍ଜାମ ଜିଲ୍ଲାକୁ ସର୍ବାଧିକ ୩୫୦୦ ବାଲାଟ ବାକ୍ସ, ବରଗଡ଼କୁ ୧୫୦୦, ବଲାଙ୍ଗିରକୁ ୧ହଜାର, କଳାହାଣ୍ଡିକୁ ୧୨୫୦, ନୂଆପଡ଼ାକୁ ୭୦୦, କୋରାପୁଟକୁ ୧୪୦୦ ଆଉ ଗଜପତି ଜିଲ୍ଲା ପାଇଁ ୬୦୦ ବାଲାଟ ବାକ୍ସକୁ ତେଲେଙ୍ଗାନାର ବିଭିନ୍ନ ଜିଲ୍ଲାରୁ ସଂଗ୍ରହ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହି ବାଲାଟ ବାକ୍ସ ଆଣିବା ପୂର୍ବରୁ ତେଲେଙ୍ଗାନାର ଅଧିକାରୀମାନଙ୍କ ସହ ଆଲୋଚନା କରିବାକୁ କୁହାଯାଇଛି । ଏଥିନିମନ୍ତେ ଆବଶ୍ୟକ ପାଣ୍ଠି ମଧ୍ୟ ବରାଦ ହୋଇଛି । ଏହି ବାଲାଟ ବାକ୍ସ ଆଣିବା କାର୍ଯ୍ୟ ନଭେମ୍ବର ୩୦ତାରିଖ ସୁଦ୍ଧା ସାରିବା ପାଇଁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ରହିଛି।

ସୂଚନାଯୋଗ୍ୟ,ଆସନ୍ତାବର୍ଷ ଫେବୃୟାରୀରେ ହେବାକୁ ଥିବା ପଂଚାୟତ ନିର୍ବାଚନ ପାଇଁ ମତଦାନ ଇଭିଏମ୍ ମେସିନ୍ ବଦଳରେ ବାଲାଟ ପେପରରେ ହେବ । ଏହାସହିତ ଭୋଟଗଣତି କ୍ରମାଗତ ୩ଦିନ ଧରି ଚାଲିବ । ରାଜ୍ୟରେ ମୋଟ ୮୫୩ଟି ଜିଲ୍ଲା ପରିଷଦ ଜୋନ୍‌, ୬୮୦୧ଟି ପଂଚାୟତ ସମିତି ସଦସ୍ୟ, ୬୮୦୨ଜଣ ସରପଂଚ ଓ ୯୨୦୫୨ଟି ୱାର୍ଡ ମେମ୍ବର ପଦବୀ ନିମନ୍ତେ ଭୋଟଗ୍ରହଣ ହେବ । ଏଥିରେ ପ୍ରାୟ ୨.୮୦କୋଟି ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ ।

Related story