ଭିଣୋଇ ଘରେ ଚାଲିଗଲା ଶଳାର ଜୀବନ

ବୌଦ୍ଧ(ଓଡ଼ିଶା ରିପୋର୍ଟର): ଭିଣୋଇ ଘରକୁ ଆସିଥିଲେ। ହସଖୁସିରେ କିଛି ଦିନ କାଟିବା ପରେ ଭିଣୋଇ ମିଶି ଘର ସଫା କରିବାରେ ସହଯୋଗ କରିଥିଲେ। ହେଲେ କିଏ ଜାଣିଥିଲା ଏହି ସମୟରେ ମୃତ୍ୟୁ ଛକି ବସିଥିବ। ଘରେ ଓହଳି ଥିବା ଏକ ତାରରୁ କରେଣ୍ଟ ମାଡ଼ ଖାଇବା ପରେ ଶଳାର ଜୀବନ ଚାଲିଯାଇଛି। ମୃତକ ଜଣକ ବୌଦ୍ଧ ଥାନା ତିଲେଶ୍ୱର ପଂଚାୟତ ଅନ୍ତର୍ଗତ ଖଜୁରିଆ ଗ୍ରାମର ଲାଣ୍ଡୁ ନାଏକ। ସୂଚନା ମୁତାବକ, ସେ ଗତ ୭ ଦିନ ହେବ […]

electrode

electrode

Niranjan Mishra
  • Published: Saturday, 04 June 2022
  • , Updated: 04 June 2022, 06:56 PM IST

ବୌଦ୍ଧ(ଓଡ଼ିଶା ରିପୋର୍ଟର): ଭିଣୋଇ ଘରକୁ ଆସିଥିଲେ। ହସଖୁସିରେ କିଛି ଦିନ କାଟିବା ପରେ ଭିଣୋଇ ମିଶି ଘର ସଫା କରିବାରେ ସହଯୋଗ କରିଥିଲେ। ହେଲେ କିଏ ଜାଣିଥିଲା ଏହି ସମୟରେ ମୃତ୍ୟୁ ଛକି ବସିଥିବ। ଘରେ ଓହଳି ଥିବା ଏକ ତାରରୁ କରେଣ୍ଟ ମାଡ଼ ଖାଇବା ପରେ ଶଳାର ଜୀବନ ଚାଲିଯାଇଛି। ମୃତକ ଜଣକ ବୌଦ୍ଧ ଥାନା ତିଲେଶ୍ୱର ପଂଚାୟତ ଅନ୍ତର୍ଗତ ଖଜୁରିଆ ଗ୍ରାମର ଲାଣ୍ଡୁ ନାଏକ।

ସୂଚନା ମୁତାବକ, ସେ ଗତ ୭ ଦିନ ହେବ ବନ୍ଧପଥର ସ୍ଥିତ ନିଜ ଭିଣୋଇ ଘରକୁ ଆସିଥିଲେ। ଆଜି ସକାଳୁ ଭିଣୋଇ ସାଙ୍ଗେ ମିଶି ଘର ସଫା କରୁଥିଲେ । ଲାଣ୍ଡୁ ଧାନ ବସ୍ତା ବାହାରକୁ ବାହାର କରୁଥିବା ବେଳେ ସେଠାରେ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲେ। ବିଜୁଳି ଆଘାତରେ ସେ ଚେତା ଶୂନ୍ୟ ହୋଇପଡ଼ିଥିଲେ। ପାଖ ପଡୋଶୀ ଲୋକେ ଆସି ବିଦ୍ୟୁତ କାଟି ତାଙ୍କୁ ମୁର୍ମୂଷ ଅବସ୍ଥାରେ ଉଦ୍ଧାର କରିଥିଲେ। ପରେ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଆସି ପହଞ୍ଚିବା ପରେ ତାଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଯାହା ପରେ ଡାକ୍ତରଖାନା କନ୍ଦାକଟାରେ ଫାଟି ପଡ଼ିଥିଲା। ଖବର ପାଇ ବୌଦ୍ଧ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ତଦନ୍ତ କରୁଛି ।

Related story