ପୁରୀରେ ଏବେ କେମିତି ଅଛି ବ୍ରିଟିଶ ସମୟର ବିଶାଳ ଜେନେରେଟର

ପୁରୀ(ଓଡ଼ିଶା ରିପୋର୍ଟର): ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି ବ୍ରିଟିଶ ଶାସନ ସମୟର ବିରଳ ଜେନେରେଟର। ଐତିହ୍ୟ ବିଶାରଦ କୁହନ୍ତି ଏହି ଜେନେରେଟର ବ୍ରିଟିଶ ଶାସନ ସମୟରେ ପୁରୀ ବେଳାଭୂମିରେ ଥିବା ଲୁଣ କାରଖାନା ଏବଂ ରାଜଭବନ ପରିସରକୁ ବିଦ୍ୟୁତ୍‌ ଯୋଗାଉଥିଲା । କାଳକ୍ରମେ ଏହା ଖରାପ ହୋଇ ଅକାମୀ ହୋଇପଡ଼ିଥିଲା ବେଳେ ଏହାକୁ ଐତିହ୍ୟ ସ୍ମାରକୀର ମାନ୍ୟତା ଦେବା ପାଇଁ ଦାବି କରିଛନ୍ତି ଐତିହ୍ୟ ବିଶାରଦ। ଏହି ବିରଳ ଓ ବିଶାଳ ଜେନେରେଟର ବ୍ରିଟିଶ ଶାସନ ସମୟରେ ପୁରୀ ବେଳାଭୂମିରେ […]

540

540

Tapas Behera
  • Published: Sunday, 28 July 2019
  • Updated: 28 July 2019, 07:34 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି ବ୍ରିଟିଶ ଶାସନ ସମୟର ବିରଳ ଜେନେରେଟର। ଐତିହ୍ୟ ବିଶାରଦ କୁହନ୍ତି ଏହି ଜେନେରେଟର ବ୍ରିଟିଶ ଶାସନ ସମୟରେ ପୁରୀ ବେଳାଭୂମିରେ ଥିବା ଲୁଣ କାରଖାନା ଏବଂ ରାଜଭବନ ପରିସରକୁ ବିଦ୍ୟୁତ୍‌ ଯୋଗାଉଥିଲା । କାଳକ୍ରମେ ଏହା ଖରାପ ହୋଇ ଅକାମୀ ହୋଇପଡ଼ିଥିଲା ବେଳେ ଏହାକୁ ଐତିହ୍ୟ ସ୍ମାରକୀର ମାନ୍ୟତା ଦେବା ପାଇଁ ଦାବି କରିଛନ୍ତି ଐତିହ୍ୟ ବିଶାରଦ।

ଏହି ବିରଳ ଓ ବିଶାଳ ଜେନେରେଟର ବ୍ରିଟିଶ ଶାସନ ସମୟରେ ପୁରୀ ବେଳାଭୂମିରେ ଥିବା ଲୁଣ କାରଖାନା ଏବଂ ରାଜଭବନ ପରିସରକୁ ବିଦ୍ୟୁତ୍ ଯୋଗାଉଥିଲା। କିନ୍ତୁ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଏବେ ଅବହେଳିତ ଏବଂ ପରିତ୍ୟକ୍ତ ଅବସ୍ଥାରେ ଏହା ପଡ଼ିରହିଛି। ଏଥିରେ ବ୍ରିଟିଶ ଇଣ୍ଡିଆ ଇଲେକଟ୍ରୋନିକ୍ କନଷ୍ଟ୍ରକସନ୍ କୋ ଲିମିଟେଡର ମୋହର ଲାଗିଛି । ଏପରିକି ଥମସନ୍ ହସ୍ଟନ୍ କୋ ଲିମିଟେଡ ସହ ମରକ୍ୟୁରି ଆର୍କ ରେକ୍ଟିଫାଏର ଇକ୍ୟୁପମେଣ୍ଟ ବୋଲି ଲେଖାଯାଇଛି।  ତେବେ ଏତେବର୍ଷ ବିତିଯାଇଥିଲେ ବି ଏଥିରେ କଳଙ୍କି ଲାଗିନାହିଁ।

ପୁରୀ ଭିଆଇପି ରୋଡ ସ୍ଥିତ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ଜେନେରାଲ ଇଲେକ୍ଟ୍ରିକାଲ ଡିଭିଜନ (ଜି.ଇ.ଡି) ବା ସାଧାରଣ ବୈଦ୍ୟୁତିକ ବିଭାଗର କର୍ଯ୍ୟାଳୟ ଭିତରେ ଏହା ରହିଛି । ଏହି କାର୍ଯ୍ୟାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଏବେ ସେହି ସ୍ଥାନରେ ନିର୍ମାଣ ହେବାକୁ ଯାଉଛି ଓଡିଶା ହାଇକୋର୍ଟର ଗେଷ୍ଟ ହାଉସ। ତେବେ ଏହି ଜେନେରେଟରକୁ କିଭଳି ସୁରକ୍ଷିତ ରଖାଯିବ ଏବଂ କେଉଁସ୍ଥାନକୁ ସ୍ଥାନାନ୍ତରିତ କରାଯିବ, ତା' ଉପରେ ଆଲୋଚନା କରାଯାଉଥିବା କହିଛନ୍ତି ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos