ଭାଇର ଟାଙ୍ଗିଆ ଚୋଟରେ ଭଉଣୀର ମୃତ୍ୟୁ

ବୀରମିତ୍ରପୁର(ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ହାତୀବାରି ଥାନା ଅନ୍ତର୍ଗତ କନ୍ଦରକେଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜର ବଡ ଭଉଣୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ନଣନ୍ଦଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ମଧ୍ୟ ଗୁରୁତର ଅଛନ୍ତି l ଶୁକ୍ରବାର ଅପରାହ୍ନରେ ଗ୍ରାମର ଛୋଟକା ସିଂ (୫୦) ନିଜର ବଡ ଭଉଣୀ ଝିରିଗି ସିଂ ( ୬୪ )ଙ୍କୁ ଟାଙ୍ଗିଆରେ ହାଣିଥିଲା।  ସ୍ତ୍ରୀ ମୀନା ସିଂ […]

bn

Tapas Behera
  • Published: Friday, 28 August 2020
  • , Updated: 28 August 2020, 09:21 PM IST

ବୀରମିତ୍ରପୁର(ରାକେଶ ସାହୁ): ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ହାତୀବାରି ଥାନା ଅନ୍ତର୍ଗତ କନ୍ଦରକେଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ବ୍ୟକ୍ତି ନିଜର ବଡ ଭଉଣୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ନଣନ୍ଦଙ୍କୁ ବଞ୍ଚାଇବାକୁ ଯାଇ ସ୍ତ୍ରୀ ମଧ୍ୟ ଗୁରୁତର ଅଛନ୍ତି l

ଶୁକ୍ରବାର ଅପରାହ୍ନରେ ଗ୍ରାମର ଛୋଟକା ସିଂ (୫୦) ନିଜର ବଡ ଭଉଣୀ ଝିରିଗି ସିଂ ( ୬୪ )ଙ୍କୁ ଟାଙ୍ଗିଆରେ ହାଣିଥିଲା।  ସ୍ତ୍ରୀ ମୀନା ସିଂ (୪୫ ) ଟାଙ୍ଗିଅଆ ଚୋଟରେ ଗୁରୁତର ହୋଇଥିବା  ଜଣାପଡିଛି l ଗ୍ରାମବାସୀଙ୍କ ଠାରୁ ଖବର ପାଇ ହାତୀବାରୀ ଥାନା ଅଧିକାରୀ ହୃଷୀକେଶ ବେହେରା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତ ମହିଳାଙ୍କର ଶବକୁ ଜବତ କରିବା ସହ ଅଭିଯୁକ୍ତ ଛୋଟକାକୁ ମାରଣାସ୍ତ୍ର ସହ ଗିରଫ କରିଥିଲେ l ଅଭିଯୁକ୍ତକୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି l ଛୋଟକାର ସ୍ତ୍ରୀ ମୀନା ଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ହାତୀବାରୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ନିଆଯାଇଥିବା ଜଣାପଡିଛି l ଏହି ଘଟଣାକୁ ନେଇ ହାତୀବାରି ଥାନାରେ ଏକ ହତ୍ୟା ମାମଲ ରୁଜୁ ହେବା ସହିତ ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି l

ହତ୍ୟା ଘଟଣାର ପ୍ରକୃତ ତଥ୍ୟ ଜଣା ପଡି ନ ଥିଲେ ବି ଘରୋଇ କଳିକୁ ନେଇ ଏଭଳି ଅଭାବନୀୟ ଘଟଣା ଘଟି ଥିବାର ଅନୁମାନ କରାଯାଉଛି l ତେବେ ଗ୍ରାମ ବାସୀଙ୍କ କହିବା ଅନୁଯାୟୀ ଛୋଟକା ଜଣେ ମାନସିକ ବିକୃତ ବ୍ୟକ୍ତି ଓ ସେ ବାରମ୍ବାର ନିଜର ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଯିବା ଆସିବା କରନ୍ତି I ତେବେ ହାତୀବାରି ଥାନା ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିବା ଜଣା ପଡିଛି l

Related story