ଶିଶୁ ଦେହରୁ ମାସେ ପରେ ବାହାରିଲା ନର୍ସ ଛାଡିଥିବା ଇଞ୍ଜେକସନ ଛୁଞ୍ଚି

ଅନୁଗୋଳ/କୁଚିଣ୍ଡା(ବିରଜା ଦାଶ/ଦେବେନ୍ଦ୍ର ବେହେରା): ‘ମୋ ସରକାର’ର ପ୍ରଚାର ଭିତରେ ପୁଣି ସାମ୍ନାକୁ ଆସିଛି ରୋଗୀ ସେବାରେ ଅବହେଳା ଓ ଖାମଖିଆଲି ମନୋଭାବର ନଗ୍ନ ଚିତ୍ର। ଅନୁଗୋଳରେ ଜଣେ ୩ ବର୍ଷର ଶିଶୁକୁ ଦିଆଯାଇଥିବା ଇଞ୍ଜେକସନ୍ ଛୁଞ୍ଚି ଦେହରେ ମାସେ ରହିଗଲା। ଯନ୍ତ୍ରଣା ଜର୍ଜରିତ ଅବସ୍ଥାରେ ଗତକାଲି ଶରୀରର ଅନ୍ୟ ଏକ ସ୍ଥାନରୁ ଛୁଞ୍ଚିଟି ଫୁଟି ବାହାରିବା ପରେ ପଦାକୁ ଆସିଛି ସବୁ ସତ। ତେଣେ କୁଚିଣ୍ଡା ମେଡିକାଲରେ ହାରିଗୁହାରି ପରେ ମଧ୍ୟ ଡାକ୍ତର ନଦେଖିବାରୁ ଜଣେ ମହିଳା […]

medical11

Manoranjan Sial
  • Published: Thursday, 17 October 2019
  • , Updated: 17 October 2019, 08:37 PM IST

ଅନୁଗୋଳ/କୁଚିଣ୍ଡା(ବିରଜା ଦାଶ/ଦେବେନ୍ଦ୍ର ବେହେରା): ‘ମୋ ସରକାର’ର ପ୍ରଚାର ଭିତରେ ପୁଣି ସାମ୍ନାକୁ ଆସିଛି ରୋଗୀ ସେବାରେ ଅବହେଳା ଓ ଖାମଖିଆଲି ମନୋଭାବର ନଗ୍ନ ଚିତ୍ର। ଅନୁଗୋଳରେ ଜଣେ ୩ ବର୍ଷର ଶିଶୁକୁ ଦିଆଯାଇଥିବା ଇଞ୍ଜେକସନ୍ ଛୁଞ୍ଚି ଦେହରେ ମାସେ ରହିଗଲା। ଯନ୍ତ୍ରଣା ଜର୍ଜରିତ ଅବସ୍ଥାରେ ଗତକାଲି ଶରୀରର ଅନ୍ୟ ଏକ ସ୍ଥାନରୁ ଛୁଞ୍ଚିଟି ଫୁଟି ବାହାରିବା ପରେ ପଦାକୁ ଆସିଛି ସବୁ ସତ। ତେଣେ କୁଚିଣ୍ଡା ମେଡିକାଲରେ ହାରିଗୁହାରି ପରେ ମଧ୍ୟ ଡାକ୍ତର ନଦେଖିବାରୁ ଜଣେ ମହିଳା ରୋଗୀଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ତେବେ ଏଠି ପ୍ରଶ୍ନ ଉଠୁଛି, ‘ମୋ ସରକାର’ କାହା ପାଇଁ।

