ବରିଷ୍ଠ କଂଗ୍ରେସ ନେତା ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ଶେଷକୃତ୍ୟ ଆସନ୍ତାକାଲି

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ଆଜି ଶେଷକୃତ୍ୟ ଅନୁଷ୍ଠିତ ହେବ। ବାଙ୍ଗାଲୁରୁରୁ ତାଙ୍କ ମରଶରୀର ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ଶ୍ରୀମା ଅରବିନ୍ଦ ଆଶ୍ରମକୁ ନିଆଯାଇଥିଲା। ତା’ପରେ ଶେଷ ଦର୍ଶନ ପାଇଁ କଂଗ୍ରେସ ଭବନ ନିଆଯାଇଥିଲା। ସେଠାରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ସୁରେଶ ରାଉତରାୟଙ୍କ ସହ ବହୁ କଂଗ୍ରେସ ନେତା ଓ କର୍ମୀ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶେଷ ଦର୍ଶନ କରିଥିଲେ। ଆଇ.ଏନ.ଟି.ୟୁ.ସି. କାର୍ଯ୍ୟାଳୟ ଓ […]

death

Rakesh Mallick
  • Published: Friday, 10 July 2015
  • , Updated: 11 July 2015, 02:28 AM IST

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ସ୍ୱର୍ଗତ ଶ୍ରୀବଲ୍ଲଭ ପାଣିଗ୍ରାହୀଙ୍କ ଆଜି ଶେଷକୃତ୍ୟ ଅନୁଷ୍ଠିତ ହେବ। ବାଙ୍ଗାଲୁରୁରୁ ତାଙ୍କ ମରଶରୀର ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ଶ୍ରୀମା ଅରବିନ୍ଦ ଆଶ୍ରମକୁ ନିଆଯାଇଥିଲା। ତା’ପରେ ଶେଷ ଦର୍ଶନ ପାଇଁ କଂଗ୍ରେସ ଭବନ ନିଆଯାଇଥିଲା। ସେଠାରେ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ, ସୁରେଶ ରାଉତରାୟଙ୍କ ସହ ବହୁ କଂଗ୍ରେସ ନେତା ଓ କର୍ମୀ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶେଷ ଦର୍ଶନ କରିଥିଲେ। ଆଇ.ଏନ.ଟି.ୟୁ.ସି. କାର୍ଯ୍ୟାଳୟ ଓ ସେଠାରୁ ସମ୍ୱଲପୁରକୁ ନିଆଯାଇ ରାଜଘାଟରେ ଶେଷକୃତ୍ୟ କରାଯିବ। ଗତକାଲି ବାଙ୍ଗାଲୁରୁର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିଲା। ସେ ଗତ କିଛି ଦିନ ଧରି ଅସୁସ୍ଥ ଥିଲେ।୧୯୪୦ ମସିହାରେ ସମ୍ୱଲପୁର ଜିଲ୍ଲା ବାରଗାଁରେ ଜନ୍ମିତ ଶ୍ରୀବଲ୍ଳଭ ୧୯୭୧ ମସିହାରେ ପ୍ରଥମେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେହିପରି ସେ ୩ଥର ସାଂସଦ ଥିଲେ। ନନ୍ଦିନୀ ଶତପଥୀଙ୍କ ସରକାରରେ ସେ କ୍ୟାବିନେଟ୍ ମନ୍ତ୍ରୀ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିଥିଲେ।

Related story