ମାସେ ତଳେ ଅନୁଗୋଳ ଜିଲ୍ଲା ମୋହନଖଳି ଗାଁର ସୀତାକାନ୍ତ ପଣ୍ଡାଙ୍କ ୩ ବର୍ଷର ପୁଅକୁ ଜ୍ୱର ହୋଇଥିଲା। ତେଣୁ ତାଙ୍କୁ ମାଧପୁର ମେଡିକାଲକୁ ନିଆଯାଇଥିଲା। କାର୍ଯ୍ୟରତ ନର୍ସ ପିଲାକୁ ଇଞ୍ଜେକ୍‌ସନ ଦେଇଥିଲେ। ପରେ ସୀତାକାନ୍ତ ନିଜ ପୁଅକୁ ଧରି ଘରକୁ ଫେରି ଥିଲେ। ହେଲେ ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ ଅସହ୍ୟ ଯନ୍ତ୍ରଣା ହୋଇଥିଲା। ତେଣୁ ପୁଣି ଥରେ ସୀତାକାନ୍ତ ପୁଅକୁ ଧରି ମେଡିକାଲ ଯାଇଥିଲେ। ହେଲେ ଆଣ୍ଟିବୋୟୋଟିକ୍‌ ପ୍ରଭାବରେ ଏମିତି ହେଉଥିବା କହି ତାଙ୍କୁ ଡାକ୍ତର ଫେରାଇ ଦେଇଥିଲୋ କିନ୍ତୁ ଗତକାଲି ରାତିରେ ହଠାତ୍ ଛୁଞ୍ଚିଟି ଫୁଟି ବାହାରିଥିବା ଦେଖି ପରିବାର ଲୋକେ ତୁରନ୍ତ ମେଡିକାଲ ଆଣି ଏହାକୁ ସମ୍ପୂର୍ଣ୍ଣ ବାହାର କରାଯାଇଥିଲେ। ଏହି ଘଟଣା ହଇଚଇ ସୃଷ୍ଟି କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ସିଡିଏମ୍ଓ ଡାକ୍ତର ଅମରେନ୍ଦ୍ର ମହାନ୍ତି। କହିଛନ୍ତି, ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ତେବେ ଆଉ ଏକ ସମ୍ୱେଦଶୀଳ ଘଟଣା ଆସିଛି କୁଚିଣ୍ଡାରୁ। ଚିକିତ୍ସା ଅବହେଳାରୁ ଜଣେ ମହିଳାଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ କୃଷ୍ଣ ନାୟକଙ୍କ ପତ୍ନୀ ଭର୍ତ୍ତି ହୋଇଥିଲେ। ସେ କ୍ୟାବିନ୍‌ରେ ଚିକିତ୍ସିତ ହେଉଥିଲେ। ତେବେ ୧୪ ତାରିଖ ରାତିରେ ପତ୍ନୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗୁଡୁଥିବା ଜାଣି ଡ୍ୟୁଟିରେ ଥିବା ନର୍ସ ଓ ଡାକ୍ତରଙ୍କୁ ତୁରନ୍ତ ଆସିବାକୁ ବାରମ୍ବାର ଅନୁରୋଧ କରିଥିଲେ କୃଷ୍ଣ। ହେଲେ କେହି ଆସିନଥିଲେ। ଫଳରେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହେଲା ବୋଲି କୃଷ୍ଣ ଅଭିଯୋଗ କରିଛନ୍ତି।

ମେଡିକାଲର ଭାରପ୍ରାପ୍ତ ଏଡିଏମ୍ଓ ମଧ୍ୟ ଘଟଣାକୁ ସ୍ୱୀକାର କରିବା ସହିତ ଡୋରା ଡାକ୍ତର ବାବୁ ଡ୍ୟୁଟିରେ ଥିବା କହିଛନ୍ତି। ହେଲେ ୧୮ଜଣ ଡାକ୍ତରଙ୍କ ସ୍ଥାନରେ ୨ଜଣ ବା କଣ କରିବେ ବୋଲି କହି ହାତ ଟେକି ଦେଇଛନ୍ତି ଭାରପ୍ରାପ୍ତ ଏସ୍‌ଡିଏମ୍‌ଓ ଡାକ୍ତର କ୍ଷେତ୍ରମୋହନ କାଣ୍ଡା।

Related story